33.1 C
Bhubaneswar
Tuesday, April 30, 2024
Homeଓଡିଶାଆଜି ପଣା ପିଇ ନବବର୍ଷ ପାଳୁଛନ୍ତି ଓଡିଆ

ଆଜି ପଣା ପିଇ ନବବର୍ଷ ପାଳୁଛନ୍ତି ଓଡିଆ

ଭୁବନେଶ୍ୱର: ଆଜି ମହାବିଷୁବ ସଂକ୍ରାନ୍ତି । ଏହାକୁ ଓଡିଆ ନବବର୍ଷ ବୋଲି ମଧ୍ୟ କୁହାଯାଏ । ଏନେଇ ଉତ୍ସବ ମୁଖର ଗାଁ ଠୁ ସହର । ଓଡିଆ ନବ ବର୍ଷ ଉପଲକ୍ଷେ ଆଜି ଠାରୁ ରାଜ୍ୟରେ ପ୍ରଚଳନ ହେବ ନୂଆ ପଞ୍ଜିକା । ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ବୋଲି କୁହାଯାଏ । ଆଜିଠୁ ନୂଆ ବର୍ଷ ଆରମ୍ଭ ହୋଇଥିବାରୁ ପ୍ରତିଟି ଓଡିଆଙ୍କ ଘରେ ଓ ମନ୍ଦିର ଗୁଡିକରେ ସ୍ବତନ୍ତ୍ର ରୀତିନୀତି ଅନୁଯାଇ ପୂଜାର୍ଚ୍ଚନା କରାଯାଏ । ଏହି ଦିନରେ ବସନ୍ତ ଯାଇ ଗ୍ରୀଷ୍ମ ପ୍ରବେଶ କରିଥାଏ । ତେଣୁ ଆଜିଠାରୁ ସୂର୍ଯ୍ୟଙ୍କ ପ୍ରଖରତା ଆହୁରି ବୃଦ୍ଧି ପାଇବା । ପଣା ସଂକ୍ରାନ୍ତି ଅବସରରେ ଆଜି ପ୍ରତିଟି ଓଡିଆ ପଣା ପିଇ ନୂଆବର୍ଷ ପାଳନ କରିବେ । ପ୍ରତିଟି ଓଡିଆ ଘରର ତୁଳସୀ ଚଉରାରେ ଆଜି ସ୍ବତନ୍ତ୍ର ପୂଜା କରାଯାଏ । ଏକ ଛୋଟ ଘଡାରେ ପଣା ରଖି ଚଉରାରେ ବାନ୍ଧି ଦିଆଯାଏ ।

ଏଥିରେ ଛୋଟ କଣାଟିଏ କରାଯାଇ କରାଯାଇ ବୃନ୍ଦାବତୀଙ୍କୁ ପାଖରେ ପାଣି ଲଗାଯାଏ । ଏହାକୁ ବସୁନ୍ଧରା ଠେକି କୁହାଯାଏ । ଚଉରା ମୂଳେ ଛତୁଆ ଓ ପଣା ଭୋଗ ହୋଇଥାଏ । ଦହି, ଗୁଡ , କଦଳୀ ଓ ନଡିଆରେ ତିଆରି ହୋଇଥିବା ପଣା ତୁଳସୀ ଦେବୀଙ୍କ ନିକଟରେ ଅର୍ପଣ କରାଯାଇଥାଏ । ଆଜି ଠାରୁ ସୂର୍ଯ୍ୟ ବିଷୁବ ରେଖା ଉପରେ ଅବସ୍ଥାନ କରିଥାନ୍ତି । ପଣା ସଂକ୍ରାନ୍ତିକୁ କେହି କେହି ଜଳ ସଂକ୍ରାନ୍ତି ମଧ୍ୟ କୁହାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking