28.1 C
Bhubaneswar
Saturday, April 27, 2024
HomeUncategorizedଵିଶ୍ଵାସ,ଅନ୍ଧ ଵିଶ୍ଵାସ, ନାଁ ପ୍ରଥା,ପରମ୍ପରା

ଵିଶ୍ଵାସ,ଅନ୍ଧ ଵିଶ୍ଵାସ, ନାଁ ପ୍ରଥା,ପରମ୍ପରା

 କପ୍ତିପଦା :ଏକଶତାଦ୍ଦି ପୂର୍ବରୁ ବର୍ଷା ନହେଲେ ପରମ୍ପରା ଅନୁଯାୟୀ ଖତଗଦାରେ ଲଙ୍ଗଳ ପୋତି,ଵେଙ୍ଗ ଵେଙ୍ଗୁଲି ଵାହାଘର କରାଇ ଵର୍ଷା ହେଵାର ଵିଶ୍ଵାସ ଏଵେଵି ଲୋକଙ୍କ ମନରେ ଜିଵିତ ଅଛି |,ଋତୁ ଚକ୍ର ର ପ୍ରଭାଵରେ ଯେତେବେଳେ ଚାଷ,ଚାଷୀ ପ୍ରଭାବିତ ହୁଅନ୍ତି ସେତେବେଳେ କାଳିସୀ ଲଗାଇ ପୂଜା ର୍ଚ୍ଚନା କରାଯାଇ ଇନ୍ଦ୍ର ଦେଵଙ୍କୁ ସନ୍ତୁଷ୍ଟ କରାଯାଏ |ଏମିତି ପୂଜାର୍ଚ୍ଚନା ଦ୍ଵାରା କଣ ସତରେ ଵର୍ଷା ହୁଏ ? ଏହାଏକ ପ୍ରଥା ନାଁ ପରମ୍ପରା ।ଏହାଏକ ଵିଶ୍ଵାସ ନାଁ ଅନ୍ଧ ଵିଶ୍ଵାସ ?
 ପୂଜା ର୍ଚ୍ଚନା ଚାଲିଛି,ନଡିଆ ମଧ୍ୟ ପିଟା ଚାଲାଛି ,ଛେଳି ମେଣ୍ଢା ମଧ୍ୟ ପୂଜା ହେଉଛି,ସେପଟେ କାଳିସୀ ଲାଗିଛି,ମା ମା ଶୂଭୁଛି,ଏପଟେ ନାଚ ଗିତର ମାହଲ ଚାଲିଛି, ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କଟୁରିଆ ଧନଚତ୍ରି ପାହାଡ ଉପରେ । କାଳିସୀ କହୁଛି ମୋତେ ମେଣ୍ଢା ଦେ ଵୋଦ,କୁକୁଡ଼ା ଦେ,କ୍ଷୀରନଡିଆ ଦେ ବର୍ଷା ନେ ।
 କପ୍ତିପଦା ଵ୍ଲକ କଟୁରିଆ ଧନଚତ୍ରି ଗାଁରେ ପାଣି ଅଭାଵରୁ ଉଜୁଡି ଯାଇଛି ଚାଷ,ଵର୍ଷା ଅଭାଵରୁ ଏକର ଏକରଜମି ଫାଟି ଆଁ କରିଛି,ଵର୍ଷର ଗୋଟିଏ ମାତ୍ର  ଧାନଚାଷ ଉପରେ ନିର୍ଭର କରି ପରିଵାର ପ୍ରତିପୋଷଣ କରୁଥିବା ଚାଷୀ ଅନ୍ୟ ଉପାୟ ନ ପାଇ ଆଦରି ନେଇଛି ପୂର୍ବଜ ପରମ୍ପରା ।ଵିଶ୍ଵାସ ଅଛି ଇନ୍ଦ୍ର ଦେଵକୁ ସନ୍ତୁଷ୍ଟ କରି ଗାଁ ଠାକୁରାଣୀ ଙ୍କ ନିକଟରେ ଵଳୀ ଦେଲେ ନିଶ୍ଚୟ ଵର୍ଷା ହେଵ ।
 ଵିଶ୍ଵାସ ଅଛି, ପୂଜାର୍ଚ୍ଚନା ପରେ ବର୍ଷା ହେଉଛି କି ନାହିଁ ତାର ହିସାବ କେହି ରଖିନାହିଁ,ପାହାଡ ତଳର ଚାଷୀ , ଜଳସେଚନ ନାହିଁ, ଏକମାତ୍ର ଵରଷା କୁ ଭରଷା କରି ଚାଷ କରି କୁଟୁମ୍ବ ପ୍ରତିପୋଷଣ ପାଇଁ ଭଗଵାନଙ୍କୁ ଭରସା କରେ,ପାହାଡ ରେ ପୂଜା କରେ,ଗ୍ରାମ ଦେଵତୀ ନିକଟରେ ଲୁଚି ଲୁଚି ଵଳି ପକାଏ ,ପୂର୍ବ ପରମ୍ପରା, ପ୍ରଥାକୁ ସମ୍ମାନ ଦିଏ,  ପ୍ରକୃତରେ କଣ ଵର୍ଷା ହୁଏ ? ଚାଷଧାନ ଅମଳ କରି ପରିବାର ମୁହଁ ରେ ହସ ଖେଳାଇପାରେ ? ବିଞାନ ଯୁଗରେ ଦେଶ ଅଗ୍ରଗତି କରୁଥିବା ଵେଳେ ଏମାନଙ୍କ ର ସ୍ଥାନ କେଉଁଠି ଅଛି ? ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking