28.1 C
Bhubaneswar
Friday, March 29, 2024
Homeଓଡିଶାକୋଭିଡ଼ -୧୯ ସହାୟତା ପ୍ୟାକେଜ ଘୋଷଣା

କୋଭିଡ଼ -୧୯ ସହାୟତା ପ୍ୟାକେଜ ଘୋଷଣା

ଭୁବନେଶ୍ୱର: ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ୟାକେଜ ଘୋଷଣା ହୋଇଛି । କରୋନାରେ କ୍ଷତିଗ୍ରସ୍ତ ହୋଇଥିବା ଗ୍ରାମାଞ୍ଚଳରେ ଜରିବ , ଅତି ଗରିବ ଓ ପ୍ରବାସୀଙ୍କ ପାଇଁ ୪ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହି ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଗ୍ରାମୀଣ ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ଋଣ ଦିଆଯିବ । ପ୍ରତ୍ୟେକ ଉଦ୍ୟୋଗୀଙ୍କୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଏକକାଳୀନ ଋଣ ଦିଆଯିବ ।ଏସ୍ ଏଚ୍ ଜି ସଭ୍ୟା କିମ୍ବା ପରିବାରର ସଦସ୍ୟ ଏହି ଋଣ ନେଇପାରିବେ । ୬ମାସରୁ ଉର୍ଦ୍ଧ୍ୱ ଉଦ୍ୟୋଗୀ ଓ ବର୍ଷେରୁ ଉର୍ଦ୍ଧ୍ୱ ଉତ୍ପାଦକ ଗୋଷ୍ଠୀଙ୍କୁ ଋଣ ମିଳିବ ।
ସେହିପରି କୃଷି-ଅଣ କୃଷି କ୍ଷେତ୍ରରେ ନିୟୋଜିତ ଉଦ୍ୟୋଗୀଙ୍କୁ ଋଣ ପ୍ରଦାନ କରାଯିବ । ଉଦ୍ୟୋଗ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀକୁ ଦେଢ଼ ଲକ୍ଷର ଋଣ ପ୍ରଦାନ କରାଯିବ । ଅତି ଗରିବ ପରିବାର ଦ୍ୱାରା ପରିଚାଳିତ ଉଦ୍ୟୋଗଙ୍କୁ ୨୦ହଜାର ଋଣ ଦିଆଯିବ । ଏହାସହ କରୋନା ବେଳେ ପ୍ରବାସୀ ଫେରନ୍ତା ଉଦ୍ୟୋଗୀଙ୍କ ପାଇଁ ୧ଲକ୍ଷ ଟଙ୍କା ଯାଏଁ ଋଣ ପ୍ରଦାନ କରାଯିବ । ପୁରୁଣା କିମ୍ବା ନୂଆ ଉଦ୍ୟୋଗ ଆରମ୍ଭ କରିବା ପାଇଁ ଏହି ଋଣ ପ୍ରଦାନ କରାଯାଇଛି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking