37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶ୧୮ ରେ ଦେଶବ୍ୟାପୀ ୪ ଘଣ୍ଟିଆ ରେଳରୋକ ଆନ୍ଦୋଳନ : କୃଷକ ସଂଘର୍ଷ ସମନ୍ୱୟ ସମିତି

୧୮ ରେ ଦେଶବ୍ୟାପୀ ୪ ଘଣ୍ଟିଆ ରେଳରୋକ ଆନ୍ଦୋଳନ : କୃଷକ ସଂଘର୍ଷ ସମନ୍ୱୟ ସମିତି

 

ଭୁବନେଶ୍ୱର :  କୃଷକ ବିରୋଧୀ କୃଷି ଆଇନ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ତରଫରୁ ଦେଶବ୍ୟାପୀ ରେଳରୋକ ଆନ୍ଦୋଳନ ସଂଗଠିତ କରାଯିବ । ଓଡିଶାରେ ଏହାକୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତ ଚାଲିଛି ବୋଲି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ତରଫରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ।
ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ଆହୁତ ଏହି ଡାକରାକୁ ସଫଳ କରିବା ପାଇଁ କୃଷକ ସଂଘର୍ଷ ସମନ୍ୱୟ ସମିତି ତରଫରୁ କୁହାଯାଇଛି ଯେ ଅଦ୍ୟାବଧି ୨୨୮ ଜଣ ଆନ୍ଦୋଳନକାରୀ କୃଷକ ସେମାନଙ୍କର ଜୀବନକୁ ବଳିଦାନ ଦେଇ ଶହୀଦ୍ ହୋଇଛନ୍ତି । ମୃତକ କୃଷକମାନଙ୍କର ପରିବାର ବର୍ଗ ପାଇଁ ସରକାର କୌଣସି କ୍ଷତିପୂରଣ ଘୋଷଣା ନକରିବା ଦୂୁଃଭାଗ୍ୟଜନକ ବୋଲି କୁହାଯାଇଛି ।
ସୁତରାଂ କର୍ପୋରେଟ୍ ସ୍ୱାର୍ଥରକ୍ଷାକାରୀ ଏବଂ କୃଷକ ସର୍ବନାଶକାରୀ ତିନୋଟି କୃଷି ଆଇନକୁ ରଦ୍ଦ କରିବା, ଏମ୍‌.ଏସ୍‌. ସ୍ୱାମୀନାଥନ କମିଶନ ସୁପାରିଶ ଆଧାରରେ ଏମ୍‌.ଏସ୍‌.ପି. ପ୍ରଦାନ ନିମନ୍ତେ ଆଇନ ପ୍ରଣୟନ କରିବା, ଦିଲ୍ଲୀ ଚାଲ କୃଷକ ଆନ୍ଦୋଳନରେ ମୃତ୍ୟୁ ବରଣ କରିଥିବା କୃଷକ ପରିବାରବର୍ଗମାନଙ୍କୁ ପର୍ଯ୍ୟାପ୍ତ କ୍ଷତିପୁରଣ ପ୍ରଦାନ କରିବା, ଆନ୍ଦୋଳନକାରୀ କୃଷକ ଏବଂ କୃଷକ ନେତାମାନଙ୍କ ଉପରୁ ମୋକଦ୍ଦମା ପ୍ରତ୍ୟାହାର କରିବା ଦାବିରେ ୧୮ ଫେବୃୟାରୀ ଦିନ ୧୨ ଘଣ୍ଟାରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ରେଳରୋକ ଆନ୍ଦୋଳନ ସଂଗଠିତ କରିବା ପାଇଁ ଡାକରା ଦିଆ ଦିଆଯାଇଛି ।
ଓଡିଶାର ସମସ୍ତ ରେଳ ଷ୍ଟେସନ୍ ଏବଂ ବିଭିନ୍ନ ରେଳ ଧାରଣା ମାନଙ୍କରେ ଏହାକୁ ସଫଳ କରିବା ପାଇଁ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଏବଂ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ତରଫରୁ ଏକ ବିବୃତ୍ତିରେ ସର୍ବଶ୍ରୀ ସୁରେଶ ପାଣିଗ୍ରାହୀ, ଯମେଶ୍ୱର ସାମନ୍ତରାୟ, କ୍ଷୀରୋଦ କୁମାର ସିଂ ଦେଓ, ଶଶୀ ଭୂଷଣ ସ୍ୱାଇଁ, ଲିଙ୍ଗରାଜ, ପ୍ରଫୁଲ୍ଲ ସାମନ୍ତରା, ଅଶୋକ ପ୍ରଧାନ, ମହେନ୍ଦ୍ର ପରିଡା, ଜ୍ୟୋତି ରଞ୍ଜନ ମହାପାତ୍ର, ଗୋପାଳ ଅଗ୍ରୱାଲ୍‌, ଶଙ୍କର ସାହୁ, ରାକେଶ ପାତ୍ର, ଶ୍ରୀକାନ୍ତ ମହାନ୍ତି, ବାସୁଦେବ ଦାସ, ରଘୁନାଥ ଦାସ, ନରେନ୍ଦ୍ର ମହାନ୍ତି, ଦେବ ପ୍ରସାଦ ରାୟ ମହାପାତ୍ର, ସଚୀନ୍ ମହାପାତ୍ର, ସିମାଞ୍ଚଳ ନାହାକ, ବିଜୟ ସ୍ୱାଇଁ, ବଳଭଦ୍ର ମାଝୀ, ଜୟନ୍ତ ଦାସ, ମାନସ ପଟ୍ଟନାୟକ ଏବଂ ବିରଞ୍ôଚ ବରିହା ପ୍ରମୁଖ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking