28.1 C
Bhubaneswar
Thursday, May 2, 2024
Homeଓଡିଶାପ୍ରବାସୀ ଓଡ଼ିଆଙ୍କ ସନ୍ଦେହଜନକ ମୃତ୍ୟୁ

ପ୍ରବାସୀ ଓଡ଼ିଆଙ୍କ ସନ୍ଦେହଜନକ ମୃତ୍ୟୁ

ସାଲେପୁର : କିଛିଦିନ ତଳେ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣେ ପ୍ରବାସୀ ଓଡ଼ିଆର ସୋମବାର ସନ୍ଦେହଜନକ ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି । ସଂପୃକ୍ତ ବ୍ୟକ୍ତିର ମୃତ୍ୟୁ କିଭଳି ହେଲା ତାହା ଜଣାପଡୁନଥିବାବେଳେ କିଶନନଗର ପୁଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି ।

ସୂଚନା ଅନୁଯାୟୀ, କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ କିଶନନଗର ଥାନା ପୁରୁଣାହାଟ ପଞ୍ଚାୟତ ଗଙ୍ଗାପୁର ଗ୍ରାମର ସୁଶାନ୍ତ ମହାନ୍ତି (୫୨) କିଛିଦିନ ତଳେ ଗୁଜୁରାଟରୁ ଫେରି ମାଳଶାସନ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ସେଠାରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିବାପରେ ତାଙ୍କର ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ସେଠାରୁ ସୁସ୍ଥହୋଇ ସେ ଘରକୁ ଫେରିଥିବାବେଳେ ସୋମବାର ନିଜ ଆମ୍ବ ତୋଟାରେ ତାଙ୍କର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ତାଙ୍କ ପରିବାରକୁ ଖବର ଦେଇଥିଲେ । ରବିବାର ରାତିରେ ସୁଶାନ୍ତ ଖିଆପିଆ ସାରି ଘରେ ଶୋଇଥିବାବେଳେ ଆଜି ସକାଳୁ କିପରି ସେ ନିଜ ଆମ୍ବ ବଗିଚାକୁ ଆସିଲେ ଓ ସେଠାରେ ତାଙ୍କର ମୃତ୍ୟୁ ଘଟିଲା, ତାହା ସଠିକ୍ ଭାବେ ଜଣାପଡିନାହିଁ ।

ତାଙ୍କର ମୃତ୍ୟୁକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ଖବର ପାଇ କିଶନନଗର ପୁଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିବା ସହ କିଶନନଗର ଥାନାରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପା online casino ଇଁ କଟକ ପଠାଇ ଘଟଣାର ତଦନ୍ତ ଚାଲୁ ରଖିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ସୁଶାନ୍ତ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking