28.1 C
Bhubaneswar
Friday, April 26, 2024
Homeଓଡିଶାବାଣ ଦୋକାନ ସିଲ୍: ୨୦ ହଜାର ଫାଇନ୍

ବାଣ ଦୋକାନ ସିଲ୍: ୨୦ ହଜାର ଫାଇନ୍

ଭୁବନେଶ୍ୱର : କରୋନା ମହାମାରୀ ପାଇଁ ଚଳିତବର୍ଷ ରାଜ୍ୟରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ ପାଲଲହଡା ମୁଖ୍ୟ ବଜାରରେ ଖୋଲାଥିବା ୨ଟି ବାଣ ଦୋକାନ ସିଲ୍ କରାଯାଇଛି । ବାରଣ ସତ୍ୱେ ବାଣ ଦୋକାନ ଖୋଲିବାକୁ ବନ୍ଦ କରିଛି ଉପଖଣ୍ଡ ପ୍ରଶାସନ । ଦୁଇ ଦୋକାନୀଙ୍କ ଠାରୁ ୨୦ ହଜାର ଟଙ୍କା ଫାଇନ୍ ମଧ୍ୟ ଆଦାୟ ହୋଇଛି । ଅନୁଗୁଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବର୍ତମାନ କରୋନା ଯୋଗୁଁ ବାଣ ଦୋକାନ ବନ୍ଦ କରିବା ସହ ବାଣ ଫୁଟା ଉପରେ ରୋକ ଲଗାଇଛନ୍ତି ସରକାର । କାରଣ ଏଥିରୁ ନିର୍ଗତ ହେଉଥିବା କାର୍ବନ ଡାଇଅକ୍ସଇଡ ଶ୍ୱାସ ରୋଗ ଥିବା ବ୍ୟକ୍ତିଙ୍କ ପାଇଁ ହାନି କାରକ ହୋଇଥାଏ ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସରକାର ଏହା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking