28.1 C
Bhubaneswar
Saturday, April 27, 2024
Homeଓଡିଶାମୟୁରଭଞ୍ଜରକ୍ତ ସମ୍ପର୍କରେ ଲାଗିଲା ଛିଟା : ସାନ ଭାଇ ନେଲା ବଡ ଭାଇର ଜୀବନ

ରକ୍ତ ସମ୍ପର୍କରେ ଲାଗିଲା ଛିଟା : ସାନ ଭାଇ ନେଲା ବଡ ଭାଇର ଜୀବନ

ମୟୁରଭଞ୍ଜ: ନିଶା ଯୋଗୁଁ ହଜୁଛି ଦିଶା,ହେଉଛି ବାଟବଣା ଦେଉଛି ନିରାଶା ବଢୁଛି ଦୁର୍ଦ୍ଦଶା। ନିଶା ପାଇଁ ରକ୍ତ ସମ୍ପର୍କ ପାଲଟୁଛି ତୁଚ୍ଛ ଆଉ ମୂଲ୍ୟହୀନ। ନୃଶଂସ ପାଲଟୁଛି ଭାଇ ନେଉଛି ଭାଇର ଜୀବନ। ଏଭଳି ଏକ ବେଦନାଦାୟକ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ମାଧପୁର ଗ୍ରାମରେ। ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ପାରିବାରିକ କଳହକୁ କେନ୍ଦ୍ର କରି ନିଜ ଜନ୍ମକଲା ମାଆ ପେଟର ସାନଭାଇ କଟୁରି ଚୋଟରେ ୪୫ବର୍ଷୀୟ ବଡଭାଇକୁ କରିଛି ବିଭତ୍ସ ହତ୍ୟା। ମୃତକ ବଡଭାଇ ହେଉଛି ମେଘରାୟ ସରେନ। ସୂଚନାଯୋଗ୍ୟ ବଡଭାଇ ପ୍ରତିଦିନ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ପରିବାରର ସଦସ୍ୟଙ୍କୁ ଗାଳିଗୁଲଜ କରୁଥିଲା। ତେବେ ଗତକାଲି ମଧ୍ୟରାତ୍ରି ସମୟରେ ବଡଭାଇ ନିଶାସକ୍ତ ଅବସ୍ଥାରେ ଆସି ଘରେ ଶୋଇଥିବା ସାନଭାଇ ସହ କଳହ କରିଥିଲା। ସାନଭାଇ କ୍ରଧର ବଶବର୍ତ୍ତୀ ହୋଇ ଏକ କଟୁରି ସାହାଯ୍ୟରେ ବଡଭାଇକୁ ବିଭତ୍ସ ଭାବରେ ହତ୍ୟା କରିଥିଲା। ହତ୍ୟାକାରୀ ସାନଭାଇ ଲକ୍ଷ୍ମଣ ସରେନକୁ ଘଟଣାସ୍ଥଳରୁ ଗିରଫ କରିଛି ବାରିପଦା ସଦର ଥାନା ପୋଲିସ। ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ବାରିପଦା ସଦର ପୋଲିସ ହତ୍ୟା ମାମଲା ରୁଜ୍ଜୁ କରି ପରିବାରର ଅନ୍ୟ ସଦସ୍ୟଙ୍କ ଠାରୁ ପୁଙ୍ଖାନୁପୁଙ୍ଖ ତଥ୍ୟ ସଂଗ୍ରହ କରୁଛି। ବାରିପଦା ପୋଲିସ ୧୦୦/୨୨ରେ ମାମଲା ରୁଜ୍ଜୁ କରି ହତ୍ୟାରେ ବ୍ୟବହୃତ କଟୁରିକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି। ତେବେ ଏହି ଲୋମହର୍ଷଣକାରୀ ବିଭତ୍ସ ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking