37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ହେଲା ମଦର ଡାଏରୀ କ୍ଷୀର

ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ହେଲା ମଦର ଡାଏରୀ କ୍ଷୀର

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦାମ ବଢିବା କାରଣରୁ ଦେଶରେ ସବୁ ଜିନିଷ ମହଙ୍ଗା ହେବାକୁ ଲାଗିଛି । ଏବେ ମଦର ଡାଏରୀ ଦିଲ୍ଲୀ-ଏନସିଆର ଓ ଅନ୍ୟ ସହରରେ କ୍ଷୀରର ଦାମ ଦୁଇ ଟଙ୍କା ପ୍ରତି ଲିଟର ବୃଦ୍ଧି କରାଯାଇଛି । ଏହି ନୂଆ ଦର କାଲିଠୁ ଲାଗୁ ହେବ ।  ଏହାପୂର୍ବରୁ କମ୍ପାନୀ ଡିସେମ୍ବର ୨୦୧୯ରେ ଶେଷଥର କ୍ଷୀର ମୂଲ୍ୟରେ ବୃଦ୍ଧି କରିଥିଲା । ମଦର ଡାଏରୀ ଦିଲ୍ଲୀ ଏନସିଆରରେ ପ୍ରତିଦିମନ ୩୦ ଲକ୍ଷ ଲିଟରରୁ ଅଧିକ କ୍ଷୀର ବିକ୍ରି କରିଥାଏ । ଏହା ପୂର୍ବରୁ ଅମୁଲ କମ୍ପାନୀ ୧ ଜୁଲାଇରୁ କ୍ଷୀରର ମୂଲ୍ୟ ୨ ଟଙ୍କା ପ୍ରତି ଲିଟର ବୃଦ୍ଧି କରିଥିଲା ।
ଏବେ ମଦର ଡାଏରୀ ଏକ ଲିଟର ଟୋକନ ମିଲ୍କ ମୂଲ୍ୟ ୪୨ରୁ ବୃଦ୍ଧି ପାଇ ୪୪ ଟଙ୍କ ପ୍ରତି ଲିଟର ହୋଇଛି । ସେହିଭଳି ଫୁଲ କ୍ରିମ ମିଲ୍କ ୫୫ ଟଙ୍କାରୁ ବୃଦ୍ଧି ପାଇ ୫୭ ଟଙ୍କା ପ୍ରତି ଲିଟର  ହୋଇଛି । ୪୭ ଟଙ୍କା ଲିଟର ମିଳୁଥିବା କାଓ ମିଲ୍କ ୪୯ ଟଙ୍କା ପ୍ରତି ଲିଟର ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking