29.1 C
Bhubaneswar
Sunday, May 5, 2024
Homeଓଡିଶା୨୦୨୪ ଏପ୍ରିଲ ସୁଦ୍ଧା ବିଏସ୍‌ଏନ୍‌ଏଲ୍‌ ୫ଜି

୨୦୨୪ ଏପ୍ରିଲ ସୁଦ୍ଧା ବିଏସ୍‌ଏନ୍‌ଏଲ୍‌ ୫ଜି

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏଲଏଲ୍‌) ୫ଜି ସେବା ଆଣିବା ଲାଗି ପ୍ରସ୍ତୁତି ଜୋରଦାର କରିଛି । ୨୦୨୪ ଏପ୍ରିଲରେ କମ୍ପାନି ଏହି ସେବା ଶୁଭାରମ୍ଭ କରିବ ବୋଲି ନିକଟରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ । ତେବେ କମ୍ପାନି ଏବେ ୪ଜି ଲଞ୍ଚ ଉପରେ ଧ୍ୟାନ ଦେଉଛି । ଏହା ୪ଜି ଆଣିବାର ଗୋଟିଏ ବର୍ଷ ମଧ୍ୟରେ ଏହାକୁ ୫ଜିକୁ ଅପ୍‌ଗ୍ରେଡ କରାଯିବ ।

ବିଏସ୍‌ଏନ୍‌ଏଲ୍ ଟିସିଏସ୍ ଏବଂ ସିଡଟ୍ ସହ ମିଳିତ ହୋଇ ୪ଜି ଆଣିବା ପାଇଁ ପ୍ରସ୍ତୁତି ଜୋରଦାର କରିଛି । କମ୍ପାନି ଏହାର ନେଟୱର୍କ ଅପ୍‌ଗ୍ରେଡ କରିବା କାମକୁ ତ୍ୱରାନ୍ୱିତ କରିଛି । ନିକଟରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାରେ ଏୟାରଟେଲ ଏବଂ ଜିଓର ୫ଜି ସେବାକୁ ଓଡ଼ିଶାରେ ଶୁଭାରମ୍ଭ କରିଥିଲେ । ଓଡ଼ିଶାରେ ବିଏସ୍‌ଏନ୍‌ଏଲ୍ ର ୫ଜି ସେବା ଆଗାମୀ ୨ ବର୍ଷରେ ମିଳିବ ବୋଲି ସେ କହିଥିଲେ । ବିଏସ୍‌ଏନ୍‌ଏଲ୍ ୫ଜି ଆଣିଲେ ଏୟାରଟେଲ ଏବଂ ଜିଓକୁ ଟକ୍କର ଦେବ ବୋଲି ଗଣମାଧ୍ୟମର ଏକ ରିପୋର୍ଟରେ କୁହାଯାଇଛି । ଉଲ୍ଲେଖଯୋଗ୍ୟ, ଏୟାରଟେଲ ଓ ଜିଓ ଭାରତରେ ଅକ୍ଟୋବର ମାସରେ ୫ଜି ସେବା ଶୁଭାରମ୍ଭ କରିଥିଲେ । ଏହି ୨ କମ୍ପାନି ଏବେ ଅଧିକ ସହରରେ ୫ଜି ଉପଲବ୍ଧ କରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking