29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶ୫୦ ବର୍ଷରେ ଆଖି ବୁଜିଲେ ବଲିଉଡ୍‌ ଅଭିନେତା ଫରାଜ ଖାନ୍

୫୦ ବର୍ଷରେ ଆଖି ବୁଜିଲେ ବଲିଉଡ୍‌ ଅଭିନେତା ଫରାଜ ଖାନ୍

ନୂଆଦିଲ୍ଲୀ : ୨୦୨୦ ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ଏବଂ ଦୁଃଖଦାୟକ ସାବ୍ୟସ୍ତ ହୋଇଛି । ଚଳିତ ବର୍ଷ ବଲିଉଡର ଅନେକ ସେଲିବ୍ରିଟି ଏହି ଦୁନିଆକୁ ବିଦାୟ ଦେଇଛନ୍ତି । ବଲିଉଡ୍‌ ଅଭିନେତା ଫରାଜ ଖାନ୍‌ଙ୍କ ପରଲୋକ ହୋଇଯାଇଛି। ସେ ବେଙ୍ଗାଲୁରୁର ଏକ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା। ଫରାଜଙ୍କ ପରଲୋକ ସମ୍ପର୍କରେ ଅଭିନେତ୍ରୀ ପୂଜା ଭଟ୍ଟ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଫରାଜଙ୍କ ଦେହାନ୍ତରେ ବଲିଉଡ୍‌ ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି।

ଫରାଜ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ସହ ‘ମେହେନ୍ଦୀ’ ଫିଲ୍ମରେ ଅଭିନୟ କରିଥିଲେ। ଏହାସହ ‘Dulhan Banoo Main Teri’, ‘ଫରେବ’ ଭଳି ଅନେକ ଫିଲ୍ମରେ ମଧ୍ୟ ନଜର ଆସିଥିଲେ ଫରାଜ। ଫରାଜଙ୍କ ଫିଲ୍ମ ‘ଫରେବ’ର ଗୀତ ’ତେରୀ ଆଖେଁ ଝୁକି ଝୁକି’ ସେହି ସମୟରେ ବେଶ୍‌ ହିଟ୍‌ ହୋଇଥିଲା।

ତେବେ ଦୀର୍ଘଦିନ ଧରି ଫରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିଲା। ଫଳରେ ତାଙ୍କୁ ବେଙ୍ଗାଲୁରୁର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। Neurological disorder ଯୋଗୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking