36.1 C
Bhubaneswar
Saturday, May 18, 2024
Homeଓଡିଶାସ୍ୱାମୀଙ୍କ ସ୍ମୃତିରେ ଆମ୍ବୁଲାନ୍ସ ପ୍ରଦାନ

ସ୍ୱାମୀଙ୍କ ସ୍ମୃତିରେ ଆମ୍ବୁଲାନ୍ସ ପ୍ରଦାନ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ମହକୁମା ଅଚଂଳର ପ୍ରତିଷ୍ଠିତ ଯୁବ ବସ୍ ମାଲିକ ସ୍ୱର୍ଗତ ସୁବାସ ଚନ୍ଦ୍ର ମହାନ୍ତି (ପିନୁ)ଙ୍କ ସ୍ମୃତିରେ ତାଙ୍କ ପତ୍ନୀ ସ୍ୱର୍ଣ୍ଣମୟୀ ମହାନ୍ତି ରୋଗିସେବା ପାଇଁ ଗୋଟିଏ ନୁତନ ଆମ୍ବୁଲାନ୍ସ ପ୍ରଦାନ କରିଛନ୍ତି । ଏହି ଆମ୍ବୁଲାନ୍ସ ଟିକୁ ସହରର ଅଗ୍ରଣୀ ଅନୁଷ୍ଠାନ ବଜରଙ୍ଗ ସଂଘକୁ ପ୍ରଦାନ କରିଛନ୍ତି । ସ୍ୱର୍ଗତ ପିନୁ ବଜରଙ୍ଗ ଦଳର ଆଜିବନ ସଦସ୍ୟ ଥିବା ବେଳେ ତାଙ୍କର ଅକାଳ ବିୟୋଗାରେ ସଂଘର ସଦସ୍ୟମାନେ ମର୍ମାହତ ହୋଇପଡିଥିଲେ ।

କରୋନା ମହାମାରି ସମୟରେ ପ୍ରଥମେ ସ୍ୱର୍ଗତ ମହାନ୍ତି ନିଃଶୁଳ୍କ ଅମ୍ଳଜାନ ସିଲିଣ୍ଡର ପ୍ରଦାନ କରିବା ସହିତ ମାଗଣା ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇଥିଲେ । ଯାହାଦ୍ୱାରା ଜିଲ୍ଲାର ଶତାଧିକ ଲୋକ ଉପକୃତ ହୋଇଥିଲେ । ଦିବଙ୍ଗତ ସ୍ୱାମୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ସୁବାସଙ୍କ ପତ୍ନୀ ଗୋଟିଏ ନୁତନ ଆମ୍ବୁଲାନ୍ସ ସଂଘକୁ ପ୍ରଦାନ କରିଛନ୍ତି । ତାଙ୍କ ସ୍ମୃତିଚାରଣ ପାଇଁ ଆଜିଠାରୁ ଜିଲ୍ଲାର ସବୁ ବର୍ଗର ଲୋକଙ୍କ ପାଇଁ ସେବା ଯୋଗାଇ ଦିଆଯିବ ବୋଲି ସଂଘ ସଂପାଦକ ଶୁଭେନ୍ଦୁ କୁମାର ଷଡଙ୍ଗି ପ୍ରକାଶ କରିଛନ୍ତି । ଏହି ଅବସରରେ ବରିଷ୍ଠ ସଭ୍ୟ ସୁବ୍ରତ ଦାସ, ପ୍ରିୟ ରଞ୍ଜନ ଛୋଟରାୟ, ରବିନ୍ଦ୍ର ସୋନି, ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking