38.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶବିଜେପିର ସଙ୍କଳ୍ପପତ୍ର ଉନ୍ମୋଚିତ

ବିଜେପିର ସଙ୍କଳ୍ପପତ୍ର ଉନ୍ମୋଚିତ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଜାରି କଲା ସଙ୍କଳ୍ପପତ୍ର । ଦିଲ୍ଲୀ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ନିର୍ବାଚନୀ ଇସ୍ତାହାର ଜାରି କରିଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସଙ୍କଳ୍ପପତ୍ର ଉନ୍ମୋଚନ କରାଯାଇଛି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, “୫ ବର୍ଷ ପୂର୍ବେ ୨୦୧୯ ରେ ‘ଘୋଷଣା ପତ୍ର’ ଯେଉଁଥିରେ ଆମେ ସଙ୍କଳ୍ପିତ ଭାରତ, ସଶକ୍ତ ଭାରତର ଆହ୍ବାନ ଦେଇଥିଲୁ । ସ୍ବାଧୀନତାକୁ ୭୫ବର୍ଷ ପୂରଣ ହେବାରେ ଭାରତର ବିଚାରଧାରା ଏବଂ ୨୦୪୭ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲୁ । ସେହି ଭାବନାକୁ ଦୃଷ୍ଟିରେ ରଖି ଆମେ ୫ ବର୍ଷ ପାଇଁ ‘ସଙ୍କଳ୍ପ’ ତିଆରି କରିଥିଲୁ । ମୁଁ ଆପଣଙ୍କୁ ଖୁସିରେ କହୁଛି ଯେ, ବିକାଶ ଏବଂ ଜନ କଲ୍ୟାଣ ପାଇଁ ୨୦୧୯ ରେ ଆମେ କରିଥିବା ସମସ୍ତ ସଂକଳ୍ପ ୨୦୨୪ ସୁଦ୍ଧା ସଫଳତାର ସହ ପୂରଣ କରିଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking