30.1 C
Bhubaneswar
Friday, April 26, 2024
Homeସ୍ୱାସ୍ଥ୍ୟବ୍ରାହ୍ମୀ ଶାଗର ଉପକାରିତା

ବ୍ରାହ୍ମୀ ଶାଗର ଉପକାରିତା

ଭୁବନେଶ୍ୱର : ବିଶେଷଜ୍ଞଙ୍କ ପରାମର୍ଶରେ ହିଁ ଏହି ସବୁ ସୁପର୍‌ଫୁଡସ୍‌ ସେବନ କରନ୍ତୁ, ନଚେତ୍ ଅନ୍ୟ ପ୍ରକାର ଶାରୀରିକ ସମସ୍ୟା ଦେଖାଦେଇପାରେ । ବ୍ରାହ୍ମୀ, ଏକ ଆୟୁର୍ବେଦ ଜଡ଼ିବୁଟି ଭାବେ ଜଣାଯାଏ। ଏଥିରେ ବିଭିନ୍ନ ପ୍ରକାର ପୋଷକତତ୍ତ୍ବ ଭରପୂର ରହିଥିବାବେଳେ ମନକୁ ଶାନ୍ତ କରିବାରେ ବ୍ରାହ୍ମୀର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ବ୍ରାହ୍ମୀ ଶାଗ, ବ୍ରାହ୍ମୀ ରସ କିମ୍ବା ଏହାର ଚୂର୍ଣ୍ଣ ଯେ କୌଣସି ଭାବେ ଏହାକୁ ସେବନ କରିପାରିବେ । ନିୟମିତ ଭାବେ ବ୍ରାହ୍ମୀ ଖାଇବା ସବୁ ବୟସର ଲୋକଙ୍କ ପାଁଈ ଭଲ I  ବିଭିନ୍ନ ପ୍ରକାର ଶାଗରୁ ବ୍ରାହ୍ମୀ ଶାଗର ବିଶେଷତ୍ଵ ରହିଛି I ବ୍ରାହ୍ମୀ ପତ୍ରରେ ପୃଷ୍ଟିସାର ୨%, ବାକୋସାଈଡ  ୫.୯%,  ବାକୋପସାଈଡ ୫.୫% ଓ ବକୋସପୋନିକ ଆଲକାଲଏଡ଼  ଥାଏ I

ଔଷଧୀୟ ଗୁଣ –

ବ୍ରାହ୍ମୀ ଶାଗ ଏକ ସ୍ନାୟୁ ଟନିକ ଭାବେ କାମ କରିଥାଏ

ଏହି ଶାଗ ଖାଇଲେ ଆଲଯାଇମିର  ରୋଗ କମିବାରେ ସହାୟକ ହୁଏ

ଅନିଦ୍ରା ରୋଗୀଙ୍କ ପାଇଁ ଏକ ଉତ୍ତମ ଖାଦ୍ୟ

ଶରୀରର କୌଣସି ସ୍ଥାନରେ ଦରଜ ହୋଇଥିଲେ, ଏହି ପତ୍ରକୁ ବାଟି ସେହି ସ୍ଥାନରେ ଲାଗିଲେ ଉପଶମ ମିଳେ

ବ୍ରାହ୍ମୀ ଶାଗ ଖାଇଲେ ଯକୃତ ରୋଗ ଦୂର ହୋଇଥାଏ

ପିଲାମାନେ ଏହା ଖାଇଲେ ସ୍ମୃତି ଶକ୍ତି ବଢ଼େ

ଏହି ଶାଗ ରକ୍ତ ବିଶୋଧକ ଭାବେ କାମ କରେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking