28.1 C
Bhubaneswar
Thursday, May 2, 2024
Homeଓଡିଶାଓଲଟିଲା ଗ୍ୟାସ ଟ୍ୟାଙ୍କର

ଓଲଟିଲା ଗ୍ୟାସ ଟ୍ୟାଙ୍କର

ଅନୁଗୁଳ : ଦିନକୁ ଦିନ ସଡକ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମଳିଛି ଅନୁଗୁଳ ଜିଲ୍ଲା ଦେଇଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର କମରେଇ ଅଞ୍ଚଳରେ । କମରେଇ ଗାଁ ପାଖରେ ଏକ ପ୍ରୋପେନ ବୋଝେଇ ଗ୍ୟାସ୍ ଟ୍ୟାଙ୍କର ଓଲଟି ପଡ଼ିବାରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଦୁର୍ଘଟଣା ଯୋଗୁଁ କେହି ମୃତାହତ ହୋଇ ନଥିବା ଜଣାପଡିଛି । ତେବେ ଗ୍ୟାସ୍ ଲିକ୍ ହେଉଥିବାରୁ ଅଂଚଳରେ ଆତଙ୍କ ଖେଳିଯାଇଛି । ଗ୍ୟାସରୁ ଅଗ୍ନିକାଣ୍ଡ ଦୁର୍ଘଟଣାକୁ ଏଡ଼େଇବା ପାଇଁ ୬ଟି ଦମକଳ ଗାଡ଼ି ନିୟୋଜିତ କରାଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ଘଟଣାସ୍ଥଳଠାରୁ ପ୍ରାୟ ୨ କିଲୋମିଟର ଦୂରତା ମଧ୍ୟରେ ୫ଟି ଗାଁରେ ରୋଷେଇ ବନ୍ଦ କରିଦିଆଯାଇଛି ।
ସୂଚନା ଅନୁସାରେ, ମଙ୍ଗଳବାର ପ୍ରାୟ ସାଢ଼େ ୪ଟାରେ ସମ୍ବଲପୁର ପଟୁ କଟକ ଅଭିମୁଖେ ଯାଉଥିବା ଏକ ଗ୍ୟାସ୍ ଟ୍ୟାଙ୍କର କମରେଇ ଗାଁ ନିକଟରେ ରାଜପଥର ନବୀକରଣ କାମ ଚାଲିଥିବାରୁ ଟ୍ୟାଙ୍କରର ଚକା ଏକ ଖାଲରେ ପଡ଼ିଯିବାରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣା ପରେ ଟ୍ୟାଙ୍କରରୁ ଧୀରେ ଧୀରେ ଗ୍ୟାସ୍ ଲିକ୍ ହୋଇଥିଲା । ଘଟଣା ସଂକ୍ରାନ୍ତରେ ଖବର ପାଇ ହଣ୍ଡପା ଥାନା ପୁଲିସ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲା । ବାମୁର, ଆଠମଲ୍ଲିକ ଓ ଅନୁଗୁଳରୁ ୬ଟି ଦମକଳ ଗାଡ଼ି ନିୟୋଜିତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking