34.1 C
Bhubaneswar
Friday, March 29, 2024
Homeଓଡିଶାବେଆଇନ ମାଲ୍ ପରିବହନ ନେଇ ଚଢଉ :୧୩ଟି ଟ୍ରକରୁ ୩ ଲକ୍ଷ ଜରିମାନା ଆଦାୟ

ବେଆଇନ ମାଲ୍ ପରିବହନ ନେଇ ଚଢଉ :୧୩ଟି ଟ୍ରକରୁ ୩ ଲକ୍ଷ ଜରିମାନା ଆଦାୟ

କେନ୍ଦ୍ରାପଡା : କେନ୍ଦ୍ରାପଡା ରାଜସ୍ୱ ବିଭାଗ ପକ୍ଷରୁ ଗୋଗୁଆ ଛକ ଓ ହଳଦିଡିହ ଛକରେ ବେଆଇନ ବାଲି, ମେଣ୍ଟାଲ, ଚିପ୍ସ, ବଜୁରୀ ପ୍ରଭୃତି ବୋଝେଇ ଟ୍ରକ ଉପରେ ଚଢାଉ କରାଯାଇ ୩ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି । ଏଥିସହିତ ଜରିମାନା ଅନାଦେୟ କାରଣରୁ ୯ଟି ଟ୍ରକ ଅଟକ ଥିବା ସୂଚନା ମିଳିଛି । ଖବରରୁ ପ୍ରକାଶ, ଗୁରୁବାର ସକାଳେ କେନ୍ଦ୍ରାପଡା ତହସିଲର ଅତିରିକ୍ତ ତହସିଲଦାର ନମିତା ବାରିକ ଅନ୍ୟ କର୍ମଚାରୀଙ୍କ ସହିତ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ପଞ୍ଚାୟତର ଏବଂ କଟକ -ଚାନ୍ଦବାଲି ରାସ୍ତାର ଗୋଗୁଆ ଛକରେ ୧୧ଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟର, ହାଇୱା ଏବଂ ଟ୍ରକକୁ ଅଟକାଇ ସେମାନଙ୍କ ଠାରୁ ଅଢେଇ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜୋରିମାନା ଆଦାୟ କରିଥିଲେ । ସେହିପରି କପାଳେଶ୍ୱର ପଞ୍ଚାୟତର ତଥା କଟକ -ଚାନ୍ଦବାଲି ରାସ୍ତାର ହଳଦିଡିହ ଛକରେ ତହସିଲଦାର ହେମଲତା ବାହାଲିଆ ଓ ସହକାରୀ ଜିଲ୍ଲାପାଳ ଭରତ ଚନ୍ଦ୍ର ପରିଡା ୧୧ ଟି ବେଆଇନ ବାଲି, ଚିପ୍ସ ଓ ମେଣ୍ଟାଲ ବୋଝେଇ ଟ୍ରକକୁ ଅଟକ ରଖିବା ସହିତ ସେଥିମଧ୍ୟରୁ ଓଆର ୦୯ ଇ.୨୫୮୮(ବାଲି ବୋଝେଇ), ଓଆର.୦୪ ଡି.୮୬୯୬(ଚିପ୍ସ ବୋଝେଇ) ଦୁଇଟି ଟ୍ରକରୁ ପ୍ରତ୍ୟେକ ୨୦ହଜାର କରି ମୋଟ ୪୦ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ । ହଳଦିଡିହ ଛକରେ ଜୋରିମାନା ନଦେଇ ଅଟକ ଥିବା ହାଇୱା ଓଡି ୦୪ ଏଫ.୮୮୮୫(ବଜୁରୀ ବୋଝେଇ), ଓଆର୦୪ କେ.୧୮୮୫(ବଜୁରୀ ବୋଝେଇ), ଓଡି.୦୪ କେ.୮୨୮୫(ବଜୁରୀ ବୋଝେଇ), ଓଡି.୦୪କେ.୧୦୮୫(ବଜୁରୀ ବୋଝେଇ) ଓଡି୦୪ଇ.୫୦୮୫(ମେଣ୍ଟାଲ ବୋଝେଇ), ଓଡି୦୪ କେ.୨୦୮୫(ମେଣ୍ଟାଲ ବୋଝେଇ), ଓଡି.୦୫ ଜେଡ.୬୦୬୬(ବାଲି ବୋଝେଇ), ଟ୍ରକ ନମ୍ବର ଓ.ଆର.୦୫ ଏଫ.୩୯୧୬(ବାଲି ବୋଝେଇ) ଓଆର.୦୪ ଜେ.୯୪୫୭ (ଚିପ୍ସ ବୋଝେଇ) ଗାଡି । ଏହି କାର୍ଯ୍ୟରେ ରାଜସ୍ୱ ସୁପରଭାଇଜର ଅକ୍ଷୟ କୁମାର ଚୌଧୁରୀ, ମହମ୍ମଦ ଜାଫର, ସାହାସପୁର ରାଜସ୍ୱ ନିରୀକ୍ଷକ ଅଭିମନ୍ୟୁ ରାଉତ, ଗରାପୁର ରାଜସ୍ୱ ନିରୀକ୍ଷକ ରାଜେଶ କୁମାର ମାରାଣ୍ଡି ପ୍ରମୁଖ ସହଯୋଗ କରିଥିଲେ |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking