24.1 C
Bhubaneswar
Thursday, May 9, 2024
Homeଓଡିଶାଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ଯୁବକ ଫେରାର

ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ଯୁବକ ଫେରାର

ବୌଦ୍ଧ : ଜଣେ ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଅଶ୍ଳୀଳ ଭିଡିଓ ଭାଇରାଲ କରି ଯୁବକ ଫେରାର ହୋଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ବୌଦ୍ଧ ଥାନା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଚନ୍ଦ୍ରପୁର ଗ୍ରାମର ଭୁବନ ବେହେରା(୨୪) ପୀଡ଼ିତା ଛାତ୍ରୀଙ୍କ ମଧ୍ୟରେ ଗତ ତିନିବର୍ଷ ହେଲା ପ୍ରେମ ସମ୍ପର୍କ ହୋଇଥିଲା । ଅଭିଯୁକ୍ତ ଭୁବନ ବିବାହର ପ୍ରତିଶୃତି ଦେଇ ସମ୍ପୃକ୍ତ ଛାତ୍ରୀଙ୍କ ସହ ଶାରିରୀକ ସମ୍ପର୍କ ରଖିବା ସହିତ ନିଜର ମୋବାଇଲରେ ଭିଡିଓ ରେକର୍ଡିଂ କରିଥିଲେ । ଛାତ୍ରୀ ଏହାର ପ୍ରତିବାଦ କରିବାରୁ ମୁଁ ବିବାହ କରିବି ବୋଲି କହିଥିଲେ ।

ଘଟଣାର କିଛିଦିନ ପରେ ଭୁବନ ସେହି ଫଟୋକୁ ଫେସବୁକ୍‌ରେ ଭାଇରାଲ କରିଦେବାପରେ ଛାତ୍ରୀ ଜଣକ ତୁରନ୍ତ ବିବାହ କରିବାକୁ ଭୁବନକୁ କହିଥିଲେ । କିନ୍ତୁ ଭୁବନ ବିବାହ କରିବାକୁ ରାଜି ନହେବାରୁ ଗତ ୨୩ ତାରିଖ ଦିନ ପୀଡ଼ିତା ଛାତ୍ରୀ ଜହ୍ନାପଙ୍କ ଫାଣ୍ଡିରେ ଲିଖିତ ଅଭିଯୋଗ କରିବାପରେ ଫାଣ୍ଡି ଅଧିକାରୀ ଉଭୟ ପରିବାରକୁ ଡକାଇ ବୁଝାଶୁଝା କରିବା ସହିତ ଝିଅକୁ ତୁରନ୍ତ କୋର୍ଟରେ ବିବାହ କରିବାକୁ କହିଥିଲେ। ଗତ ୨୪ ତାରିଖ ଦିନ ବିବାହ କରିବାକୁ ଏକ ଚୁକ୍ତିନାମା କରିବାପରେ ଆବେଦନ କରିବାକୁ ରେଜିଷ୍ଟ୍ରି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରୁ ଭୁବନ ଫେରାର ହୋଇଯାଇଥିଲା ।

ପୀଡ଼ିତା ସୋମବାର ପୁନର୍ବାର ଜହ୍ନାପଙ୍କ ଫାଣ୍ଡିରେ ତାଙ୍କ ବିରୋଧରେ ଅଭିଯୋଗ କରିବାକୁ ପହଞ୍ଚିଥିଲେ । କିନ୍ତୁ ଫାଣ୍ଡି ଅଧିକାରୀ ତାଙ୍କୁ ଦୁର୍ବ୍ୟବହାର ପଦର୍ଶନ କରି ଫେରାଇ ଦେଇଥିବା ଛାତ୍ରୀ ଜଣକ ଅଭିଯୋଗ କରିବା ସହିତ ବୌଦ୍ଧ ଥାନାରେ ପହଞ୍ଚି ଅଭିଯୋଗ କରିଥିବା ଜଣାଯାଇଛି । ଏ ସମ୍ପର୍କରେ ଫାଣ୍ଡି ଅଧିକାରୀ ମମତା ହେମ୍ବ୍ରମଙ୍କୁ ପଚାରିବାରେ ପୀଡିତା ଛାତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣାକୁ ଖଣ୍ଡନ କରିବା ସହିତ ଆଜି ତାଙ୍କ ପାଖକୁ କେହି ଅଭିଯୋଗ ନେଇ ଆସିନଥିବା ପ୍ରକାଶ କରିଛନ୍ତି । ଛାତ୍ରୀଜଣକ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ନିଜର ଅଭିଯୋଗ ଜଣାଇବାକୁ ପହଞ୍ଚିଥିବାବେଳେ ସାକ୍ଷାତ କରିପାରିନଥିବା ପ୍ରକାଶ କରିଛନ୍ତି । ଏହି ମାମଲାରେ ତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking