37.1 C
Bhubaneswar
Thursday, March 28, 2024
Homeଅପରାଧ୧୩ ବର୍ଷର ନାତୁଣୀକୁ ଅଶ୍ଲୀଳ ଭିଡିଓ ଦେଖାଇ ଯୌନ ଶୋଷଣ

୧୩ ବର୍ଷର ନାତୁଣୀକୁ ଅଶ୍ଲୀଳ ଭିଡିଓ ଦେଖାଇ ଯୌନ ଶୋଷଣ

ମୁମ୍ବାଇ: ନିଜର ୧୩ ବର୍ଷୀୟ ସାବତ ନାତୁଣୀକୁ ଯୌନ ଶୋଷଣ ଓ ମୋବାଇଲରେ ପର୍ଣ୍ଣ ଦେଖାଇବା ଅଭିଯୋଗରେ ୭୦ ବର୍ଷୀୟ ବ୍ୟକ୍ତିକୁ ୭ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ମୁମ୍ବାଇର ଏକ ସ୍ପେଶାଲ କୋର୍ଟ । ଏହି ସମୟରେ ବ୍ୟକ୍ତିର ବୟସ ଓ ରୋଗ ତାଙ୍କ ପ୍ରତି ଉଦାରତା ଦେଖାଇବାର ଆଧାର ହେବନି ବୋଲି କୋର୍ଟ ନିଜ ଟିପ୍ପଣୀରେ କହିଛନ୍ତି । ଅଭିଯୁକ୍ତ ଜଣକ ପୀଡିତାଙ୍କୁ ଧୋକା ଦେବା ସହ ତାଙ୍କ ଜୀବନ ବର୍ବାଦ କରିଛି । ଏହା ତାଙ୍କ ପୂରା ଜୀବନ ଉପରେ ପ୍ରଭାବ ପକାଇବ ।

ତେବେ ଅଭିଯୁକ୍ତର ସାବତ ଝିଅ ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିଲେ । ମହିଳାଙ୍କ କହିବା ମୁତାବକ, ୨୦୧୪ ସେପ୍ଟେମ୍ବରରେ ସେ କୌଣସି କାମରେ ବାହାରକୁ ଯାଇଥିଲେ । ଘରକୁ ଆସି ଦେଖିଲେ ଯେ, ତାଙ୍କ ସାବତ ପିତା ତାଙ୍କ ଝିଅକୁ ଖରାପ ଭାବରେ ଧରିଥିଲେ ଓ ଫୋନରେ ତାକୁ କିଛି ଦେଖାଉଥିଲେ । ତାଙ୍କ ଉପରେ ନଜର ପଡିବାରୁ ସାବତ ପିତା ଝିଅକୁ ଛାଡ଼ିଦେଇଥିଲେ । କିନ୍ତୁ ମହିଳାଙ୍କୁ ସନ୍ଦେହ ହେବାରୁ ସେ ନିଜ ଝିଅକୁ ଏବିଷୟରେ ପଚାରିଥିଲେ । ସେବେ ସେ କହିଥିଲେ ଯେ, ଜେଜେ ତାଙ୍କର ଯୌନ ଶୋଷଣ କରୁଥିଲେ ଓ ମେ।ବ।ଇଲରେ ଅଶ୍ଲୀଳ ଭିଡିଓ ଦେଖାଉଥିଲେ ।

ଅନ୍ୟପଟେ ଅଭିଯୁକ୍ତ ପକ୍ଷରୁ କୁହାଯାଇଥିଲା ଯେ, ପାରିବାରିକ ବିବାଦ କାରଣରୁ ତାଙ୍କ ବିରୋଧରେ ଏହି ମାମଲା ଆରମ୍ଭ ହୋଇଛି । ତାଙ୍କ ସାବତ ଝିଅ ୨୫,୦୦୦ ଟଙ୍କା ଦାବି କରୁଥିଲେ, ଯାହାକୁ ସେ ଦେଇନଥିଲେ । ଅବଶ୍ୟ ଅନେକ ପ୍ରମାଣକୁ ଭିତ୍ତି କରି କୋର୍ଟ ମେଡିକାଲ ଯାଞ୍ଚ କରିଥିଲେ । ଏଥରେ ଝିଅ ସହ ଯୌନ ଶୋଷଣ ହୋଇଥିବା ପ୍ରମାଣିତ ହୋଇଥିଲା । ଏହା ପରେ କୋର୍ଟ ଅଭିଯୁକ୍ତଙ୍କ ବୟସ ଓ ରୋଗକୁ ମାତ୍ ଦେଇ ୭ ବର୍ଷର ଜେଲଦଣ୍ଡ ଶୁଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking