30.1 C
Bhubaneswar
Friday, April 26, 2024
Homeଓଡିଶାବ୍ରିଜ ର କଙ୍କ୍ରିଟ୍ ଫାଟି ଆଁ କଲାଣି, ପ୍ରଶାସନ ର ପଡୁନି ନଜର; ମରାମତି ଦାବି...

ବ୍ରିଜ ର କଙ୍କ୍ରିଟ୍ ଫାଟି ଆଁ କଲାଣି, ପ୍ରଶାସନ ର ପଡୁନି ନଜର; ମରାମତି ଦାବି କରି ଆସୁଥିଲେ ହେଁ କେହି ଶୁଣୁ ନଥିବା ଗ୍ରାମବାସିଙ୍କ ଅଭିଯୋଗ

ମାଲକାନଗିରି: ମାଲକାନଗିରି ଜିଲ୍ଲା ର ଏମଭି 2 ଗ୍ରାମ କୁ ସଂଯୋଗ କରୁଥିବା ବ୍ରିଜ ର ଅବସ୍ତା ଦେଖନ୍ତୁ। ଏ ଦୃଶ୍ୟ ହିଁ ବୟାନ କରୁଥିବା କେତେ ମଜବୁତ୍ ଏହି ବ୍ରିଜ ଟି । କେତେ ସୁରକ୍ଷିତ ଏହି ବ୍ରିଜ ଦେଇ ନିଜର ପ୍ର୍ୟତେକ ଦିନ ର କାମ ପାଇଁ ଜିଲ୍ଲା ସଦର ମହକୁମା କୁ ଯାଉଥିବା ଲୋକେ । ଏଭି 2 ସମେତ ଏହି ପଥ ଦେଇ ପ୍ରତି ଦିନ ୧୫ ରୁ ୨୦ ଟି ବଙ୍ଗାଳୀ ଗାଁ ର ଲୋକେ ଆସିଥାନ୍ତି ଜିଲ୍ଳା ସଦର ମହକୁମାକୁ । ବର୍ଷା ଦିନରେ ବନ୍ୟା ପାଣି ରେ ବୁଡ଼ି ରହି ଥାଏ ଏହି ବ୍ରିଜ ଟି । ଯାତାୟାତ ହୋଇଯାଏ ସମ୍ପୂର୍ଣ୍ଣ ରୂପେ ଠପ୍। ୧୦ ୧୨ ଟି ଗାଁ କୁ ସଂଯୋଗ କରୁଥିବା ଏହି ବ୍ରିଜ ପାଣି ରେ ବୁଡ଼ି ରହିଥିବା କାରଣରୁ ଏକ ପ୍ରକାର ବାହ୍ୟ ଜଗତ ରୁ ବିଛିନ୍ନ ହୋଇ ଯାଇଥାଏ ।
ଦୀର୍ଘ ବର୍ଷ ଧରି ଗ୍ରାମବାସୀ ଏହି ବ୍ରିଜ ଟିର ମରାମତି ଓ ଉଚ୍ଛା କରିବାକୁ ଦାବି କରିଆସୁଥିଲେ ହେ କାହାରି ନଜର ପଡିନି । ରାଜନୈତିକ ଇଚ୍ଛା ଶକ୍ତି ର ଅଭାବ ଯୋଗୁ ଏହି ଭଲି ବର୍ଷ ବର୍ଷ ଧରି ଦୁର୍ଦଶା ଭୋଗୀ ଆସୁଛନ୍ତି ଗାଁ ର ଲୋକେ । ସୂଚନା ଯୋଗ୍ୟ ଯେ ଏହି ବ୍ରିଜ ଦେଇ ଜିଲ୍ଲାର ପ୍ରଶାସନିକ ଅଧିକାରୀ ବିଭିନ୍ନ ଗାଁ କୁ ଯାଇଥାନ୍ତି ହେଲେ ଏହି ବ୍ରିଜ ର ଚିତ୍ର ହିଁ ବୟାନ କରିଥିବ କେତେ ତତ୍ପର ଜିଲ୍ଲାପ୍ରଶାସନ ଜିଲ୍ଲାର ବିକାଶ ପାଇଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking