39.1 C
Bhubaneswar
Friday, April 26, 2024
Homeଅପରାଧବନ୍ଧୁଙ୍କ ବାଥରମ ଭିତରୁ ହାବିଲଦାରଙ୍କ ଶବ ଉଦ୍ଧାର

ବନ୍ଧୁଙ୍କ ବାଥରମ ଭିତରୁ ହାବିଲଦାରଙ୍କ ଶବ ଉଦ୍ଧାର

ମେରଠ: ଉତ୍ତରପ୍ରଦେଶ ମେରଠରେ ବୁଧବାର ରାତିରେ ଲାଲକୁର୍ତୀ ଥାନା ଅନ୍ତର୍ଗତ ବନ୍ଧୁଙ୍କ ଘରେ ଅଟକି ଥିବା ହାବିଲଦାରଙ୍କ ସନ୍ଦେଔକ୍ସନକ ଭାବରେ ମୃତ୍ୟୁ ହୋଇଛି । କନେଷ୍ଟବଳଙ୍କ ଶବ ସକାଳେ ବାଥରୁମରୁ ଉଦ୍ଧାର କରାଯାଇଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମୃତକଙ୍କ ପରିଜନ ହତ୍ୟା ଆରୋପ ଲଗାଇଛନ୍ତି । ଯାହା ପରେ ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ, କାସମପୁର ଗାଁରେ ରହୁଥିବା ପ୍ରଦୀପ କୁମାର ୨୦୧୧ ବ୍ୟାଚର କନେଷ୍ଟବଳ ଥିଲେ । ବର୍ତମାନ ସମୟରେ ସେ ପୁଲିସ ଲାଇନରେ ନିୟୋଜିତ ଥିଲେ । ହେଲେ କିଛି ଦିନ ପୂର୍ବରୁ ପ୍ରଦୀପ ବିଧାୟକ ସଂଗୀତ ସୋମଙ୍କ ସୁରକ୍ଷାରେ ଥିବା କୁହାଯାଇଛି । ବୁଧବାର ରାତିରେ ଛିପି ଟ୍ୟାଙ୍କସ୍ଥିତ ନିଜ ବନ୍ଧୁ ଶୋଭିତ ତ୍ୟାଗୀଙ୍କ ଘରକୁ ଯାଇଥିଲେ ।
ତେବେ ତାଙ୍କ ବନ୍ଧୁ ଶୋଭିତ କହିଛନ୍ତି ଯେ, ପୂର୍ବରୁ ହିଁ ପ୍ରଦୀପ ନିଶାସକ୍ତ ଥିଲେ । ଏହାପରେ କିଛି ସମୟ ପାଇଁ ସେ ବାହାରକୁ ଯାଇଥିଲେ । ପୁଣି ଫେରି ଆସିଥିଲେ । ଶୋଭିତ ତାଙ୍କୁ ରମରେ ଶୁଆଇ ଦେଇଥିଲେ । ଗୁରୁବରା ସକାଳେ ସେ ପ୍ରଦୀପକୁ ଉଠାଇବା ପାଇଁ ପହଂଚିବା ପରେ ତାଙ୍କ ଶବ ବାଥରୁମ ତଳେ ପଡିଥିଲା । ତାକୁ ଦେଖିବା ପରେ ଶୋଭିତଙ୍କ ହୋସ ଉଡି ଯାଇଥିଲା ।
ପରେ ଏହି ଖବର ପୋଲିସ ଓ ତାଙ୍କ ପରିବାର ଲୋକଙ୍କୁ ଦିଆଯାଇଥିଲା । ପରେ ପଲିସ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଖବର ପରିବାର ଲୋକେ ପାଇ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking