29.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଏପ୍ରିଲରେ ଭାରତ ଆସିବେ ବୋରିସ ଜନକନ

ଏପ୍ରିଲରେ ଭାରତ ଆସିବେ ବୋରିସ ଜନକନ

ଲଣ୍ଡନ : ୟୁକେର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏପ୍ରିଲ ମାସର ଶେଷ ବେଳକୁ ଭାରତ ଗସ୍ତରେ ଆସିବେ । ୟୁରୋପୟାନ ୟୁନିଅନ ଠାରୁ ବ୍ରିଟେନ ଅଲଗା ହେବା ପରେ ଏହା ବୋରିସଙ୍କର ପ୍ରଥମ ଅନ୍ତଯାର୍ତୀୟ ଗସ୍ତ ହେବ । ବୋରିସ ଜନସନଙ୍କର ଏହି ଭାରତ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ମହତ୍ୱପୁର୍ଣ୍ଣ ଚୁକ୍ତି ଉପରେ ଆଲୋଚନା ହେବ । ଏନେଇ ବୋରିସଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି ।

ସୁଚନାଯୋଗ୍ୟଯେ, ଏହା ପୁର୍ବରୁ ବୋରିସ ଜନସନ ଭାରତର ଗଣତନ୍ତ୍ର ଦିବସ ଉପଲକ୍ଷେ ଆସି ଯୋଗ ଦେଇଥାନ୍ତେ । କିନ୍ତୁ କୋରନା ଭାଇରସର ନୂତନ ଷ୍ଟ୍ରେନର ପ୍ରକୋପ ଯୋଗୁଁ ସେ ନିଜର ଭାରତ ଗସ୍ତ ବାତିଲ କରିଥିଲେ ।

ସେତେବେଳେ ଜନସନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଥିଲେ ଓ ନିଜର ଭାରତ ଗସ୍ତ ବାତିଲ କରିବା ସମ୍ପର୍କରେ କହିଥିଲେ । ବୋରିସ ଜନସନଙ୍କୁ ୨୬ ଜାନୂଆରୀ ଭାରତର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking