28.1 C
Bhubaneswar
Saturday, April 27, 2024
Homeଓଡିଶା୨ କୋଟି ଟଙ୍କାର ଧଳାଜହର ଜବତ, ଜଣେ ମହିଳାଙ୍କ ସମେତ ୨ ମାଫିଆ ଗିରଫ

୨ କୋଟି ଟଙ୍କାର ଧଳାଜହର ଜବତ, ଜଣେ ମହିଳାଙ୍କ ସମେତ ୨ ମାଫିଆ ଗିରଫ

ଜଳେଶ୍ୱର : ୨ କୋଟି ଟଙ୍କାର ଧଳାଜହର ଜବତ । ଜଣେ ମହିଳାଙ୍କ ସମେତ ୨ଜଣ ମାଫିଆ ଗିରଫ । ଜଳେଶ୍ୱର ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବସ୍ତା ଥାନା ବିଦ୍ୟାଧରପୁର ଗାଁରୁ ୨ କେଜି ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ । ଏହି ମାମଲାରେ ଜଣେ ମହିଳାଙ୍କ ସହ ୨ଜଣ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରାଯାଇଛି । ଚଢାଉ ବେଳେ ବ୍ରାଉନସୁଗର ମାଫିଆ ପୋଲିସକୁ ଆକ୍ରମଣ କରି ଗାଡି ଭଙ୍ଗାରୁଜା କରିଥିଲେ । କିଛି ପୋଲିସ କର୍ମଚାରୀ ଏଥିରେ ଆହତ ହୋଇଥିବା ବେଳେ ଜଣେ ମାଫିଆ ଖସି ପଳାଇଛନ୍ତି । ଜଳେଶ୍ୱରରୁ ଅଢେଇ କୋଟିର ବ୍ରାଉନସୁଗର ଜବତ କରାଯାଇଥିଲା।

ଜଳେଶ୍ୱର ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉ ବେଳେ ବିପୁଳ ପରିମାଣର ଧଳା ଜହର ଜବତ କରାଯାଇଥିଲା। ଘଟଣାରେ ୩ ବେପାରୀଙ୍କୁ ଗିରଫ କରିଥିଲା ପୋଲିସ। ଜବତ ୨ କେଜି ୪୦୦ଗ୍ରାମ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ଅଢେଇ କୋଟି ଟଙ୍କା ରହିଥିଲା। ତେବେ ଏତେ ପରିମାଣର ବ୍ରାଉନ ସୁଗାର କେଉଁଠାରୁ କେଉଁଠିକୁ ଚାଲାଣ ହେଉଥିଲା ସେନେଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ୍। ସେହିପରି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସାର୍ଥା ଗାଁରୁ ବ୍ରାଉନସୁଗର ବେପାରୀକୁ ଗିରଫ କରାଯାଇଥିଲା ।

ଏହା ସହ ଏକ ଚୋରା ବନ୍ଧୁକ ଜବତ କରିଥିଲା ପୋଲିସ୍ । ଗିରଫ ଅଭିଯୁକ୍ତ ଥିଲା ସୁନୀଲ ଗୌଡ । ସୁନୀଲ ଗାଁ ଭିତରେ ପଶି ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରୁଥିବାବେଳେ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବର ପାଇ ସାର୍ଥା ଫାଣ୍ଡି ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking