29.1 C
Bhubaneswar
Wednesday, April 24, 2024
Homeଖେଳବିନା ଦର୍ଶକରେ ଅନୁଷ୍ଠିତ ହେବ ଟି-୨୦ ସିରିଜର ଶେଷ ୩ଟି ମ୍ୟାଚ୍‌

ବିନା ଦର୍ଶକରେ ଅନୁଷ୍ଠିତ ହେବ ଟି-୨୦ ସିରିଜର ଶେଷ ୩ଟି ମ୍ୟାଚ୍‌

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଅବଶିଷ୍ଟ ଥିବା ୩ଟି ଟି-୨୦ ମ୍ୟାଚ ଏବେ ବିନା ଦର୍ଶକରେ ଖେଳାଯିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଗୁଜୁରାଟ କ୍ରିକେଟ ସଂଘ ଟି-୨୦ ସିରିଜର ବାକି ତିନୋଟି ମ୍ୟାଚକୁ ବିନା ଦର୍ଶକରେ ଆୟୋଜନ କରିବାକୁ ସ୍ପଷ୍ଟ କରିଛି । ସୂଚନାଯୋଗ୍ୟ, ଟି-୨୦ ସିରିଜର ସମସ୍ତ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି । ପ୍ରଥମ ଦୁଇଟି ମ୍ୟାଚରେ ଷ୍ଟାଡିୟମକୁ ୫୦ ପ୍ରତିଶତ ଦର୍ଶକଙ୍କୁ ବସିବା ପାଇଁ ଅନୁମତି ଦିଆଯାଇଥିଲା । ମାତ୍ର କରୋନା ସଂକ୍ରମଣ ଯୋଗୁଁ ନିଷ୍ପତ୍ତି ପରିବର୍ତନ ହୋଇଛି । ପୁଣି ଥରେ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ପଡ଼ିଆକୁ ଓହ୍ଲାଇବ । ଭାରତ ୨ ଜଣ ସ୍ପିନରଙ୍କୁ ଖେଳାଉଥିବା ବେଳେ ଇଂଲଣ୍ଡ ଅତିରିକ୍ତ ସ୍ପିନର ଭାବେ ମୋଇନ୍ ଅଲୀଙ୍କୁ ଖେଳାଇପାରେ। ଫଳରେ ମାର୍କ ଉଡ୍ ଓ କ୍ରିସ୍ ଜୋର୍ଡାନଙ୍କ ମଧ୍ୟରୁ ଜଣେ ଖେଳିବେ। ଗତ ୨ଟି ଯାକ ମ୍ୟାଚରେ ବିଫଳ ହୋଇଥିବା ଓପନର କେ.ଏଲ୍. ରାହୁଲଙ୍କ ସ୍ଥାନରେ ରୋହିତ ଶର୍ମା ଖେଳିପାରନ୍ତି । ପ୍ରଥମ ଟି-୨୦କୁ ଇଂଲଣ୍ଡ ସହଜରେ ଜିତିଥିବା ବେଳେ ୨ୟ ମ୍ୟାଚକୁ ଭାରତ କବଜା କରିନେଇଛି । ତେଣୁ ୫ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ମଙ୍ଗଳବାର ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ । ଉଭୟ ଦଳ ମ୍ୟାଚ ଜିତି ସିରିଜ୍ ରେ ଆଗୁଆ ହେବା ଲକ୍ଷ୍ୟରେ ରହିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking