30.1 C
Bhubaneswar
Friday, April 26, 2024
Homeଓଡିଶାଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା : ବ୍ୟବସାୟୀଙ୍କ ଥାନା ଆଗରେ ଧାରଣା

ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା : ବ୍ୟବସାୟୀଙ୍କ ଥାନା ଆଗରେ ଧାରଣା

ଭଦ୍ରକ : ଭଦ୍ରକ ଜିଲ୍ଲା ବନ୍ତ ବଜାର ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ନେଇ ଉତ୍ତେଜନା ଦେଖାଦେଇଛି । ଦୁଇ ଦିନ ପୂର୍ବରୁ ଡାକବାଜି ଯନ୍ତ୍ରରେ ଜବରଦଖଲ ଛାଡ଼ିବା ପାଇଁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲେ ମଧ୍ୟ ବ୍ୟକ୍ତିଗତ ଭାବେ ନୋଟିସ ଜାରି କରାଯାଇନଥିଲା । ଫଳରେ ଉଚ୍ଛେଦ କାର୍ଯ୍ୟ ସମୟରେ ଲୋକେ ନିଜର ଅଭିଯୋଗ ରଖିଥିଲେ । ତେବେ ଏହାକୁ ପ୍ରଶାସନ ଗ୍ରହଣ ନକରିବାରୁ ପରିସ୍ଥିତି ଜଟିଳ ହୋଇଥିଲା । ଏନେଇ ଦୁଇ ମହକିଲଙ୍କୁ ନେଇ ଜଣେ ଆଇନଜୀବୀ ଭେଟିବାକୁ ଯାଇଥିବାବେଳେ ତହସିଲଦାର ତାଙ୍କୁ ଦୁର୍ବ୍ୟବହାର କରିଥିବା ଥାନାରେ ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ତହସିଲଦାରଙ୍କୁ ସମ୍ପୃକ୍ତ ଆଇନଜୀବୀ ଦୁର୍ବ୍ୟବହାର କରିଥିବା ନେଇ ମଧ୍ୟ ଥାନାରେ ତହସିଲଦାର ଅଭିଯୋଗ କରିଛନ୍ତି । ତେବେ ପୁଲିସ୍ ମାମଲା ରୁଜୁ କରି ଆଇନଜୀବୀଙ୍କୁ ଏତଲା କପି ନଦେବାରୁ ଅଭିଯୋଗକାରୀଙ୍କ ସମେତ ବ୍ୟବସାୟୀ ଓ ଲୋକେ ଥାନାରେ ଧାରଣା ଦେଇଥିଳେ । ଏହାକୁ ସମର୍ଥନ କରି ସିପିଆଇର ବରିଷ୍ଠ ନେତା ଗୋପବନ୍ଧୁ ସେଠୀ, ଜିଲ୍ଲା ସମ୍ପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଜୋନ୍ ସମ୍ପାଦକ ରମେଶ ଜେନା, ନିରଞ୍ଜନ ନାୟକ, ସ୍ମୃତି ରଞ୍ଜନ ସ୍ୱାଇଁ, ମୁସ୍ତାକ୍ ଅଲ୍ଲୀ ଖାଁ, ପୀତବାସ ସେଠୀ, ଜ୍ୟୋତି ରଞ୍ଜନ ନାୟକ, ସେକ୍ ସାବନ୍‌, ସୁରକାନ ଅଲ୍ଲୀ, ପଞ୍ଚାନନ ସେଠୀ, ରବୀନ୍ଦ୍ର ନାୟକ, ଊଷାରାଣୀ ବେହେରା, ଜଳଧର ଜେନା, ରତିକାନ୍ତ ଜେନା, ରବୀନ୍ଦ୍ର ଖଣ୍ଡାଇ, ବଟକୃଷ୍ଣ ଦାସ, ଧନେଶ୍ୱର ଜେନା, ମାଳତି ଜେନା, ସ୍ୱର୍ଣ୍ଣଲତା ଖିଲାର, ଅହଲ୍ୟା ମହାକୁଡ଼, କୁନ୍ତଳା ପ୍ରଧାନ, ଜୟନ୍ତ ଶଂଖୁଆ, ଅଭିମନ୍ୟୁ ଜେନା, କିଶୋର ବେହେରା ପ୍ରମୁଖ ସାମିଲ୍ ହୋଇଥିେ । ସେହିପରି ବିନା ନୋଟିସ୍‌ରେ ପ୍ରଶାସନର ପଦକ୍ଷେପକୁ ବିରୋଧ କରି ପର୍ଶୁରାମ ସ୍ୱାଇଁ, ଶ୍ରୀକାନ୍ତ ନାୟକ, କାମଦେବ ନାୟକ, ସେକ୍ ସିରାଜ୍‌, ପ୍ରମୋଦ ନାୟକ, ଉର୍ମିଳା ମହାପାତ୍ର, ଶ୍ରୀଧର ପେଡା, ନିରାକର ସେଠୀ, ଅରୁଣ ମହାପାତ୍ର, ଉର୍ମିଳା ଦାସ ପ୍ରମୁଖ ପୃଥକ ପୃଥକ ଭାବେ ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ କାର୍ଯ୍ୟାଳୟରେ ପହଞ୍ôଚ ମହିଳା ତହସିଲଦାରଙ୍କୁ ଦୁର୍ବ୍ୟବହାର କରିବା ସହ ଜିନିଷପତ୍ର ଫିଙ୍ଗାଫିଙ୍ଗି କରିବା ଘଟଣାରେ କର୍ମଚାରୀମାନେ ନିଜକୁ ସୁରକ୍ଷିତ ମଣୁନଥିବାରୁ କାର୍ଯ୍ୟାନୁଷ୍ଠାନ ଦାବିରେ କଲମଛାଡ଼ ଆନ୍ଦୋଳନ କରିଛନ୍ତି । ଅତିରିକ୍ତ ତହସିଲଦାର ବିଜୟ କୁମାର ସେଠୀ, ରାମଜିତ୍ ମାରାଣ୍ଡି, ଲକ୍ଷ୍ମୀ ମାର୍ଣ୍ଡି, ଅଶୋକ ମହାନ୍ତି, ଈଶ୍ୱର ନାୟକ, ସେକ୍ ଆବୁ ଫୟାଜ୍‌, ତାପସ ରଞ୍ଜନ ଜେନା, ମନୋଜାମଞ୍ଜରୀ ଜେନା, ଦୀପ୍ତିରେଖା ସ୍ୱାଇଁ, ସୁମିତ୍ରା ପଣ୍ଡା, ପ୍ରତିମା ଦାସ, ଅତୁଲ ଚରଣ ଭୂୟାଁ, ଉମାକାନ୍ତ ରାଉତ, ରବୀନ୍ଦ୍ର ନାଥ ଜେନା, ସୌଭାଗ୍ୟ ସିଂହ, ଜ୍ୟୋତି ରଞ୍ଜନ ପଣ୍ଡା, ସୌମ୍ୟ ରଞ୍ଜନ ସାମଲ, ପ୍ରତାପ ସାହୁ, ଆଲୋକ ରାଉତରାୟ, ପୂର୍ଣ୍ଣଚନ୍ଦ୍ର ଜେନା, ଅଜାତଶତ୍ରୁ ଦାସ, ପ୍ରଭାକର ସାହୁ ପ୍ରମୁଖ ସାମିଲ୍ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking