33.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଟ୍ରକ-ବସ୍ ମୁହାଁମୁହିଁ ଧକ୍କା, ୫୩ ମୃତ

ଟ୍ରକ-ବସ୍ ମୁହାଁମୁହିଁ ଧକ୍କା, ୫୩ ମୃତ

ନୂଆଦିଲ୍ଲୀ: ବୁଧବାର ପଶ୍ଚିମ କ୍ୟାମେରୁନରେ ଏକ ଅଘଟଣ ଘଟିଯାଇଛି । ଏକ ଇନ୍ଧନ ବୋଝେଇ ଟ୍ରକ ସହ ବସ ଧକ୍କା ହେବା ଫଳରେ ବସଟି ଜଳି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଦେଖୁଦେଖୁ ୫୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହେବା ସହ ୨୯ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାଟି ଭୋର ପ୍ରାୟ ୩ଟା ସମୟରେ କ୍ଲିଫ୍ ଡାସଚାଙ୍ଗ ନିକଟରେ ଘଟିଥିବା ସୂଚନା ମିଳିଛି । ମଧ୍ୟ ଆଫ୍ରିକାର ପଶ୍ଚିମ କ୍ୟାମରୁନରେ ଘଟିଛି । ଏହି ଘଟଣା ପରେ ଆହତଙ୍କୁ ପଶ୍ଚିମ ସହର ଦାଶ୍ଚାଙ୍ଗ, ବଫୋଉସ୍‌ସମ, ଫାଁକା ଓ ଅଗଷ୍ଟିନ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ୭୦ ସିଟ ବିଶିଷ୍ଟ ଏହି ବସ ପଶ୍ଚିମ ସହର ଫୋଉମ୍ବାନରୁ ରାଜଧାନୀ ୟାଉଁଦେ ଆସୁଥିଲା । ସେହି ସମୟରେ ଏଭଳି ଦୁର୍ଘଟଣା ଘଟିଛି । ତେବେ ଏଠାରେ କହିରଖୁଛୁ, କ୍ୟାମରୁନରେ ଦୁର୍ଘଟଣା ଘଟିବା ଏକ ସାଧାରଣ କଥା । ସେଠାର ସରକାର ଗାଡି ଚାଳକଙ୍କ ଅସାବଧାନତାପୂର୍ଣ୍ଣ ଗାଡି ଚାଳନା ଓ ଗାଡିର ଖରାପ ଅବସ୍ଥାକୁ ଦାୟୀ କରୁଥିବା ବେଳେ ଡ୍ରାଇଭରମାନେ ରାସ୍ତା ର ଖରାପ ସ୍ଥିତିକୁ ଦାୟୀ କରୁଛନ୍ତି । ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବରରେ ମାକେନିନ ଗାଁରେ ଏକ ଦୁର୍ଘଟଣା ରେ ୩୭ ଜଣଙ୍କର ମୃତ୍ୟୁ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking