30.1 C
Bhubaneswar
Friday, April 26, 2024
Homeଅପରାଧରକ୍ତାକ୍ତ ହେଲା ରକ୍ତ ସମ୍ପର୍କ; ବାପା-ମାଆ ଓ ଜେଜେମା’କୁ ହତ୍ୟା କରି ପୋଡିଦେଲା ରାକ୍ଷସ ପୁଅ

ରକ୍ତାକ୍ତ ହେଲା ରକ୍ତ ସମ୍ପର୍କ; ବାପା-ମାଆ ଓ ଜେଜେମା’କୁ ହତ୍ୟା କରି ପୋଡିଦେଲା ରାକ୍ଷସ ପୁଅ

ରାୟପୁର: ରକ୍ତାକ୍ତ ହେଲା ରକ୍ତ ସମ୍ପର୍କ । ଧନ ସମ୍ପତ୍ତି ଚାକିରି ପାଇବା ପାଇଁ ପୁଅ ଭିଆଇଲା ବୀଭତ୍ସ କାଣ୍ଡ । ପରିବାରର ଭାର ଉଠାଇବା ପରିବର୍ତ୍ତେ ପରିବାର ଶୂନ୍ୟ କରିଦେଲା । ଏକାଥରେ ଚାକିରିଆ ବାପାମାଆ ଏବଂ ଜେଜେମାଆକୁ ହତ୍ୟା କଲା ପୁଅ । ତବେ ପ୍ରମାଣ ନଷ୍ଟ କରିବା ପାଇଁ ଘର ବାରିପଟେ କାଠ ସଂଗ୍ରହ କରି ସାନିଟାଇଜର ଢାଳି ପୋଡି ଦେଇଥିଲା । ଏପରିକି ପରିବାର ସଦସ୍ୟ ନିଖୋଜ ରହିଥିବା ନେଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲା । ଏଭଳି ଏକ ବୀଭତ୍ସ ଛାତିଥରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି ଛଡିଶଗଡର ଶିଙ୍ଘୋଡା ଥାନା ଅନ୍ତର୍ଗତ ପୁଟକା ଗ୍ରାମରୁ ।

ପୋଲିସ ଉକ୍ତ ଯୁବକଙ୍କୁ ଗୁରୁବାର ରାତିରେ ଗିରଫ କରି ତଦନ୍ତ ଆରମ୍ଭ କରିଛି । ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଯେ, ଉଦିତ ନିଜ ବାପା ପ୍ରଭାତ ବୋଇ ମାଆ ଝରଣା ଭୋଇ ଏବଂ ଜେଜେମାଆ ସୁଲୋଚନା ନିଖୋଜ ଥିବା ନେଇ ଥାନାରେ ଏତଲା ଦେଇଥିଲା । ମେ’ ୮ ତାରିଖରେ ହସ୍ପିଟାଲ ଯାଇ ଆଉ ଫେରିନଥିବା ନେଇ ଅଭିଯୋଗ କରିଥିଲା । ପୁଅର ଅଭିଯୋଗ କ୍ରମେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏହାରି ଭିତରେ ଉଦିତର ସାନଭାଇ ଅମିତ ଘରକୁ ଆସିଲା । ଏହାପରେ ଘରେ ଏମିତି କିଛି ଦୃଶ୍ୟ ଦେଖିଥିଲେ ଯାହାକୁ ଦେଖି ସେ ଆଉ ଧୌର୍ଯ୍ୟଧରି ରହିପାରିନଥିଲେ । ଘର ପ୍ରାଙ୍ଗଣରେ ରକ୍ତଦାଗ ସହ ଘର ବାହାରେ ପଡିଥିବା ପୋଡା କାଠରେ ହାଡ ଦେଖିଥିଲେ ।

ଏହାଦେଖି ସେ ପରିଜନଙ୍କ ହୋଇଥିବା ହୃଦୟଙ୍ଗମ କରି ତୁରନ୍ତ ଏନେଇ ପୋଲିସକୁ ଖବର ଦେଇଥିଲେ । ଏନେଇ ପୋଲିସ ତଦନ୍ତ କରି ଉଦିତକୁ ଗିରଫ କରିଥିଲା । ଏହାପରେ ସବୁ ଛାତିଥରା ଘଟଣା ବଖାଣିଥିଲା ଉଦିତ । ସୂଚନାଅନୁସାରେ, ଉଦିତ ସର୍ବଦା ବିଳାସପୂର୍ଣ୍ଣ ଜୀବନ ବଞ୍ଚିବା ପାଇଁ ଚାହୁଁଥିଲା । ତେଣୁ ସେ ବାପା ପ୍ରଭାତ ଭୋଇଙ୍କୁ ଟଙ୍କା ମାଗୁଥିଲା । କିନ୍ତୁ ବାପା ମନା କରିବାରୁ ସବୁବେଳ ପରିବାରରେ କଳହ ଲାଗି ରହୁଥିଲା । ଉଦିତର ବାପା ଏବଂ ମାଆ ସରକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ମଦ୍ୟପାନ କରିବା ସହ ବାପା-ମାଆଙ୍କୁ ଗାଳି ଗୁଲଜ କରୁଥିଲା । ପୁଅ ନାଁରେ ଆଗରୁ ମଧ୍ୟ କ୍ରିମିନାଲ କେସ ଥିବାରୁ ପୁଅକୁ ସଠିକ ବାଟକୁ ଆଣିବାକୁ ଚେଷ୍ଟା କରୁଥିଲେ ବାପା । କିନ୍ତୁ ପୁଅ ନିଶାଶକ୍ତ ଏବଂ ସମ୍ପତ୍ତି ଲାଳସାରେ ବୀଭତ୍ସ କାଣ୍ଡ ଭିଆଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking