29.1 C
Bhubaneswar
Tuesday, May 7, 2024
Homeଅପରାଧଜେଲରୁ ମୁକୁଳିଲେ ପ୍ରଦୀପ ପାଣିଗ୍ରାହୀ

ଜେଲରୁ ମୁକୁଳିଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଝାରପଡା ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଷଷ୍ଠ ମାମଲାରେ ସେ ଜାମିନ ପାଇବା ପରେ ଜେଲରୁ ମୁକୁଳିଛନ୍ତି । କାଲି ଷଷ୍ଠ ମାମଲାରେ ହାଇକୋର୍ଟରୁ ପ୍ରଦୀପ ଜାମିନ ପାଇଥିଲେ ।  ଠକେଇ ଅଭିଯୋଗରେ ଗିରଫ ହୋଇ ସେ ଜେଲରେ ଥିଲେ । ଡିସେମ୍ବର ୩ ତାରିଖରେ କ୍ରାଇମବ୍ରାଂଚ ପ୍ରଦୀପଙ୍କୁ ଗିରଫ କରିଥିଲା । ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧ ଓ ୧୨୦ ‘ବି’ ଆଇପିସି ଏବଂ ଆଇଟି ଆକ୍ଟ ୨୦୦୦ରେ ମାମଲା ରୁଜୁ ହୋଇଥିଲା । ବେନାମୀ ଅର୍ଥ କାରବାର, ଅପରାଧିକ ଷଡ଼ଯନ୍ତ୍ର ଓ ଠକେଇରେ ସାମିଲ ହୋଇଥିବା ନେଇ ଅଭିଯୋଗ ହୋଇଛି ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଥିଲା ।

ଟାଟା କମ୍ପାନୀରେ ଚାକିରି ଦେବାକୁ ଟଙ୍କା ଆଦାୟ କରୁଥିଲେ । ଭାବୀ ଜ୍ବାଇଁ ଆକାଶ ପାଠକଙ୍କ ସହ ମିଶି ଠକିଥିଲେ । ଆକାଶ ପାଠକଙ୍କ ସମ୍ପତ୍ତି କାରବାରରେ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପୃକ୍ତି ରହିଥିଲା । ପଚରାଉଚୁରା ପରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଥିଲା।

ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ କିନ୍ତୁ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ତାଙ୍କ ପରିବାର ତଦନ୍ତ ପାଇଁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ମଧ୍ୟ କ୍ରାଇମବ୍ରାଞ୍ଚ ତାଙ୍କୁ ଏପରି ଗିରଫ କରିବାକୁ ସେ ନିନ୍ଦା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking