35.1 C
Bhubaneswar
Saturday, May 4, 2024
Homeଓଡିଶାବଢୁଛି କରୋନା ସଂକ୍ରମଣ , ଜାରିହେଲା ନିର୍ଦ୍ଦେଶାବଳୀ

ବଢୁଛି କରୋନା ସଂକ୍ରମଣ , ଜାରିହେଲା ନିର୍ଦ୍ଦେଶାବଳୀ

ଭୁବନେଶ୍ୱର : ସାରାଦେଶରେ ଯେଉଁଭଳି କରୋନାର ସଂକ୍ରମଣ ବଢି ଚାଲିଛି, ଏହାକୁ ନେଇ ସତର୍କ ହେବାର ବେଳ ଆସିଛି । ଯଦିଓ ଆମ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି, ତଥାପି ସତର୍କ ନହେଲେ ପରିସ୍ଥିତି ବିଗିଡି ଯିବାର ଆଶଙ୍କା ରହିଛି । ମହାମାରୀ କରୋନା ଧିରେ ଧିରେ ଏବେ ଉପରମୁହାଁ ହେବାରେ ଲାଗିଛି । ଏବେଠୁ ସତର୍କ ନହେଲେ ପୁଣି ପରିସ୍ଥିତି ଅସମ୍ଭାଳ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।  ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ରୂପରେ କରୋନା ଓ ଆମ ସତର୍କତା ନାଁରେ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । କେରଳ, ମହାରାଷ୍ଟ୍ର, ଛତିଶଗଡ, ମଧ୍ୟପ୍ରଦେଶ, ପଞ୍ଜାବ ଓ ହରିଆଣାରେ କରୋନା ଉପରମୁହାଁ ହେବା ପରେ ଅଧିକ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଜାରି ନିର୍ଦ୍ଦେଶାବଳୀରେ କେତେକ ସତର୍କତା ନେଇ ପରାମର୍ଶ ଦିଆଯାଇଛି ।

କରୋନାର ନୂଆ ଲକ୍ଷଣ :

– ଦେହ, ହାତ ଅବଶ ଲାଗିବା

– ଭୋକ ନହେବା

– ମୁଣ୍ଡ ବିନ୍ଧା, ଦେହ, ହାତ ସାମାନ୍ୟରୁ ମଧ୍ୟମ ଘୋଳା ବିନ୍ଧା

– ନୂଆ କରି ଚର୍ମରୋଗ ଦେଖାଦେବା

– ଚର୍ମ କୁଣ୍ଡାଇ ହୋଇ ନାଲି କିମ୍ବା ନୀଳ ପଡିବା

– ଗଳା ଦରଜ ଓ ନାକ ଚୁଂଟି ହେବା

– ସାମାନ୍ୟ କାଶ ହେବା ସହ ଛାତିରେ ଯନ୍ତ୍ରଣା ହେବା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking