29.1 C
Bhubaneswar
Thursday, April 25, 2024
Homeଓଡିଶାସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ ; ୨ ଯବାନ ଗୁରୁତର

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ ; ୨ ଯବାନ ଗୁରୁତର

ବୌଦ୍ଧ: ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ ହୋଇଛି । ଉମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ କମ୍ବିଂ ବେଳେ ଗୁଳି ବିନିମୟ ହୋଇଛି । ମିଳିଥିବା ସୂଚନା ଅନୁସାରେ, ୮ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ହେବ ଗୁଳି ବିନିମୟ ଚାଲିଛି । ତେବେ ମାଓବାଦୀଙ୍କ ଗୁଳିରେ ୨ ଯବାନ ଗୁରୁତର ହୋଇଥିବା ସୂଚନା ରହିଛି । ଗୁରୁତର ୨ ଯବାନଙ୍କୁ ଏୟାରଲିଫ୍ଟ ଯୋଗେଁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଆଇଜି ଅପରେସନ ଅମିତାଭ ଠାକୁର ସୂଚନା ପ୍ରଦାନ କରିଛନ୍ତି ।
ଅନ୍ୟପଟେ ଗୁରୁତର ୨ ଯବାନଙ୍କୁ ଏୟାରଲିଫ୍ଟ କରିଛନ୍ତି ଡିଜିପି । କୋରାପୁଟ ଗସ୍ତରେ ଥିବା ଡିଜିପି ଘଟଣାସ୍ଥଳରେ ପହଂଚିଥିଲେ । ଗସ୍ତ ପରିବର୍ତ୍ତନ କରି ଘଟଣାସ୍ଥଳରେ ଡିଜିପି ପହଂଚିଥିଲେ । ନିଜ ହେଲିକପ୍ଟରରେ ୨ ଯବାନଙ୍କୁ ଏୟାରଲିଫ୍ଟ କରି ଆଣୁଛନ୍ତି । କିଛି ସମୟ ମଧ୍ୟରେ ଭୁବନେଶ୍ୱରରେ ଆହତ ଯବାନ ପହଂଚିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking