29.1 C
Bhubaneswar
Friday, May 3, 2024
Homeଓଡିଶାଜଙ୍ଗଲ ଭିତରେ କଙ୍ଗାରୁ କୋର୍ଟ, ଯୁକ୍ତଦୁଇ ଛାତ୍ରକୁ ଜଙ୍ଗଲକୁ ଟେକିନେଇ ନିସ୍ତୁକ ପିଟିଲେ

ଜଙ୍ଗଲ ଭିତରେ କଙ୍ଗାରୁ କୋର୍ଟ, ଯୁକ୍ତଦୁଇ ଛାତ୍ରକୁ ଜଙ୍ଗଲକୁ ଟେକିନେଇ ନିସ୍ତୁକ ପିଟିଲେ

ବଲାଙ୍ଗିର : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମରାଯାଉଥିବା ନେଇ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ତେବେ ପୂର୍ବ ଶତୃତାକୁ କେନ୍ଦ୍ରକରି ଜଙ୍ଗଲ ଭିତରେକୁ ନେଇ ଛାତ୍ରମାନେ ନିର୍ଧୁମ ଭାବରେ ମାଡ଼ ମାରିଛନ୍ତି। ଯାହାର ୬ ମିନିଟ ର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡ଼ିଓରେ ଜଣେ ଯୁବକଙ୍କୁ ସାଦା ପୋଷାକରେ ଥିବା ଯୁକ୍ତ ଦୁଇ ପ୍ରଥମବର୍ଷର ଛାତ୍ରଙ୍କୁ କେତେକ ଯୁବକ ନିସ୍ତୁକ ମାଡ଼ ମାରୁଛନ୍ତି । ଆକ୍ରମଣ କରୁଥିବା ଯୁବକଙ୍କ ମଧ୍ୟରେ ଯୁକ୍ତ ୨ ଦ୍ୱିତୀୟ ବର୍ଷର କେତେକ ଛାତ୍ର ରହିଥିବା ବେଳେ ପ୍ରାୟ ୪ଜଣ ଅଣଛାତ୍ର ରହିଛନ୍ତି । କୌଣସି ଏକ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ସେମାନେ ସଂପ୍ରୃକ୍ତ ଯୁବକଙ୍କୁ ମାଡ଼ ମାରିବାସହ ଗୋଡ ଧରିବା ପାଇଁ ବାଧ୍ୟ କରିଛନ୍ତି ।

ଭିଡ଼ିଓଟି ଗତ ୫ତାରିଖର ବୋଲି କୁହାଯାଉଥିବା ବେଳେ ଏହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ, କୌଣସି ଏକ ଘଟଣାକୁ ନେଇ ସ୍ଥାନୀୟ ହାତୀସାଲପଡ଼ାଠାରେ ଯୁକ୍ତ-୨ ପ୍ରଥମବର୍ଷର ଛାତ୍ର ବିହାନ ଅଗୱାଲ ମାଡ଼ ମାରିଥିବା ଛାତ୍ରମାନଙ୍କ ସହ ଗଣ୍ଡଗାଳ କରିଥିଲେ । ଏହାପରେ ସେ ସେମାନଙ୍କୁ ମାଡ଼ ମାରି ନାକ ମଧ୍ୟ ଫଟାଦେଇଥିଲେ । ସେହି ସମୟରେ ମାଡ଼ ଖାଇଥିବା ଛାତ୍ର ଗୋଷ୍ଠୀ ପ୍ରତିଶୋଧ ପରାୟଣ ହୋଇ ବିହାନଙ୍କୁ ଖୋଜୁଥିଲେ । ଗତ ୫ତାରିଖରେ ମାଡ଼ ଖାଇଥିବା ଛାତ୍ର କେତେକ ଅଣଛାତ୍ରଙ୍କ ସହ ବିହାନଙ୍କୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରୁ ଜୋରଜବରଦସ୍ତ ଉଠାଇ ବିଶ୍ୱବିଦ୍ୟାଳୟ ପଛପଟେ ଥିବା ଜଙ୍ଗଲକୁ ନେଇଯାଇଥିଲେ ।

ପରେ ଏକ ଗଛ ତଳେ ବିହାନଙ୍କୁ ରଖି ପ୍ରବଳ ମାଡ଼ ମାରିଥିଲେ । ତେବେ ମାଡ ଖାଉଥିବା ଛାତ୍ରଜଣକ ଏକାକି ଥିବାବେଳେ ମାଡ ମାରିଥିବା ଗୋଷ୍ଠୀର ସଂଖ୍ୟା ୮ରୁ ୧୦ଜଣ ଥିବା ଭିଡିଓରେ ଜଣାପଡୁଛି । ସେମାନଙ୍କ ଭିତରୁ ୩ରୁ ୪ଜଣ ଅଣଛାତ୍ର ରହିଛନ୍ତି । ଏହି ଘଟଣାକୁ ନେଇ ଟାଉନ ଥାନାରେ କୌଣସି ଅଭିଯାଗ ହୋଇନଥିବା ବେଳେ ଭାଇରାଲ ଭିଡିଓକୁ ନେଇ ପୁଲିସସ ତଦନ୍ତ ଆରମ୍ଭ କରଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking