38.8 C
Bhubaneswar
Friday, April 19, 2024
Homeଓଡିଶାସଂସଦରେ ସଂଗୀତାଙ୍କୁ ଆକ୍ରମଣ

ସଂସଦରେ ସଂଗୀତାଙ୍କୁ ଆକ୍ରମଣ

ବଲାଙ୍ଗିର : ଗତକାଲି ସଂସଦରେ ବଲାଙ୍ଗିର ସାଂସଦ ସଂଗୀତା ସିଂଦେଓu ଉପରେ ଆକ୍ରମଣ ହୋଇଥିବା ନିଜେ ସଂଗୀତା ଅଭିଯୋଗ କରିଛନ୍ତି । ମିଳିଥିବା ଖବର ଅନୁସାରେ କଂଗ୍ରେସର ଦୁଇ ମହିଳା ସାଂସଦ ରାମ୍ୟା ଓ ଜ୍ୟୋତି ମଣି ତାଙ୍କ ଉପରେ ଆକ୍ରମଣ କରିଥିବା ସାଂସଦ ଅଭିଯୋଗ କରିଛନ୍ତି । ସଙ୍ଗୀତାଙ୍କ ଅଭିଯୋଗ ଅନୁସାରେ ସଂସଦରେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଚାଲିଥିଲା ଠିକ ସେତିକି ବେଳେ ତାଙ୍କ ପାଖକୁ କଂଗ୍ରେସର ଦୁଇ ସାଂସଦ ରାମ୍ୟା ଓ ଜ୍ୟୋତିମଣି ଆସିବା ସହ ପ୍ରଥମେ ଟଣାଓଟରା କରି ତାଙ୍କୁ ଆମ୍ପୁଡ଼ି ପକାଇଥିଲେ । ପରେ ସାଂସଦଙ୍କୁ ଠେଲାପେଲା କରିବା ସହ ତାଙ୍କ ଛାତିରେ କହୁଣି ଦ୍ୱାରା ମାଡ ମାରିଥିବ ଅଭିଯୋଗ କରିଛନ୍ତି ସଂଗୀତା । ତେବେ ସଂଗୀତା ତଳେ ପଡିଯିବା ପୂର୍ବରୁ ବିଜେପି ସାଂସଦ ତଥା ମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କୁ ଧରି ପକାଇବାରୁ , ପଡୁ ପଡୁ ବଞ୍ଚିଯାଇଥିଲେ । ପରେ ସଂଗୀତା ପର୍ଲ୍ୟାମେଣ୍ଟ କେମ୍ପସ ଭିତରେ ଥିବା ହସ୍ପିଟାଲରେ ନିଜର ଚିକିତ୍ସା କରାଇଥିବା କହିଛନ୍ତି । ତେବେ ଘଟଣାକୁ ନେଇ ସଙ୍ଗୀତା ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ବାଚସ୍ପତିଙ୍କୁ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଲେଖି ଜଣାଇଛନ୍ତି ।
ତେବେ ଆଜି ସଙ୍ଗୀତାଙ୍କ ଉପରେ ଆକ୍ରମଣ ଘଟଣା ଜାତୀୟ ଗଣ ମାଧ୍ୟମ ରେ ପ୍ରସାରିତ ହେବା ପରେ ସହରରେ ବେଶ ଚର୍ଚ୍ଚାର ମହଲ ଦେଖାଦେଇଛି । ସଂସଦ ପ୍ରଜାତନ୍ତ୍ର ର ମନ୍ଦିର ହୋଇଥିବାବେଳେ, ସଂସଦରେ ଜଂପ୍ରତିନିଧିଙ୍କ ଉପରେ ଆକ୍ରମଣ ଲଜ୍ଜ୍ୟାଜନକ ବୋଲି କିଛି ଲୋକ ଏହି ଘଟଣାର ନିନ୍ଦା କରୁଥିବା ବେଳେ କେହି କେହି ସଂଗୀତାଙ୍କ ଅଭ୍ୟାସ ଗତ ଉଗ୍ର ବ୍ୟବହାରକୁ ଏହି ଘଟଣା ପାଇଁ ଦାୟୀ କରିଛନ୍ତି । ତାଙ୍କ କହିବା ଅନୁସାରେ ଅତୀତରେ ସଙ୍ଗୀତା ନିଜ ଲୋକସଭା ନିର୍ବାଚନ ମଣ୍ଡଳୀ ରେ ଅନେକ ଥର ଗଣ୍ଡଗୋଳ କରିଛନ୍ତି । ଏପରିକି ସାଧାରଣ ଜନତା, ଦଳୀୟ କର୍ମୀ ଓ ସରକାରୀ କର୍ମଚାରୀଙ୍କୁ ମାଡ ମାରିଥିବା ମଧ୍ୟ ନଜିର ରହିଛି । ଏଣୁ ତାଙ୍କର ଉଗ୍ର ବ୍ୟବହାର ଯୋଗୁଁ ଏହି ଘଟଣା ହୋଇଥାଇପାରେ ବୋଲି କିଛି ଲୋକ ମତପୋଷଣ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking