37.2 C
Bhubaneswar
Friday, April 19, 2024
Homeଓଡିଶାଭୁବନ ସ୍ୱାସ୍ଥ୍ୟକେନ୍ଦ୍ରରେ ମିଳୁନି କରୋନା ଟିକା

ଭୁବନ ସ୍ୱାସ୍ଥ୍ୟକେନ୍ଦ୍ରରେ ମିଳୁନି କରୋନା ଟିକା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକରେ ମହାମାରୀ କରୋନା ନିମନ୍ତେ ତିନୋଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ଆଉ ୪ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି । କିଭିଳି ଭାବେ ସ୍ଥାନୀୟ ଅଚଂଳରେ ସମସ୍ତ ଜନସାଧାରଣ ଏହି ଟିକା ନେଇ ପାରିବେ ସେନେଇ ପ୍ରଶାସନ ତରଫରୁ ଡାକବାଜି ଦ୍ୱାରା ପ୍ରଚାର କରାଯାଉଛି । ଅନ୍ୟପଟେ ଡାକ୍ତରଖାନା ଗୁଡିକରେ ଟିକା ନଥିବାରୁ ଜନସାଧାରଣ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି ।

ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ୩୨୪୫ ଜଣ ବ୍ୟକ୍ତିଙ୍କୁ ଟିକା ଦିଆଯାଇଛି । ସେହିପରି ଭାବେ ମଠକରଗୋଳା ସ୍ୱାସ୍ଥ୍ୟ କେନ୍ଦ୍ର, ଜିରାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ମହୁଲପାଳ ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ମାର୍ଥାପୁର ସ୍ୱାସ୍ଥ୍ୟକେନ୍ଦ୍ର, ବରୁଆଁ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଟିକାକରଣ ବ୍ୟବସ୍ଥା କରାଯାଇଛି । ମାତ୍ର ଦୁଃଖର ବିଷୟ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ପର୍ଯ୍ୟାପ୍ତ ପରିମାଣର ଟିକା ନଥିବାରୁ ଟିକାକରଣ ବନ୍ଦ କରାଯାଇଛି । ଯାହା ଫଳରେ ଏଠାକୁ ଟିକା ନେବାକୁ ଆସୁଥିବା ଶହ ଶହ ବ୍ୟକ୍ତି ନିରାଶ ହୋଇ ଫେରୁଥିବା ଜଣାପଡିଛି । ଏନେଇ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କୁହନ୍ତି, ବର୍ତମାନ ଟିକାର ଅଭାବ ଚାଲିଛି । ତେବେ କରୋନା ଟିକା ଯୋଗାଡ ଚାଲିଛି ଦୁଇ ଦିନ ଭିତରେ ଏହାର ସମାଧାନ ହେବବୋଲି ସେ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking