29.1 C
Bhubaneswar
Sunday, April 28, 2024
Homeବ୍ରେକୀଙ୍ଗପୁଣି ଓଲଟିଲା ଶ୍ରମିକ ବସ

ପୁଣି ଓଲଟିଲା ଶ୍ରମିକ ବସ

ରାୟଗଡ଼ା: ରାୟଗଡ଼ା ଥାନା ଅନ୍ତର୍ଗତ ଗୁମ୍ମା ଘାଟିରେ ଏକ ଅଭାବନୀୟ ଘଟଣା ଘଟିଛି । ଶ୍ରମିକ ନେଇ ଯାଉଥିବା ଏକ ବସଟି ଓଲଟି ପଡ଼ିଥିବା ସୂଚନା ମିଳିଛି । ବଲାଙ୍ଗୀର ଜିଲ୍ଳାରୁ ଶ୍ରମିକଙ୍କୁ ନେଇ ତାମିଲନାଡ଼ୁ ଯାଉଥିବା ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୮ଜଣ ଶ୍ରମିକ ଆହତ ହୋଇଛନ୍ତି । ସେହି ବସରେ ବିହାର ଅଲିଗଞ୍ଜ, ସୁନ୍ଦରଗଡ଼ ଏବଂ ବୌଦ୍ଧର ଶ୍ରମିକମାନେ ଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ଗଂଜାମରୁ ଶ୍ରମିକଙ୍କୁ ନେଇ ଏକ ବସ୍ ସୁରତ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଛତିଶଗଡ ରାଇପୁରର ଚେରି ଖେଡି ନିକଟରେ ବସଟି ଏକ ଟ୍ରକ ସହ ମୁହାଁମୁହିଁ ହୋଇଥିଲା । ଫଳରେ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking