27.1 C
Bhubaneswar
Thursday, April 25, 2024
Homeଅପରାଧଏବେ ବି ପୁଲିସ ଦୀପାଳିଙ୍କର ପୁରୁଷ ବନ୍ଧୁ ବିକ୍ରମର ଟେର୍‌ ପାଉନି

ଏବେ ବି ପୁଲିସ ଦୀପାଳିଙ୍କର ପୁରୁଷ ବନ୍ଧୁ ବିକ୍ରମର ଟେର୍‌ ପାଉନି

ଭୁବନେଶ୍ୱର : ହାଇଦ୍ରାବାଦ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ଚାରି ଜଣ ଅପରାଧୀଙ୍କୁ ଏନକାଉଣ୍ଟର କରା ଯାଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଆଇନଜୀବୀ ଦୀପାଳିଙ୍କର ମୃତ୍ୟୁ ଏବେ ବି ରହସ୍ୟଜନକ ହୋଇ ରହିଛି । ଦୀପଳିଙ୍କ ପରିବାର ଲୋକ ଏହା ବିକ୍ରମର ଏକ ସୁ ଚିନ୍ତିତ ଯୋଜନା ବୋଲି ଅଭିଯୋଗ କରିଥିଲେ ବି ପୁଲିସ ଘଟଣାର ଅନେକ ଦିନ ପରେ ବି ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିକ୍ରମକୁ ଗିରଫ କରିବାରେ ଅସଫଳ । ଦୀପାଳିଙ୍କର ରହସ୍ୟଜନକ ମୃତ୍ୟୁ ରାତିରେ ବିକ୍ରମ ତାଙ୍କ ସହ ଥିଲା । ସେ ଦୀପାଳିଙ୍କର ମୃତ୍ୟୁ ବିଷୟରେ ତାଙ୍କ ଭଉଣୀକୁ ବି ସୂଚନା ଦେଇଥିଲା ।
ଦୀପାଳି ଭୁବନେଶ୍ୱରରେ ଆଇନଜୀବୀ ଭାବେ କାମ କରୁଥିଲେ । ସେ ମାନସିକ ଭାବେ ବେଶ୍ ଦୃଢ ବୋଲି ତାଙ୍କ ଭଉଣୀ କହିଛନ୍ତି । ଆଇନଜୀବୀ ଥିବା ଦୀପାଳି କେବେବି ନିଜ ଇଛାରେ ଏହି ଅନ୍ତିମ ପଦକ୍ଷେପ ନେଇ ନଥିବା ବୋଲି ତାଙ୍କ ପରିବାର ଲୋକ କହିଛନ୍ତି । ବିକ୍ରମକୁ ସେ ଏଥିପାଇଁ ଦାୟୀ କରିଛନ୍ତି । ଘଟଣା ଦିନ ଦୀପାଳି ଘରେ ଏକା ଥିଲେ । ବିକ୍ରମଙ୍କ ସହ ତାଙ୍କର ବାହାଘର ଠିକ୍‌ ହୋଇଥିବାରୁ ବିକ୍ରମ ବି ବରାବର ତାଙ୍କ ଘରକୁ ଆସୁଥିଲେ । ସେହିଦିନ ଦୀପାଳିଙ୍କ ଭଉଣୀ ଅନ୍ୟଜଣଙ୍କ ଘରକୁ ଯାଇଥିଲେ । ସେହି ମୌକାରେ ବିକ୍ରମ ଆସିବା ସହ ବାହାଘର ବିଷୟରେ ଆଲୋଚନା କରିଥିଲେ। ଭୋଜିଠାରୁ ନିମନ୍ତ୍ରଣ କାର୍ଡ ଓ ମେନୁ ବିଷୟରେ ବି ଆଲୋଚନା ହୋଇଥିଲା । ଏହାକୁ ନେଇ ଦୀପାଳି ବେଶ୍‌ ଖୁସୀଥିଲେ , ତାଙ୍କ ଭଉଣୀକୁ ବି ଏ ବିଷୟରେ ଫୋନ୍‌ କରି କହିଥିଲେ । ମାତ୍ର ଏପରି କଅଣ ହେଲା ଯେ ଦୀପାଳି ଆତ୍ମହତ୍ୟା କଲେ ବୋଲି ତାଙ୍କ ପରିବାର ଲୋକ ପ୍ରଶ୍ନ କରିଛନ୍ତି । ଆତ୍ମହତ୍ୟା କଥା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ବିକ୍ରମ ବି ଦୀପାଳି ଆତ୍ମହତ୍ୟା କରିଥିବା କଥା ତାଙ୍କ ଭଉଣୀକୁ କହିଥିଲେ। ମାତ୍ର ଏହା ପରଠାରୁ ବିକ୍ରମ ଫେରାର । ଏହିଠାରେ ପ୍ରଶ୍ନ ଉଠୁଛି ବିକ୍ରମ ଯଦି ଦାୟୀ ନୁହଁ ଏତେ ଦିନ ଧରି ଫେରାର କାହିଁକି । ସବୁଠାରୁ ବଡ ବିଡମ୍ବନା ହେଉଛି ଘଟଣାର ଏତେ ଦିନ ପରେ ପୁଲିସ ବିକ୍ରମକ ଗିରଫକରିବାରେ ଆସଫଳ ।
ବିକ୍ରମ କଅଣ ଏତ ଚାଲାକ ପୁଲିସକୁ ଚକମା ଦେଉଛି । ପୁଲିସ ବିକ୍ରମକୁ ଗିରଫ କରିବା ପାଇଁଚେଷ୍ଟା କରି ଅସଫଳ ହୋଇଛି ।ବିକ୍ରମ ବାଲେଶ୍ୱରରୁ ଏ ବିଷୟରେ ଯୋଜନା କରିଥିଲା । ଦୀପାଳିଙ୍କ ସହ ରହିବା ରାତିରେ ସେଠାରୁ ମଦ ବୋତଲ ଓ ସିଗାରେଟ୍‌ ଜବତ କରାଯାଇଛି। ବିକ୍ରମ ବାଲେଶ୍ୱରରରେ ନିଜ ଗାଁରେ ଥିବା ଘରେ ଲୁଚି ରହିଥିବା ସୂଚନା ମିଳିଥିଲା । ମାତ୍ର ପୁଲିସ ଚଢଉ ବେଳେ ସେ ଚକମା ଦେଇ ଖସିଯାଇଥିଲା। ସେ କସ୍‌ମେଟିକ୍‌ ବ୍ୟବସାୟ କରୁଥିବାରୁ ଅନେକ ସ୍ଥାନ ବୁଲିଥାଆନ୍ତି । ବାଲେଶ୍ୱରରେ ସେ କସ୍‌ମେଟିକ୍‌ ବ୍ୟବସାୟ କରନ୍ତି । ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳ ସହ ବେଶ୍‌ ଚିହ୍ନାପରିଚିତ । ତେଣୁ ସେ ସେଠାରେ ଆତ୍ମଗୋପନ କରିଛନ୍ତି କିମ୍ବା ଚଢଉ ପରେ ବାହାରକୁ ଚାଲିଯାଇ ଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ବିକ୍ରମ ଫୋନ୍‌ ସେଦିନଠାରୁ ସ୍ୱିଚ ଅଫ୍‌ ରହିଥିଲା । ହେଲେ ମଝିରେ ମଝିରେ ତାଙ୍କର ଫୋନ୍‌ ସ୍ୱିଚ ଅନ୍‌ ହେଉଥିଲା । ତେବେ ତାଙ୍କର ଲୋକେସନ୍‌ ଟ୍ରାକ କରିବା ସମ୍ଭବ ହୋଇ ନଥିବା ବେଳେ ବାଲେଶ୍ୱରରେ ତାଙ୍କୁ ଦେଖିଥିବା କଥା ଅନେକ ପ୍ରକାଶ କରିଛନ୍ତି। ସେପଟେ ରାଜ୍ୟ ବାହାରକୁ ଯାଇଥିବା ପୁଲିସର ଟିମ୍‌ ୩ଟି ସହରରେ ଖୋଜି ଖାଲି ହାତରେ ଫେରିଛି । କିଛି ଦିନ ତଳେ ବିକ୍ରମ ତାଙ୍କ ପୈତୃକ ଘର ବାଲେଶ୍ବରର ବାଲୁଖଣ୍ଡ ଗାଁର ଏକ ପାଖ ଗାଁରେ ଲୁଚିକି ରହୁଥିଲେ । ଏନେଇ ଧଉଳି ଥାନା ପୁଲିସକୁ ନଭେମ୍ବର ପହିଲାରେ ବିକ୍ରମଙ୍କ ଜଣେ ସମ୍ପର୍କୀୟ ଖବର ଦେଇଥିଲେ । ଖବର ପାଇବା କ୍ଷଣି ରାତିରେ ଉକ୍ତ ଗାଁରେ ଚଢ଼ଉ କରିଥିଲା ପୁଲିସ । ହେଲେ ପୁଲିସ ପହଞ୍ଚିବା ଆଗରୁ ବିକ୍ରମ ସେଠାରୁ ଚମ୍ପଟ ମାରିଥିଲା । ସେପଟେ ପୁଲିସର ୨ଟି ଟିମ୍‌ ମହାରାଷ୍ଟ୍ରର ନାଗପୁର ଓ ପୁନେ ସହ ଆନ୍ଧପ୍ରଦେଶର ବିଶାଖାପାଟନମ୍‌ରୁ ଖୋଜିବାକୁ ଯାଇଥିଲା । ବିକ୍ରମ ଅନେକ ସମୟରେ ସେଠାରୁ କସମେଟିକ୍‌ ସାମଗ୍ରୀ ଓଡି଼ଶାକୁ ଆଣୁଥିବାରୁ ସେଠାରେ ଲୁଚିଥିବା ସନ୍ଦେହ କରାଯାଉଥିଲା । ସେ ଯେଉଁ ବେପାରୀଙ୍କ ସହ ଯୋଗାଯୋଗ କରୁଥିଲେ, ଯେଉଁ ହୋଟେଲରେ ରହୁଥିଲେ, ସେ ସବୁ ସ୍ଥାନରେ ପୁଲିସ ଟିମ୍‌ ଖୋଜି ଖାଲି ହାତରେ ଫେରିଛି ।ଦୀପାଳି ଭୁବନେଶ୍ୱର ଲିଙ୍ଗିପୁରରେ ଏକ ଭଡା ଘରେ ରହୁଥିଲେ । କସ୍‌ମେଟିକ୍‌ ବ୍ୟବସାୟୀ ବିକ୍ରମ ସହ ତାଙ୍କର ବିବାହ ସ୍ଥିର ହୋଇଥିଲା । ସେ ବରାବର ଦୀପାଳିଙ୍କ ନିକଟକୁ ଆସୁଥିଲେ। ଘଟଣାଦିନ ସେ ଦୀପାଳିଙ୍କ ନିକଟକୁ ଆସିଥିଲା । ରାତିରେ ଦୀପାଳିଙ୍କର ଭଉଣୀ ସହ ମଧ୍ୟ ବିକ୍ରମ କଥା ହୋଇଥିଲେ । ସେ ପ୍ରଥମେ ଦୀପାଳିଙ୍କର ମୃତ୍ୟୁ ସମ୍ପର୍କରେ ତାଙ୍କ ଭଉଣୀକୁ ସୂଚନା ଦେଇଥିଲେ ।ସୂଚନାଯୋଗ୍ୟ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଥିଲା। ମାନସିକ ଭାବେ ବେଶ୍‌ ଭଲ ଥିବା ଦୀପାଳି ଆତ୍ମହତ୍ୟା କରି ନଥିବେ ବୋଲି ପରିବାର ଲୋକ ଦାବି କରିଛନ୍ତି। ମୃତଦେହ ନିକଟରୁ ମଦ ଗ୍ଲାସ ଓ ପୋଡା ସିଗାରେଟ୍‌ ଜବତ ହୋଇଥିବାରୁ ପୁରୁଷ ବନ୍ଧୁଙ୍କୁ ତାଙ୍କୁ ହତ୍ୟା କରିଥିବ ବୋଲି ପରିବାର ଲୋକ ଅଭିଯୋଗ କରିଆସିଛନ୍ତି । ପୁରୁଷ ବନ୍ଧୁ ବିକ୍ରମ ଗିରଫ ହୋଇପାରିଲେ ଅନେକ ତଥ୍ୟ ହାସଲ ହୋଇପାରିବ । ଦୀପାଳିଙ୍କ ଫୋନ୍‌ର ଲକ୍‌ ଖୋଲିଛି ସେଥିରୁ ତଦନ୍ତକାରୀ ପୁଲିସ ଅଧିକାରୀଙ୍କୁ ଅନେକ ତଥ୍ୟ ମିଳିଛି । ହ୍ୱାଟସ୍‌ଆପ୍‌ଚାଟ୍‌ରୁ ପୁଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଛି ।ତେବେ ବୀପାଳିଙ୍କ ପୁରୁଷ ବନ୍ଧୁ ବିକ୍ରମ ନମିଳିବା ଯାଏଁ ଆତ୍ମହତ୍ୟା ପଛର ରହସ୍ୟ ଉପରୁ ପରଦା ହଟିବା ସମ୍ଭବ ନୁହେଁ ବୋଲି ସଂପୃକ୍ତ ପୋଲିସ ଅଧିକାରୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ଅକ୍ଟୋବର ୧୯ତାରିଖ ରାତି ୮ଟାରୁ ୧ଟା ମଧ୍ୟରେ ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶନୀ ତାଙ୍କ ଲିଙ୍ଗିପୁର ଇନ୍ଦିରାନଗରରେ ଥିବା ଘରେ ବେକରେ ଓଢଣୀ ବାନ୍ଧି ଆତ୍ମହତ୍ୟା କରିଥିଲେ ।ଆତ୍ମହତ୍ୟା ପୂର୍ବରୁ ପୁରୁଷ ବନ୍ଧୁ ବିକ୍ରମ ତାଙ୍କ ପାଖରେ ଥିଲେ । ତେବେ ବିକ୍ରମ ବାହାରକୁ ଯାଇଥିବାବେଳେ ଦୀପାଳି ଭିତରପଟୁ କବାଟ ବନ୍ଦ କରି ଆତ୍ମହତ୍ୟା କରିଥିଲେ । ପୋଲିସ ତା ପରଦିନ ଶବ ଜବତ କରିବାପରେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇଥିଲା । ଏହାପରେ ଧଉଳି ପୋଲିସ ଘଟଣାର ତଦନ୍ତ କରୁଥିଲା । ଦୀପାଳିଙ୍କୁ ସୁଚିନ୍ତିତଭାବେ ପୁରୁଷ ବନ୍ଧୁ ବିକ୍ରମ ହତ୍ୟା କରିଛି ବୋଲି ଦୀପାଳିଙ୍କ ଦୁଇଭଉଣୀ ଅଭିଯୋଗ କରିଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ଏଥିରେ ଦୀପୀଳି ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି ।ଘଟଣାସ୍ଥଳରୁ ଜବତ ହୋଇଥିବା ଦୀପାଳିଙ୍କ ଦୁଇଟି ଫୋନର ଲକ୍‌ ପୋଲିସ ଖୋଲିବାରେ ସକ୍ଷମ ହେବାପରେ ପୋଲିସକୁ ହତ୍ୟାକାଣ୍ଡ ପଛର କାରଣ ସମ୍ପର୍କରେ
ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା କୁହାଯାଉଛି । ଘଟଣା ଘଟିବା ପରଠାରୁ ଦୀପାଳିଙ୍କ ପୁରୁଷ ବନ୍ଧୁ ବିକ୍ରମ ଫେରାର ଅଛି । ଦୀର୍ଘ ଦିନ ହେଲା ଦୀପାଳିଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା ।ସେ ପ୍ରତି ଶନିବାର ଦୀପାଳିଙ୍କ ସାକ୍ଷାତ କରିବାକୁ ବାଲେଶ୍ବରରୁ ଭୁବନେଶ୍ବର ଆସୁଥିଲେ । ସଂଧ୍ୟା ପାଞ୍ଚଟାରୁ ରାତି ବାରଟା । ସେହି ୫ଘଣ୍ଟାର ସମୟ । ଶନିବାର ସଧ୍ୟା ପାଞ୍ଚଟାରେ ଦୀପାଳିଙ୍କ ଭଉଣୀ ନିଜ ବାନ୍ଧବିଙ୍କ ସହିତ ମାର୍କେଟ ଚାଲିଯାଇଥିଲେ । ଆଉ ଘରେ ରହିଯାଇଥିଲେ ଦୀପାଳି ଆଉ ତାଙ୍କ ପ୍ରେମିକ ବିକ୍ରମ । ହେଲେ ଦିପାଳିଙ୍କ ଆତ୍ନହତ୍ୟା ପରେ ବିକ୍ରମ ଗଲେ କୁଆଡେ । ଶନିବାର ରାତିରେ ବିକ୍ରମ ଙ୍କ ସହିତ ଏମିତି କଣ ଘଟିଲା ଯାହା ଫଳରେ ଦିପାଳି ଆତ୍ନହତ୍ୟା କରିବାକୁ ପଛେଇଲେ ନାହିଁ ଏ ସବୁର ରହସ୍ୟ ଖୋଲିବ ଯେତେବେଳେ ପୋଲିସ ହାତରେ ଧରାପଡିବ ବିକ୍ରମ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking