33.1 C
Bhubaneswar
Sunday, April 28, 2024
Homeଓଡିଶାଯାଜପୁର ଏସପି ଙ୍କୁ ଭେଟିଲେ ବଡ଼ଚଣା ବିଜେପି ବରିଷ୍ଠ ନେତା

ଯାଜପୁର ଏସପି ଙ୍କୁ ଭେଟିଲେ ବଡ଼ଚଣା ବିଜେପି ବରିଷ୍ଠ ନେତା

ଯାଜପୁର( ଓଏନଏ) :  ବଡ଼ଚଣା ଥାନା ଦର୍ପଣି ଦର୍ପଣ ତହସିଲ ଅଞ୍ଚଳରେ ବାଲି, ପଥର ଓ ମାଙ୍କଡା ଚୋରୀକୁ ରୋକିବାରେ ବିଫଳ ହୋଇଛି ପୋଲିସ ପ୍ରଶାସନ l ତାହାଛଡା ଦର୍ପଣୀ ଗ୍ରାମ ଦେବତୀଙ୍କ କୋଟାରାକ୍ଷିଙ୍କ ମୂର୍ତ୍ତି ମନ୍ଦିର ରୁ ଏକ ମାସ ୪ ଦିନ ହେବ ଚୋରୀ ହୋଇଯାଇଛି l ଏହି ମୂର୍ତ୍ତି ଚୋ୍ରି ବିଷୟରେ ବଡ଼ଚଣା ଥାନା ଓ ଦର୍ପଣି ଫାଣ୍ଡି ଦୃବୁତ ଧରିବା ରେ ବିଫଳ ହୋଇଛି ଆଇନ ଶୁଙ୍ଖଳା ପରିସ୍ଥିତି ଅବନୀତି ଘଟୁଛି ପ୍ରଭୁତି ଦାବି ନେଇ ବଡ଼ଚଣା ର ବିଜେପି ନେତା ଅମର ନାୟକ ଯାଜପୁର ପାଣିକୋଇଲି ଠାରେ ଏସପି ରାହୁଲ ପି ଆର ଙ୍କୁ ଭେଟି ବଡ଼ଚଣା ନିର୍ବାଚନ ମଣ୍ଡଳୀର ଆଇନ ଶୃଙ୍ଖଳା ଉପରେ ଆଲୋଚନା କରିଥିଲେ l ବାଲି ଘାଟ ସରକାରୀ ଭାବେ ନିଲାମ ହୋଇଥିଲେ ମଧ୍ୟ ବହୁ ଚୋରା ଚାଲାଣ ବାହାର ଜିଲ୍ଲାକୁ ଯାଉଥିବା ତାହା ଉପରେ କିପରି କାର୍ଯ୍ୟନୁଷ୍ଠାନ ନିଆଯିବ ଆଲୋଚନା କରିଥିଲେ l ସେହିପରି ମାଙ୍କଡା ପଥର ଓ କଳା ପଥର ମଧ୍ୟ ଚୋରା ଚାଲାଣ ହେଉଛି ସ୍ଥାନୀୟ ପ୍ରଶାସନ ର ଜାଣତରେ l ଏହି ସବୁ ଶାସକ ଦଳ ନେତାଙ୍କ ଇଙ୍ଗିତରେ ହେଉଛି ବୋଲି ବିଜେପି ବିଧାୟକ ଅମର ନାୟକ କହିଛନ୍ତି l ବଡଚଣା ନିର୍ବାଚନ ମଣ୍ଡଳୀ ର ଦର୍ପଣି କୋଟାରାକ୍ଷିଙ୍କ ମନ୍ଦିର ରୁ ମୃତୀ ଚୋରି ବାଲି ମୋହୋରମ ମାଙ୍କଡ଼ା ପଥର ଏସବୁ ସମସ୍ୟା ଏସପି ଙ୍କ ସହ ଆଲୋଚନା କରିଥିବା ବେଳେ, ଆଉ ଏସବୁ ବଡ଼ଚଣା ନିର୍ବାଚନ ମଣ୍ଡଳୀ ରେ ହେବନାହିଁ ସମସ୍ତ ଉପରେ ଧ୍ୟାନ ଦେବେ ଯଥାଶୀଘ୍ର କାର୍ଯ୍ୟନୁଷ୍ଠାନ ହେବ ବୋଲି ଏସପି ରାହୁଲ୍ ପିଆର କହିଥିବା ଅମର ନାୟକ କହିଛନ୍ତି ଗଣମାଧ୍ୟମରେ। 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking