ଶୀତ ଦିନେ ସୁସ୍ଥ ରଖିବ ଏହି ୩ଟି ପାନୀୟ-

ଭୁବନେଶ୍ୱର : ଶୀତ ଦିନେ ଆମକୁ ଶରୀର ଯତ୍ନ ନେବା ସହ ଅ।ମ ଖାଇବା ପିଇବାର ମଧ୍ୟ ଧ୍ୟାନ ରଖିବାକୁ ପଡ଼ିବ ।
ଶୀତଦିନେ ବିଶଷକରି ଆମ ଶରୀରରୁ ଜଳିୟ ଅଂଶ କମିଯାଏ ଯାହା ଆମକୁ ଅସୁସ୍ଥ କରିବାସହ ଆମ ସ୍କିନ୍ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ତେଣୁ ଆଜି ଚାଲନ୍ତୁ ଜାଣିବା ଏପରି କିଛି ପାନୀୟ ବିଷୟରେ ଯାହା ଆମ ଶରୀରକୁ ହାଇଡ଼୍ରେଟ ରଖିଥାଏ ।
୧-ଅରେଞ୍ଜ ପିଲ୍ ଚା
ଏହାକୁ ବନେଇବା ପାଇଁ ଆମକୁ ଦରକାର ଅରେଞ୍ଜର ଚୋପା ଯାହାକୁ ହଲକା ଭାବରେ ଗ୍ରାଇଣ୍ଡ କରିବା ସହ ଏଥିରେ ଅଦା ରସ ଏକ ଚାମଚ ମିଶେଇବା ।ଏଥିରେ କିଛି ଡ଼ାଲ୍‌ଚିନି ଗୁଣ୍ଡ ପକେଇକି ଗୋଟେ କପ୍ ପାଣି ରେ ଫୁଟାଇ ପିଇବା ।
ଏହାକୁ ଖାଇବାପରେ ପିଅନ୍ତୁ ।ଏଥିରେ ଶରିର କ୍ଲିନ ହେଇଥାଏ ।
୨- ଅଦା ଆପେଲ୍ ସାଇଡ଼ର ଭିନେଗାର ଚା ।
ଏଥିପାଇଁ ନିଅନ୍ତୁ ଛୋଟ ଖଣ୍ଡେ ଅଦା ଓ ୨-୩ଟି ଲବଙ୍ଗ, ଗୋଟେ ଚାମଚ ଆପେଲ୍ ସାଇଡ଼ର ଭିନେଗାର ମିଶାଇ ଫୁଟାଇ ନି÷ଅନ୍ତୁ ଓ ଚା ଭଳି ପିଅନ୍ତୁ ।
ଏହଦ୍ୱାରା ବଦ୍‌ହଜମୀ ଦୁର ହୁଏ । ଏହାକୁ ଖାଦ୍ୟ ଖାଇବା ପରେ ପିଇପାରିବେ
୩- ହଳଦୀ ଓ ଗେଲମରିଚ ଚା
ଏଥିପାଇଁ ମଧା ଚାମଚ ହଳଦୀ ଓ ଅଧ ଚାମରୁ କମ୍ ଗୋଲମରିଚ ନେଇ ସେଥରେ ଅଳ୍ପ କିଛି ଗୁଜୁରାତି ପକାଇ ତାକୁ ଫୁଟାଇ ନିଅନ୍ତୁ । ଏହାକୁ ରାତିରେ ଶୋଇବା ପୁର୍ବରୁ ନିଅନ୍ତୁ ।
ଏହା ଇମ୍ୟୁନିଟି ବଢଇବା ସହ ଶରୀରରୁ ଦରଜକୁ କମ୍ କରେ ।

LEAVE A REPLY

Please enter your comment!
Please enter your name here