30.1 C
Bhubaneswar
Friday, April 26, 2024
Homeଓଡିଶାଶେଷରେ ପଥର ଖାଇ ଗଲେ; ଗୋଟା ଗୋଟି ପଥରରେ କାମ କଲେ, ଘଟଣାସ୍ଥଳ ପରିଦର୍ଶନ କଲା...

ଶେଷରେ ପଥର ଖାଇ ଗଲେ; ଗୋଟା ଗୋଟି ପଥରରେ କାମ କଲେ, ଘଟଣାସ୍ଥଳ ପରିଦର୍ଶନ କଲା ବିଜେପି ପ୍ରତିନିଧି ଦଳ

ନୟାଗଡ : ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗଣିଆ ବ୍ଲକ ବଙ୍କା ମୁଣ୍ଡା ସଂରକ୍ଷିତ ଜଙ୍ଗଲ ପରିସରରେ ମୂର୍ତ୍ତିକା ଓ ଜଳ ସଂରକ୍ଷଣ ପ୍ରକଳ୍ପରେ ନିର୍ମାଣ କରାଯାଇ ଥିବା ପଥର ବନ୍ଧ ଭୁସୁଡ଼ିଯିବା ଘଟଣା ଚପାଇବାକୁ ଉଦ୍ୟମ ହେଉଛି । ଏଭଳି ଅଭିଯୋଗ ଆସିବା ପରେ ଘଟଣା ର ତଦନ୍ତ କରିବାପାଇଁ ବନଖଣ୍ଡ ଅଧିକାରୀ କହିଥିଲେ । ଖବର ନେଲା ବେଳକୁ କୌଣସି ଅଧିକାରୀ ଘଟଣା ସ୍ଥଳ କୁ ଯାଇ ନାହାନ୍ତି । ବିଜେପି ର ଏକ ପ୍ରତିନିଧି ଦଳ ଜଙ୍ଗଲ ଭିତରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସରକାର  ଜଙ୍ଗଲ ସରକ୍ଷଣ ଓ ମୂର୍ତ୍ତିକା ସଂରକ୍ଷଣ ପାଇଂ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କିଛି ଅସାଧୁ ଅଧିକାରୀ ଙ୍କ ପାଇଁ ଏହି ଯୋଜନା ବିଫଳ ହୋଇଛି । ୨୦୨୦-୨୧ ଆର୍ଥିକ ବର୍ଷ ରେ ମିଳିଥିବା ଅନୁଦାନ ରେ ଗଣିଆ ବଙ୍କା ମୁଣ୍ଡା ଜଙ୍ଗଲରେ ଏକ ବନ୍ଧ ନିର୍ମାଣ ହୋଇ ଥିଲା । ମାତ୍ର କେଇ ମାସ ଭିତରେ ଏ ହା ଭୁଶୁଡି ପଡିଲା, ଫଳରେ କାର୍ଯ୍ୟଟି ଅତ୍ୟନ୍ତ ନିମ୍ନମାନର ହୋଇ ଥିବା ଲୋକେ ଅଭିଯୋଗ କରିଛନ୍ତି ।  ଗଣିଆ ଠାରୁ 20କିଲୋମିଟର ଦୂର ଘଞ୍ଚ ଜଙ୍ଗଲ ଭିତରେ ନିର୍ମାଣ କରାଯାଇଥିବା ଏହି ପ୍ରକଳ୍ପ କୁ ବିଭାଗୀୟ ଅଧିକାରୀ ଯିବା ସମ୍ଭବ ନ ଥିବାରୁ ତରବରିଆ ଭାବେ ପଥର ବନ୍ଧ ନିର୍ମାଣ କରାଯାଇ ଅର୍ଥ ହଡପ କରାଯାଇଛି । ସେଠାରେ ଲାଗିଥିବା ଫଳକ ରେ କାର୍ଯ୍ୟ ଆରମ୍ଭ ତାରିଖ କିମ୍ବା କାର୍ଯ୍ୟ ଶେଷ ତାରିଖ ଲେଖା ଯାଇ ନାହିଁ । 15ଲକ୍ଷ 6ହଜାର 725ଟଙ୍କା ଖର୍ଚ୍ଚ କରାଯାଇ ଥବା ଏଥିରେ ଉଲେଖ କରାଯାଇଛି । ପଥର ଖଣି ରୁ କଟା ପଥର ନ ଆଣି ଜଙ୍ଗଲ ରେ ପଡ଼ିଥିବା ପଥର କୁ ଗୋଟେଇ ଆଣି ନିର୍ମାଣ କରା ଯାଇ ଥିବା ଦେଖାଯାଇଛି ।  ବନବିଭାଗ ପକ୍ଷରୁ କୌଣସି ତତ୍ପରତା ପାଇ ନଥିବା ବେଳେ ଘଟଣା କୁ ଚାପି ଦେବାକୁ ଚେଷ୍ଟା ଚାଲିଛି, ବନ ରଖି, ଓ ବନପାଳ ଙ୍କ ପୃଷ୍ଟପୋଷକତା ରେ ନିମ୍ନ ମାନ ର କାର୍ଯ୍ୟ ହୋଇ ଥିବାରୁ ଗଣିଆ ରେ ଚର୍ଚ୍ଚା ର ବିଷୟ ହୋଇଛି । ଏ ଘଟଣା ର ଅନୁଧ୍ୟାନ ପାଇଁ ଗଣିଆ ବ୍ଲକ ବିଜେପି ସଭାପତି ଫକୀର ମୋହନ ଙ୍କ ନେତୃତ୍ୱ ରେ 6ଜଣିଆ ପ୍ରତିନିଧି ଦଳ ଗଣିଆ ଜଙ୍ଗଲ ଗସ୍ତ କରି ନିର୍ମଣାଧୀନ ବନ୍ଧ ଦେଖିଥିବା ଜଣାଯାଇଛି । ଏହି ନିମ୍ନମାନ କାର୍ଯ୍ୟ ର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking