27.1 C
Bhubaneswar
Thursday, July 10, 2025
Homeଓଡିଶାକୃଷକଙ୍କ ସମସ୍ୟା ସମାଧାନ ଦାବିକଲା ଓଡ଼ିଶା କୃଷକ ସଭା

କୃଷକଙ୍କ ସମସ୍ୟା ସମାଧାନ ଦାବିକଲା ଓଡ଼ିଶା କୃଷକ ସଭା

ଗଞ୍ଜାମ : ଜିଲ୍ଲା ଓ ରାଜ୍ୟର କୃଷକ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜମିକୁ ଜଳର ଅଭାବ, କୃଷି ଉତ୍ପାଦର ସଠିକ୍ ଦର ନମିଳିବା, କ୍ଷତିଗ୍ରସ୍ତ ଫସଲର କ୍ଷତିପୂରଣ ନମିଳିବା ଭଳି ସମସ୍ୟା ଯୋଗୁଁ କୃଷି ଓ କୃଷକ କ୍ଷତିଗ୍ରସ୍ତ ହେଉଛନ୍ତି । ତେଣୁ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଆବଶ୍ୟକ ପଦକ୍ଷେପ ନେବାକୁୁ ଓଡ଼ିଶା କୃଷକ ସଭା ଦାବି କରିଛି । ଏହି ପରିପ୍ରେକ୍ଷୀରେ ଆଜି ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ସଭା ଆୟୋଜିତ ହୋଇଥିଲା । ପରେ ବହୁ ଦାବିସମ୍ବଳିତ ଏକ ସ୍ମାରକପତ୍ର ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ପ୍ରଦାନ କରାଯାଇଥିଲା । ଓଡ଼ିଶା କୃଷକ ସଭାର ଗଞ୍ଜାମ ଜିଲ୍ଲା ସଭାପତି ପି. ହରିକୃଷ୍ଣ ରେଡିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବିକ୍ଷୋଭ ସଭାରେ ରାଜ୍ୟ ସଭାପତି ଜଗନ୍ନାଥ ମିଶ୍ର, ବସନ୍ତ ନନ୍ଦ, କୈଳାସ ଷଡ଼ଙ୍ଗୀ, ଯୁଧିଷ୍ଠିର ବେହେରାଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ । ସ୍ମାରକପତ୍ରରେ ଦର୍ଶାଯାଇଥିବା ଦାବିଗୁଡିକ ମଧ୍ୟରେ ସମସ୍ତ ଚାଷୀଙ୍କ ଠାରୁ ସରକାରୀ ଘୋଷଣା ପ୍ରକାରେ ଧାନ କୁଇଣ୍ଟାଲ ପିଛା ୧୮୧୫ ଓ ୧୮୬୫ ଦରରେ କିଣିବା, ଅଦିନିଆ ବର୍ଷା ଓ ବୁୁଲ୍‌ବୁୁଲ୍ ବାତ୍ୟାକୁ ଦୃଷ୍ଟିରେ ରଖି ଧାନର ଏଫ୍‌ଏକ୍ୟୁ ମାନ କୋହଳ କରାଯିବା, ସମସ୍ତ ଭାଗଚାଷୀଙ୍କ ଠାରୁ ଧାନ କିଣିବା, କୃଷକମାନଙ୍କୁ କୃଷି ଋଣମୁକ୍ତ କରିବା, ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଫସଲ ବୀମା ଅର୍ଥ ପ୍ରଦାନ କରିବା, ସ୍ୱାମୀନାଥନ କମିଶନ ସୁପାରିସ ପ୍ରକାରେ ସମସ୍ତ କୃଷିଜାତ ଦ୍ରବ୍ୟର ସହାୟକ ମୂୂଲ୍ୟ ପ୍ରଦାନ କରିବା, କାଳିିଆ ଯୋଜନା ଟଙ୍କା ସମସ୍ତ ଚାଷୀଙ୍କୁ ଯୋଗାଇବା, ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରି ଆଦିବାସୀଙ୍କୁ ପଟ୍ଟା, ଭୂମିହୀନ ଓ ବାସହୀନଙ୍କୁ ଘରଡିହ ପଟ୍ଟା ପ୍ରଦାନ କରିବା ଆଦି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking