26.1 C
Bhubaneswar
Friday, May 10, 2024
HomeUncategorizedବିଜୁ ବାବୁଙ୍କ ସମ୍ପର୍କିତ ପୁସ୍ତକ : ‘ଡେଆର ଡେଭିଲ ଡେମୋକ୍ରାଟ’

ବିଜୁ ବାବୁଙ୍କ ସମ୍ପର୍କିତ ପୁସ୍ତକ : ‘ଡେଆର ଡେଭିଲ ଡେମୋକ୍ରାଟ’

ଭୁବନେଶ୍ୱର : ‘ଆଡଭେଞ୍ଜର୍ସ ଅଫ ଡେଆର ଡେଭିଲ ଡେମୋକ୍ରାଟ’ । ଏହି ନାମକରଣର ପୁସ୍ତକଟିଏ ଉନ୍ମୋଚନ ହେବାକୁ ଯାଉଛି । ଏହି ପୁସ୍ତକଟିରେ ବିଜୁବାବୁଙ୍କ ସମ୍ପର୍କରେ ଲେଖାଥିବା ଜଣାପଡିଛି । ବିଜୁଙ୍କ ୧୦୪ ତମ ଜୟନ୍ତୀ ପକ୍ଷ ପାଳନ ଅବସରରେ ଆସନ୍ତା ୬ ତାରିଖରେ ଏହି ପୁସ୍ତକଟିର ଉନ୍ମୋଚନ ହେବ ।
ବିଜୁ ପଟ୍ଟନାୟକ ବା ବିଜୁବାବୁ । ଜଣେ ରାଜନେତା, ରାଷ୍ଟ୍ରନେତା ଓ ଜଣେ ଦଃସାହସିକ ବ୍ୟକ୍ତି । ତାଙ୍କର ସେହି ଦୁଃସାହସିକତାକୁ ଚିତ୍ରକଥା ଶୈଳୀରେ କାହାଣୀ ରୂପେ ଏହି ପୁସ୍ତକରେ ଉପସ୍ଥାପନ କରାଯାଇଛି । ପିଲାଙ୍କ ଲାଗି ବିଜୁବାବୁଙ୍କ ଦଃସାହସିକ ଜୀବନ ଯାତ୍ର୍ରାର ଗାଥାକୁ ଏଥିରେ ଚିତ୍ରଣ କରାଯାଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ବର୍ମା ଅଭିଯାନ ହେଉ ବା ଋଷର ଷ୍ଟାଲିନଗାର୍ଡରେ ନାଜି ସେନାର ଘେରାବନ୍ଦୀ ହେଉ । ବିଜୁଙ୍କ ଅଦମ୍ୟ ସାହସର ବର୍ଣ୍ଣନା ପିଲାଙ୍କ ଲାଗି ଏଥିରେ ରଖାଯାଇଛି ।
ଲାଲ ବାହିନୀକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇ ନିଶ୍ଚିତ ପରାଜୟରୁ ରକ୍ଷା କରିବା କ୍ଷେତ୍ରରେ ବିଜୁଙ୍କ ଦଃସାହସିକ କାହାଣୀ ସନି୍ନବେଶିତ ହୋଇଛି ଏହି ପୁସ୍ତକରେ । ୧୯୪୭ମସିହା ରେ ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀ ସୁଲତାନ ସାହାରିଆଙ୍କୁ ଡଚ ସେନା ହାତରୁ ମୁକୁଳାଇବାର କଥା । କିଭଳି ବିପଦ ସଙ୍କୁଳ ବିମାନ ଅଭିଯାନରେ ନିଜେ ଦୁର୍ଦ୍ଧଶ ସେନାନୀ ସାଜି ସେ ଇଣ୍ଡୋନେସିଆ ଯାଇଥିଲେ ଓ ଡଚ ସେନା କବଳରୁ ପ୍ରଧାନମନ୍ତ୍ରୀଙ୍କୁ ଉଠାଇ ଆଣିଥିଲେ ତା’ର ଚିତ୍ରାବଳୀ ସହ ଏଥିରେ ଉଲ୍ଲେଖ କରାଯାଇଛି ।
ତିଦ୍ଧତ ବିରୋଧରେ ଚୀନର ଆକ୍ରମଣକୁ ପ୍ରତିହତ କରିବା ଲାଗି ନେହେରୁଙ୍କୁ ତିଦ୍ଧତ ଗରିଲା ବାହିନୀ ଗଠନ କରିବାର ପରାମର୍ଶ ଦେବା ଓ କାଶ୍ମୀରକୁ ପାକିସ୍ତାନ ସେନା ହାତରୁ ରକ୍ଷା କରିବାକୁ ଦଃସାହସିକ ପଦକ୍ଷେପ ନେଇ ଭାରତୀୟ ସେନାକୁ କାଶ୍ମୀର ଘାଟିରେ ପହଞ୍ଚାଇବାର ଐତିହାସିକ ଗାଥା ମଧ୍ୟ ଏଥିରେ ଲିପିବଦ୍ଧ ହୋଇଛି । ଏହାଛଡା ତାଙ୍କ ରାଷ୍ଟ୍ରନେତା ଚରିତ୍ରର କିଛି ଘଟଣାବଳୀକୁ ଉଲ୍ଲେଖ କରାଯାଇ ପ୍ରସ୍ତୁତ କରାଯାଇଛି । ସଚିତ୍ର ‘ଆଭେଞ୍ଜର୍ସ ଅଫ ଦି ଡେୟାର ଡେଭିଲ ଡେମୋକ୍ରାଟ’ ।

https://onakhabar.com/2020/03/03/biju-pattnaik-a-daring-person/
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking