33.1 C
Bhubaneswar
Saturday, April 27, 2024
Homeଖେଳପଲି ଉମ୍ରିଗର ପୁରସ୍କାରରେ ସମ୍ମାନିତ ହେବେ ବୁମ୍‍ରା

ପଲି ଉମ୍ରିଗର ପୁରସ୍କାରରେ ସମ୍ମାନିତ ହେବେ ବୁମ୍‍ରା

ମୁମ୍ବାଇ : ଭାରତୀୟ କ୍ରିକେଟ ଦଳର ଦ୍ରୁତଗାମୀ ବୋଲର୍‍ ଯଶପ୍ରୀତ ବୁମ୍‍ରାଙ୍କୁ ୨୦୧୮-୧୯ ବର୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ରତିଷ୍ଠିତ ପଲି ଉମ୍ରିଗର ପୁରସ୍କାରରେ ସମ୍ମାନିତ କରାଯିବ। ରବିବାର ବିସିସିଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି। ଶ୍ରେଷ୍ଠ ଅନ୍ତର୍ଜାତୀୟ କ୍ରିକେଟର ଭାବେ ୨୬ ବର୍ଷୀୟ ବୁମ୍‍ରାଙ୍କୁ ମୁମ୍ବାଇରେ ରବିବାର  ଅନୁଷ୍ଠିତ ହେଉଥିବା ବିସିସିଆଇ ବାର୍ଷିକ ପୁରସ୍କାର ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ।
ନଂ୧ ଏକ ଦିବସୀୟ ବୋଲର୍‍ ବୁମ୍‍ରା ଜାନୁଆରୀ ୨୦୧୮ରେ ଭାରତର ଦକ୍ଷିଣ ଆଫ୍ରିକା ଯାତ୍ରା ସମୟରେ ଟେଷ୍ଟ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ ଓ ସେବେଠାରୁ ପଛକୁ ବୁଲି ଚାହିଁ ନାହାନ୍ତି। ବୁମ୍‍ରା ଟେଷ୍ଟ କ୍ରିକେଟ୍‌ରେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗୋଟିଏ ଇନିଂସରେ ୫ ୱିକେଟ୍‍ ନେବାର ଖ୍ୟାତି ଅର୍ଜନ କରିଛନ୍ତି। ଏହା ସହିତ ସେ ପ୍ରଥମ ଓ ଏକମାତ୍ର ଏସିଆ ବୋଲର୍‍ ଭାବେ ଏହି ଖ୍ୟାତି ଅର୍ଜନ କରିଛନ୍ତି। ଅନ୍ୟପକ୍ଷରେ ମହିଳା ବର୍ଗରେ ପୁନମ ଯାଦବଙ୍କୁ ଶ୍ରେଷ୍ଠ ଅନ୍ତର୍ଜାତୀୟ କ୍ରିକେଟର୍‍ ଭାବେ ସମ୍ମାନିତ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking