28.1 C
Bhubaneswar
Thursday, May 2, 2024
Homeବ୍ରେକୀଙ୍ଗମାନବାଧିକାର କର୍ମୀଙ୍କ ନିକଟରେ ବର୍ଷା କହିଲେ ଏମିତି

ମାନବାଧିକାର କର୍ମୀଙ୍କ ନିକଟରେ ବର୍ଷା କହିଲେ ଏମିତି

ଭୁବନେଶ୍ୱର : ଓଲିଉଡ଼ର ସଫଳ ଅଭିନେତ୍ରୀ ବର୍ଷା ତାଙ୍କ ସ୍ୱାମୀ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାମରେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ ଆଣିଛନ୍ତି । ଆଜି ଏହି ମାମଲାରେ ବର୍ଷାଙ୍କୁ ଭେଟିଛନ୍ତି ମାନବାଧିକାର କର୍ମୀ । ମାନବାଧିକାର କର୍ମୀ ବର୍ଷାଙ୍କ ସହ ଆଲୋଚନା କରିବା ପରେ ସୂଚନା ଦେଇ କହିଛନ୍ତି ଅନୁଭବଙ୍କ ବ୍ୟତୀତ ସେ ଆଉ କାହା ନାମରେ ଅଭିଯୋଗ କରି ନାହାନ୍ତି ।

ଏହାସହ ଅନୁଭବ କେବଳ ମଦ୍ୟପାନ କରି ଗାଳିଗୁଲଜ କରିଛନ୍ତି ବୋଲି ବର୍ଷା କହିଛନ୍ତି । ଏହାସହ ସେ ବିବାହ ବିଚ୍ଛେଦ ଚାହୁଁ ନାହାନ୍ତି ବରଂ ସମାଧାନ ଚାହୁଁଛନ୍ତି । ସେହିପରି ଅନୁଭବଙ୍କ ସହ ଆଲୋଚନା ବେଳେ ଅନୁଭବ ବିବାହ ବିଚ୍ଛେଦ କିମ୍ବା ସମାଧାନ ନେଇ କିଛି ସ୍ପଷ୍ଟ କରିନାହାନ୍ତି ବୋଲି ମାନବାଧିକାର କର୍ମୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking