30.1 C
Bhubaneswar
Monday, May 6, 2024
Homeଓଡିଶାଦାବୀ ପୂରଣ ନହେଲେ ଅନିର୍ଦ୍ଦିଷ୍ଟକାଳ ଆନ୍ଦୋଳନ

ଦାବୀ ପୂରଣ ନହେଲେ ଅନିର୍ଦ୍ଦିଷ୍ଟକାଳ ଆନ୍ଦୋଳନ

ବଲାଙ୍ଗୀର : କେନ୍ଦ୍ର ସରକାରଙ୍କର ବ୍ୟାଙ୍କ ଘରୋଇକରଣ ନିଷ୍ପତି ବିରୁଦ୍ଧରେ ସରକାରଙ୍କୁ ଚେତାବନୀ ଦେଇଥିଲା ବ୍ୟାଙ୍କ କର୍ମଚାରୀ ମିଳିତ ମଞ୍ଚ । କେନ୍ଦ୍ର ସରକାରର ଅଣଦେଖା ଯୋଗୁଁ ଦେଶ ସାରା ୨ ଦିନର ଧର୍ମଘଟ ଡାକରା ଦେଇଛି । ତେବେ ଦାବୀ ପୁରଣ ନହେଲେ ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନରେ ଯିବାକୁ ବାଧ୍ୟ ହେବ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ ବୋଲି ଆଜି ବଲାଙ୍ଗିର ଶାଖାର ନେତୃବୃନ୍ଦ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଦେଶ ସାରା ପ୍ରାୟ ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି । ସେହି କ୍ରମରେ ଗତ ଦୁଇଦିନ ହେଲା ୟୁନାଇଟେଡ଼୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ୍‌ ୟୁନିଅନ୍‌ର ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ସ୍ଥାନୀୟ ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଧର୍ମଘଟ କରାଯାଇଥିବା ବେଳେ ବ୍ୟାଙ୍କ ଗୁଡିକ ବନ୍ଦ ରହିଛି । ତେବେ କେନ୍ଦ୍ର ସରକାରଙ୍କ କର୍ପୋରେଟ ପୋଷଣ ନୀତି ଓ ବ୍ୟାଙ୍କମାନଙ୍କ ଘରୋଇକରଣ ଦେଶର ଅର୍ଥନୀତିକୁ ଆହୁରି ଦୁର୍ବଳ କରିବା ସହିତ ଜନସାଧାରଣଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିବ ବୋଲି ସଙ୍ଘ ତରଫରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking