26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶକଶ୍ମୀରରେ ଦୁଇଟି ସ୍ଥାନରେ ବସରେ ବିସ୍ଫୋରଣ

କଶ୍ମୀରରେ ଦୁଇଟି ସ୍ଥାନରେ ବସରେ ବିସ୍ଫୋରଣ

ଶ୍ରୀନଗର: କଶ୍ମୀରର ଉଦ୍ଧମପୁରରେ କିଛି ଘଣ୍ଟାର ବ୍ୟବଧାନ ମଧ୍ୟରେ ଦୁଇଟି ଭିନ୍ନ ଭିନ୍ନ ବସରେ ସନ୍ଦେହଜନକ ଭାବେ ବିସ୍ଫୋରଣ ଘଟିଛି । ଏଥିରେ 2 ଜଣ ଆହତ ହୋଇଛନ୍ତି । ପ୍ରଥମ ବିସ୍ଫୋରଣଟି ଉଦ୍ଧମପୁର ପେଟ୍ରୋଲ ପମ୍ପ ନିକଟରେ ହୋଇଥିବା ବେଳେ ଏହାର 8 ଘଣ୍ଚା ବ୍ୟବଧାନରେ ଦୋମାଲି ଛକ ନିକଟରେ ଛିଡା ହୋଇଥିବା ଅନ୍ୟ ଏକ ବସରେ ଏହି ବିସ୍ଫୋରଣ ହୋଇଛି । ପ୍ରଥମ ବିସ୍ଫୋରଣରେ ଦୁଇ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦ୍ବିତୀୟ ବିସ୍ଫୋରଣରେ କେହି ଆହତ ହୋଇନଥିବା ସୂଚନା ମିଳିଛି । ଖବର ପାଇ ଡଗ ସ୍କ୍ବାଡ ସହ ସେନାର ବୋମା ନିଷ୍କ୍ରିୟକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ତେବେ ପାର୍କିଂରେ ଛିଡା ହୋଇଥିବା ଦୁଇଟି ବସରେ କିଏ, କେମିତି ବିସ୍ଫୋରଣ ରଖିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଆତଙ୍କୀ ଆକ୍ରମଣ ହୋଇଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ବସଟି ପାର୍କିଂ ହୋଇଥିବା ସ୍ଥାନ ନିକଟବର୍ତ୍ତୀ ଏରିଆରେ ଲାଗିଥିବା ସିସିଟିଭିରୁ ଫୁଟେଜ ସଂଗ୍ରହ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ସୂଚନା ଅନୁସାରେ ପ୍ରଥମ ବିସ୍ଫୋରଣଟି ଉଦ୍ଧମପୁରରେ ଥିବା ପେଟ୍ରୋଲ ପମ୍ପରେ ଛିଡା ହୋଇଥିବା ବସରେ ହୋଇଥିଲା । ଏହାର କିଛି ସମୟ ପରେ ଦ୍ବିତୀୟ ବିସ୍ଫୋରଣଟି ଦୋମାଲି ଛକ ନିକଟରେ ହୋଇିଥିଲା । ସିିସିଟିଭି ଫୁଟେଜରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ପ୍ରକ୍ରିୟା ଜାରି ରହିଥିବା ସ୍ଥାନୀୟ ଉଦ୍ଧମପୁର-ରିଆସି ରେଞ୍ଜ ଡିଆଜି ସୂଚନା ଦେଇଛନ୍ତି ।

କଶ୍ମୀରରେ ଗତ କିଛି ମାସ ହେବ ସୁରକ୍ଷାବଳ ଆତଙ୍କବାଦୀ ନିରୋଧୀ ମିଶନକୁ ବ୍ୟାପକ କରିଥିଲେ ସୁଦ୍ଧା ସାଧାରଣ ଲୋକଙ୍କୁ ଟାର୍ଗେଟ କରି ସେମାନଙ୍କ ଉପସ୍ଥିତି ଜାହିର କରୁଛନ୍ତି ଆତଙ୍କବାଦୀ । ଅଧିକାଂଶ ସମୟରେ ଆତଙ୍କୀଙ୍କ ଟାର୍ଗେଟରେ ଅଣ ସ୍ଥାନୀୟ ବାସିନ୍ଦା ଓ କଶ୍ମୀର ପଣ୍ଡିତ ରହୁଥିବା ଦେଖିବାକୁ ମିଳିଛି । ନିକଟରେ ଏପରି ଏକାଧିକ ଟାର୍ଗେଟ କିଲିଂ ହେବା ପରେ ଘାଟିରେ ସାଧାରଣ ଲୋକଙ୍କ ସୁରକ୍ଷା ନେଇ ଚିନ୍ତା ବଢିଥିଲା । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏନେଇ ଚିନ୍ତା ପ୍ରକଟ କରିବା ସହ ଘାଟିରେ ଅର୍ଦ୍ଧସାମରିକ ବଳର ନିୟୋଜନ ମଧ୍ୟ ବୃଦ୍ଧି କରିଥିଲା । ଅନ୍ୟପଟେ ଘାଟିରେ ସୁରକ୍ଷାବଳକୁ ଏନକାଉଣ୍ଟରରେ ମଧ୍ୟ ନିୟମିତ ସଫଳତା ମିଳୁଛି । ବୁଧବାର ହୋଇଥିବା ଅପରେସନରେ ଜଣେ ପାକିସ୍ତାନୀ ଆତଙ୍କୀ ସମେତ ମୋଟ 3 ଆତଙ୍କୀଙ୍କୁ ସଫା କରିବାରେ ସଫଳତା ପାଇଥିଲା ସେନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking