30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଆଠଗଡ଼ ଉପଖଣ୍ଡରେ ପ୍ରବେଶ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ

ଆଠଗଡ଼ ଉପଖଣ୍ଡରେ ପ୍ରବେଶ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ

ଆଠଗଡ଼ : କରୋନା ସଂକ୍ରମଣ ବଢୁଥିବାରୁ ଆଠଗଡ଼ ଉପଖଣ୍ଡରେ ପ୍ରବେଶ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ। ବିନା ଅନୁମତିରେ ଆଠଗଡ଼, ତିଗିରିଆ, ବଡ଼ମ୍ବା ଓ ନରସିଂହପୁର ବ୍ଲକକୁ ବାହାର ଜିଲ୍ଲାକୁ କେହି ପ୍ରବେଶ କରିପାରିବେ ନାହିଁ। ବାହାର ଜିଲ୍ଲା କିମ୍ବା ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କୁ ପ୍ରଶାସନର ବିନା ଅନୁମତିରେ ଆଠଗଡ଼ ଉପଖଣ୍ଡରେ ପ୍ରବେଶ ଅନୁମତି ମିଳିବ ନାହିଁ। ଏଥିପାଇଁ ସ୍ଥାନୀୟ ତହସିଲଦାର କିମ୍ବା ଥାନା ଆଇଆଇସିଙ୍କ ଅନୁମତି ଆଣିବାକୁ ପଡ଼ିବ। ଆଠଗଡ଼ ପ୍ରବେଶ ପୂର୍ବରୁ ବିଭିନ୍ନ ସ୍ଥାନରେ ନାକା ପଏଣ୍ଟ ରହିଛି ଖୁଣ୍ଟୁଣୀ ଛକ, ଚାନ୍ଦବାଲି ଛକରେ ନାକା କରାଯାଇଛି। ଏହା ଆଠଗଡ଼ ତହସିଲଦାରଙ୍କ ଅଧିନରେ ରହିଛି। ସେହିପରି ନୂଆ ସଡ଼କ ଛକରେ ଥିବା ନାକା ତିଗିରିଆ ତହସିଲଦାର, ବିଧାରପୁର ଛକରେ ଥିବା ନାକା ବଡ଼ମ୍ବା ତହସିଲଦାରଙ୍କ ଅଧିନରେ ରହିଛି। ପଞ୍ଚମୁହିଁ ଛକ ଓ ବାଗଧରିଆ ଛକରେ ଥିବା ନାକା ନରସିଂହପୁର ତହସିଲଦାରଙ୍କ ଅଧିନରେ ରହିଛି। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଗାଡି ପାଇଁ କୈଣସି କଟକଣା ନାହିଁ। ବାହାର ଜିଲ୍ଲା କିମ୍ବା ରାଜ୍ୟରୁ ଆଠଗଡ଼ ଆସୁଥିବା ଗୁରୁତର ରୋଗୀଙ୍କୁ ନାକା ପଏଣ୍ଟରେ ସ୍କ୍ରିନିଂ କରାଯିବ ବାହାରୁ ଆସୁଥିବା ଲୋକଙ୍କ ନାମ ଓ ଠିକଣା ରଖାଯିବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking