30.1 C
Bhubaneswar
Thursday, May 2, 2024
Homeଓଡିଶାମୟୂରଭଞ୍ଜ ସମେତ ଉତର ଓଡିଶା ବିକାଶର ବାଧକ ବିଜେଡି ସରକାର : କେନ୍ଦ୍ରମନ୍ତ୍ରୀ ଇଂ.ବିଶ୍ୱେଶ୍ୱର ଟୁଡୁ

ମୟୂରଭଞ୍ଜ ସମେତ ଉତର ଓଡିଶା ବିକାଶର ବାଧକ ବିଜେଡି ସରକାର : କେନ୍ଦ୍ରମନ୍ତ୍ରୀ ଇଂ.ବିଶ୍ୱେଶ୍ୱର ଟୁଡୁ

 ଅମର୍ଦା ଏୟାରଷ୍ଟ୍ରିପ ପାଇଁ ଜମି ହସ୍ତାନ୍ତର କରିବାରେ ରାଜ୍ୟ ସରକାର ବାଧା ଦେଉଛନ୍ତି

 ଅମର୍ଦା ଏୟାରଷ୍ଟ୍ରିପ ପାଇଁ ଜମି ହସ୍ତାନ୍ତରର ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ରାଜ୍ୟ ସରକାର ବାରଣ କରିବାରୁ ଜିଲ୍ଲାପାଳ କାର୍ଯ୍ୟକ୍ରମକୁ ଗଲେ ନାହିଁ
 ୨୩ ବର୍ଷର ଶାସନରେ ମୟୂରଭଞ୍ଜ ଜିଲ୍ଲାକୁ ବିଜେଡି ସରକାର ବାରମ୍ବାର ଧୋକା ଦେଇଚାଲିଛି
 କେନ୍ଦ୍ର ସରକାରର ବିକାଶମୁଳକ କାର୍ଯ୍ୟରେ ବିଜେଡି ସରକାର ଭୟଭୀତ
 ଅମର୍ଦା ଏୟାରଷ୍ଟ୍ରିପ କାର୍ଯ୍ୟକ୍ଷମ ହେଲେ ମୟୁରଭଞ୍ଜ ଜିଲ୍ଲାର ପର୍ଯ୍ୟଟନ, ଶିଳ୍ପ, ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ବହୁତ ଉନ୍ନତି ହୋଇପାରିବଭୁବନେଶ୍ୱର : ପ୍ରତି ପଂଚାୟତକୁ ୫୦ ଲକ୍ଷ ଟଙ୍କା ହିସାବରେ ଜିଲ୍ଲାକୁ ଶହ ଶହ କୋଟି ଟଙ୍କା ଦେଇ ବିଜେଡି ସରକାର ଭ୍ରଷ୍ଟାଚାର ଓ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଥିବାବେଳେ ଜିଲ୍ଲାବାସୀଙ୍କ ସାମୁହିକ ସ୍ୱାର୍ଥ ପାଇଁ ଅମର୍ଦା ଏୟାରଷ୍ଟ୍ରିପର ପୁନରୁଦ୍ଧାର ସକାଶେ ମାତ୍ର ୨୬ କୋଟି ଟଙ୍କା ଦେବାକୁ କୁଂଠାବୋଧ ପ୍ରକାଶ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଶେଷରେ ପ୍ରତିରକ୍ଷା ବିଭାଗର ତାଗିଦ୍ ପରେ ଜମା ଦେଲେ । ଅମର୍ଦା ଏୟାର ଷ୍ଟ୍ରିପ ପାଇଁ ଜମି ହସ୍ତାନ୍ତରର ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ରାଜ୍ୟ ସରକାର ବାରଣ କରିବାରୁ ଜିଲ୍ଲାପାଳ କାର୍ଯ୍ୟକ୍ରମକୁ ଗଲେ ନାହିଁ । ମୟୂରଭଞ୍ଜ ଜିଲ୍ଲା କ’ଣ ଓଡିଶା ବାହାରେ ବୋଲି ପ୍ରଶ୍ନ କରିବା ସହିତ ମୟୁରଭଞ୍ଜ ସମେତ ଉତର ଓଡିଶା ବିକାଶର ବାଧକ ବିଜେଡି ସରକାର ବୋଲି କେନ୍ଦ୍ରମନ୍ତ୍ରୀ ଇଂ.ବିଶ୍ୱେଶ୍ୱର ଟୁଡୁ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଟୁଡୁ କହିଛନ୍ତି ଯେ, ମୟୂରଭଞ୍ଜ ଜିଲ୍ଲା ସମେତ ଉତର ଓଡିଶା ବିଗତ ଦୀର୍ଘ ବର୍ଷ ଧରି ବିମ।।ନ ଯାତାୟତ କ୍ଷେତ୍ରରେ ଅବହେଳିତ ହୋଇ ଆସୁଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁରଠାରେ ନିର୍ମିତ ଏସିଆ ମହାଦେଶର ସର୍ବବୃହତ ରନ୍‌ୱେ ଅମର୍ଦା ଏୟାରଷ୍ଟ୍ରିପ୍ ଆଜି ଓଡିଶା ସରକାରଙ୍କ ଉଦାସୀନତା ଓ ଅବହେଳା କାରଣରୁ ନଷ୍ଟ ହେବାକୁ ବସିଥିଲା । ଏହି ବିମାନ ବନ୍ଦରର ପୁନରୁଦ୍ଧାର ପାଇଁ ୨୦୧୯ମସିହାଠାରୁ କ୍ରମାଗତ ଭାବେ କେନ୍ଦ୍ର ବେସାମରିକ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ଓ ପରବର୍ତୀ ସମୟରେ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବାରମ୍ବାର ପତ୍ର ଲେଖିବା ସହିତ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ଦାବୀ କରାଯାଇଥିଲା । ଏପରିକି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ବାୟୁସେନାର ମୁଖ୍ୟ ଏବଂ ଡିଆରଡିଓ, ଚାନ୍ଦିପୁରର ବରିଷ୍ଠ ଅଧିକାରୀଙ୍କୁ ଭେଟି ଏ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ୨୦୨୧ ମସିହା ସେପ୍ଟେମ୍ବର ୧୬ ତାରିଖ ଦିନ କେନ୍ଦ୍ର ଓ ରାଜ୍ୟ ପ୍ରତିନିଧି ଦଳର ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ରାସଗୋବିନ୍ଦପୁର ଅମର୍ଦା ଘାଟିକୁ ଯାଇ ପର୍ଯ୍ୟବେକ୍ଷଣ କରିଥିଲେ । ଶେଷରେ ୨୦୨୨ ମସିହା ନଭେମ୍ବର ୨୨ ତାରିଖ ଦିନ ପ୍ରତିରକ୍ଷା ମନ୍ତ୍ରାଳୟ ବିମାନବନ୍ଦର ପୁନରୁଦ୍ଧାର ପାଇଁ କାର୍ଯ୍ୟ ଅନୁମତି ପ୍ରଦାନ କରିଥିଲେ ଏବଂ ରାଜ୍ୟ ସରକାରଙ୍କୁ ୨୬ କୋଟି ଟଙ୍କା କ୍ଷତିପୁରଣ ବାବଦରେ ଜମା କରିବାକୁ କହିଥିଲେ । ରାଜ୍ୟ ସରକାର ଦୀର୍ଘ ୩ ମାସ ପରେ କିଛି ସର୍ତାବଳୀ ସହିତ ରାଜି ହୋଇଥିଲେ । ଧାର୍ଯ୍ୟ ଗତ ଅକ୍ଟୋବର ୧୦ ତାରିଖ ଦିନ ଜମି ହସ୍ତାନ୍ତର ହେବାର ଥିଲା । ଡିଆରଡିଓ, ଚାନ୍ଦିପୁରରୁ ଡିଫେନ୍ସ ଇଷ୍ଟେଟ୍ ଅଫିସର, ପ୍ରତିରକ୍ଷା ବିଭାଗର ଅଧିକାରୀମାନେ ଉପସ୍ଥିତ ଥିବା ସତ୍ୱେ ଜିଲ୍ଲାପାଳଙ୍କ ଅନୁପସ୍ଥିତି କାରଣରୁ ଜମି ହସ୍ତାନ୍ତର ସମ୍ଭବ ହୋଇପାରିଲା ନାହିଁ ।
ଅମର୍ଦା ଏୟାରଷ୍ଟ୍ରିପ୍‌ର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ୪୫ କୋଟି ପ୍ରଦାନ କରିଛନ୍ତି । ଅମର୍ଦା ଏୟାରଷ୍ଟ୍ରିପ କାର୍ଯ୍ୟକ୍ଷମ ହେଲେ କାଳେ କେନ୍ଦ୍ର ସରକାର ଓ ଭାରତୀୟ ଜନତା ପାର୍ଟୀ ନାଁ ନେଇଯିବେ ସେ ଭୟରେ ବିଜେଡି ସରକାର ବାଧା ସୃଷ୍ଟି କରୁଛି । କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ବିଜେଡିର କିଛି ଦଲାଲ୍‌ମାନଙ୍କ ଜରିଆରେ ସଭାସ୍ଥଳକୁ ଯିବା ପାଇଁ ଲୋକ ଏବଂ ଗଣମାଧ୍ୟମକୁ ରୋକାଯାଇଥିଲା । ଦୀର୍ଘ ୨୩ ବର୍ଷର ଶାସନରେ ମୟୂରଭଞ୍ଜ ଜିଲ୍ଲାକୁ ବିଜେଡି ସରକାର ବାରମ୍ବାର ଧୋକା ଦେଇଚାଲିଛି । କେନ୍ଦ୍ର ସରକାରର ବିକାଶମୁଳକ କାର୍ଯ୍ୟରେ ବିଜେଡି ସରକାର ଭୟଭୀତ ବୋଲି ଶ୍ରୀ ଟୁଡୁ କହିଛନ୍ତି ।
ଅମର୍ଦା ଏୟାରଷ୍ଟ୍ରିପ୍ କାର୍ଯ୍ୟକ୍ଷମ ହେଲେ, ମୟୂରଭଞ୍ଜ ସମେତ ସମଗ୍ର ଉତର ଓଡିଶା, ସୀମାବର୍ତୀ ଝାରଖଣ୍ଡ ଓ ପଶ୍ଚିମବଙ୍ଗବାସୀ ଉପକୃତ ହୋଇଥାନ୍ତେ । ମୟୂରଭଞ୍ଜ ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳୀ ଅଛି । ଶିଳ୍ପ ପ୍ରତିଷ୍ଠା ପାଇଁ ଅପାର ସମ୍ଭାବନା ରହିଛି । ବିଶେଷ ଭାବେ ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟଟନ, ଶିଳ୍ପ, ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ବହୁତ ଉନ୍ନତି ହୋଇପାରିବ । କିନ୍ତୁ ରାଜ୍ୟ ସରକାର କରାଇ ଦେଲେନାହିଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିବା ସହିତ ଜିଲ୍ଲାର ବିକାଶ କାର୍ଯ୍ୟରେ କେନ୍ଦ୍ର ସରକାରକୁ ରାଜ୍ୟ ସରକାର ସହଯୋଗ କରନ୍ତୁ ବୋଲି ଶ୍ରୀ ଟୁଡୁ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ ଏବଂ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking