32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଆଉ ନାହାନ୍ତି ବିଶିଷ୍ଟ ଅଭିନେତା ଇରଫାନ ଖାନ୍

ଆଉ ନାହାନ୍ତି ବିଶିଷ୍ଟ ଅଭିନେତା ଇରଫାନ ଖାନ୍

ମୁମ୍ବାଇ: ଆଉ ନାହାନ୍ତି ବଲିଉଡ ଆକ୍ଟର ଇରଫାନ ଖାନ୍ । ୫୩ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା । ତେବେ ତାଙ୍କ ସ୍ୱାସ୍ଥ୍ୟ ଅଚାନକ ଖରାପ ହେବାରୁ ତୁରନ୍ତ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କୁ କୋଲେନ ସଂକ୍ରମଣ ହୋଇତିବା ଡାକ୍ତର କହିଥିଲେ ।
୧୯୬୭ ମସିହା ଜାନୁୟାରୀ ୭ ତାରିଖରେ ସେ ଏକ ମୁସଲିମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଟାୟାର ବ୍ୟବସାୟ କରୁଥିଲେ । ନିଜର ନିଆରା ଅଭିନୟ ଦକ୍ଷତା ପାଇଁ ସେ ବଲିଉଡରେ ନିଜର ଦକ୍ଷତା ଓ କଳାର ଦମଦାର ପ୍ରଦର୍ଶନ କରିପାରିଛନ୍ତି । ନିଜର ଲମ୍ବା କ୍ୟାରିୟର ଭିତରେ ସେ ଅନେକ ନିଖୁଣ ଅଭିନୟ କରି ତାଙ୍କ ଫ୍ୟାନମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଗତ ଶନିବାର ଜୟପୁରରେ ଇରଫାନଙ୍କ ମା’ ସଇଦା ବେଗମଙ୍କ ଦେହାନ୍ତ ହୋଇଥିଲା । ହେଲେ ଦେଶବ୍ୟାପୀ ଲକ ଡାଉନ କାରଣରୁ ଇରଫାନ ତାଙ୍କ ମା’ ଅନ୍ତିମ ସଂସ୍କାର କରିପାରିନଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking