30.1 C
Bhubaneswar
Saturday, May 4, 2024
Homeଓଡିଶାବିଏମ୍‌ସିର ଟିକା ସଫଳତା ୧୧୫ ପ୍ରତିଶତ

ବିଏମ୍‌ସିର ଟିକା ସଫଳତା ୧୧୫ ପ୍ରତିଶତ

ବ୍ରହ୍ମପୁର: ଏକଦା ଗଞ୍ଜାମ ଜିଲ୍ଲା କୋଭିଡ୍ ସଂକ୍ରମଣ ପାଇଁ ରେଡ୍ ଜୋନ୍‌ରେ ରହିଥିଲା । ରାଜ୍ୟ ସରକାରଙ୍କ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମ ଯୋଗୁଁ କରୋନା ନିୟନ୍ତ୍ରଣରେ ରହିଛି । ଜିଲ୍ଲାର ବିିଭିନ୍ନ ବ୍ଲକ ସମେତ ବ୍ରହ୍ମପୁର ମହାନଗର ନିଗମର ଲଗାତାର ଉଦ୍ୟମ ବଳରେ ଏଠାରେ ଟିକାକରଣ ଜିଲ୍ଲାରେ ଅଗ୍ରସ୍ଥାନରେ ରହିଛି । ଚଳିତ ମାସ ୫ତାରିଖ ସୁଦ୍ଧା ରେକର୍ଡ ହୋଇଥିବା ସୂଚନା ଅନୁଯାୟୀ ବିଏମ୍‌ସିରେ ଟିକାକରଣ ସଫଳତା ୧୧୫ ରହିଛି । କାରଣ ଏଠାରେ ବ୍ରହ୍ମପୁର ସହର ସମେତ ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ଟିକାର ସୁବିଧା ପାଇଛନ୍ତି । ପ୍ରାଥମିକ ସ୍ଥିିତିରେ ଟିକା ପାଇବାରେ କିଛିଟା ସମସ୍ୟା ରହିଥିଲେ ବି ପରବର୍ତ୍ତି ସମୟରେ ସେଥିରେ ସୁଧାର ଆସିଥିଲା ବୋଲି ସହରାଞ୍ଚଳ ସ୍ୱାସ୍ଥ୍ୟ ଅଧିକାରୀ (ଏଡିୟୁପିଏଚଓ) ଡାକ୍ତର ମନୋଜ କୁମାର ପଣ୍ଡା କହିଛନ୍ତି । ଅନ୍ୟପକ୍ଷରେ ବିଭିନ୍ନ ବର୍ଗର ଜନସାଧାରଣ ଉଭୟ ଡୋଜ୍ ଟିକା ନେଇଥିବା ଯୋଗୁଁ ସହରର ଜନସଂଖ୍ୟାର ପ୍ରାୟ ୭୦ ପ୍ରତିଶତଙ୍କଠାରେ ରୋଗ ନିରୋଧକ ଶକ୍ତି ବୃଦ୍ଧିପାଇଛି ବୋଲି ଡାକ୍ତର ପଣ୍ଡା କହିଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ ବିଏମସି ଅଞ୍ଚଳରେ ମୋଟ ୩ ଲକ୍ଷ,୨୨ହଜାର ଜଣଙ୍କୁ ଟିକା ଦେବା ଲକ୍ଷ୍ୟ ରହିଥିବା ବେଳେ ଗତ ୫ ତାରିଖ ସୁଦ୍ଧା ୩ଲକ୍ଷ ୭୦ହଜାର ୫୦୩ ଜଣ ପ୍ରଥମ ଡୋଜ୍ ଟିକା ନେଇ ସାରିଛନ୍ତି । ସେହିଭଳି ୨ଲକ୍ଷ ୫୩ହଜାର ୩୦୩ ଜଣ ଦ୍ୱିତୀୟ ଡୋଜ୍ ନେଇ ସାରିଛନ୍ତି । କୌଣସି କାରଣରୁ ଦ୍ୱିତୀୟ ଡୋଜ ନେବାରେ ଜନସାଧାରଣ ପଛଘୁଞ୍ଚା ଦେଇଥିବା ପରିଲକ୍ଷିତ ହୋଇଛି । ତଥାପି ପ୍ରଶାସନ ପକ୍ଷରୁ ଏ ନେଇ ସଚେତନତା ସୃଷ୍ଟି କରାଯାଇ ସେମାନଙ୍କୁ ଟିକା ନେଇଯିବାକୁ କୁହାଯାଇଛି ବୋଲି ଡାକ୍ତର ପଣ୍ଡା କହିଛନ୍ତି । ଜିଲ୍ଲାରେ ଟିକାକରଣର ମୋଟ ଧାର୍ଯ୍ୟ ଲକ୍ଷ୍ୟର ୧୧୫ ପ୍ରତିଶତ ସଫଳତା ବିଏମସିକୁ ମିଳିଥିବା ବେଳେ ଜିଲ୍ଳାର ୧୦ଟି ଅଞ୍ଚଳରେ ଟିକାକରଣ ହାର ଏଯାବତ୍ ୭୦ ପ୍ରତିଶତରୁ କମ୍ ରହିଛି ।

ଗ୍ରାମାଞ୍ଚଳରେ ଟିକାକରଣର ସୁବିଧା ନଥିବା ଯୋଗୁଁ କିମ୍ବା ଟିକାର ଅଭାବ ଯୋଗୁଁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିବା ଜଣା ପଡିଛି । ଅନେକ ଅଞ୍ଚଳରେ ଟିକା ନେବା ପାଇଁ ଲୋକ ମାନେ ଘଣ୍ଟା ଘଣ୍ଟା ଧର ଜଗି ରହିବାରୁ ସମସ୍ୟା ଉତ୍ପନ୍ନ ହେଉଥିବା ପରିଲକ୍ଷିିତ ହୋଇଛି । ଟିକାହାର କମ୍ ରହିଥ୍‌ôବା ଅଞ୍ଚଳ ଗୁଡିକ ମଧ୍ୟରେ ଜଗନ୍ନାଥପ୍ରସାଦ, ଧାରାକୋଟ, ଦିଗପହଣ୍ଡି, ଭଞ୍ଜନଗର, ରଙ୍ଗେଇଲୁ୍‌ଣ୍ଡା, ଖଲ୍ଲିକୋଟ, ପୋଲସରା, ପାତ୍ରପୁର, କୁକୁଡ଼ାଖଣ୍ଡି, ବୁଗୁଡ଼ା, ସାନଖେମୁଣ୍ଡି ଆଦି ବ୍ଲକ୍ ରହିଛି ।

ପ୍ରକାଶଯୋଗ୍ୟ ଯେ, ସଂପ୍ରତି ରାଜ୍ୟରେ ପୁଣି ଥରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଆଜି ଉପରମୁହାଁ ହୋଇଛି । ପାର୍ବଣଋତୁ ମଧ୍ୟ ଆରମ୍ଭ ହୋଇଛି । ଆଜି ଠାରୁ ମା ଦୁର୍ଗାଙ୍କ ନବରାତ୍ରି ପୁଜା ଆରମ୍ଭ ହୋଇଛି । ମଣ୍ଡପରେ ପୂର୍ବ ଭଳି ଶ୍ରଦ୍ଧାଳୁ ଭିଡ଼ ରହିବ ନାହଁ, କିନ୍ତୁ ଦୋକାନ ବଜାରରେ ଭିଡ଼ ପ୍ରବଳ ରହୁଛି । ଜିଲ୍ଲାର ପ୍ରମୁଖ ବ୍ୟାବସାୟିକ ପେଣ୍ଠ ବ୍ରହ୍ମପୁରରେ ଦିନ ତମାମ ସଂଖ୍ୟାଧିକ ଲୋକଙ୍କ ଭିଡ ରାସ୍ତା ଘାଟ, ବଜାରରେ ଦେଖିବାକୁ ମିଳୁଛି । ସବୁଠାରୁ ଗରୁତ୍ୱପୂର୍ଣ୍ଣ ବିଷୟ ହେଲା ପ୍ରାୟ ୮୦ ପ୍ରତିଶତ ଲୋକ ମାସ୍କ ପିନ୍ଧୁନାହାନ୍ତି, ସାମାଜିକ ଦୂରତାକୁ ମାନୁନାହାନ୍ତି । ଏଥିପ୍ରତି ପ୍ରଶାସନକୁ ଦୃଷ୍ଟିଦେବାକୁ ହେବ ବୋଲି ସ୍ୱାସ୍ଥ୍ୟବିଶେଷଜ୍ଞମାନେ ସତର୍କ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking