37.1 C
Bhubaneswar
Friday, May 17, 2024
Homeଓଡିଶା୨୦ରୁ ଭୁବନେଶ୍ବରରେ ମିଳିବନି କଞ୍ଚା ପରିବା ! ରାସ୍ତା ଅବରୋଧ ପ୍ରତିବାଦରେ ବ୍ୟବସାୟ ବନ୍ଦ

୨୦ରୁ ଭୁବନେଶ୍ବରରେ ମିଳିବନି କଞ୍ଚା ପରିବା ! ରାସ୍ତା ଅବରୋଧ ପ୍ରତିବାଦରେ ବ୍ୟବସାୟ ବନ୍ଦ

ଭୁବନେଶ୍ୱର : ୟୁନିଟ-୧ ହାଟ ବ୍ୟବସାୟୀଙ୍କ ଆନ୍ଦୋଳନ ଯୋଗୁ ଦୀର୍ଘ ୮ଦିନ ଧରି ହାଟ ବନ୍ଦ ରହିବା ପରେ ଏବେ ରାଜଧାନୀ କଞ୍ଚା ପରିବା ମହାସଂଘ ଆନ୍ଦୋଳନ କରିବାକୁ ଯାଉଛି। ଆସନ୍ତା ୨୦ ତାରିଖରୁ କଞ୍ଚା ପରିବା ବ୍ୟବସାୟ ବନ୍ଦ ରହିବ ବୋଲି ମହାସଂଘ ସୂଚନା ଦେଇଛି। ହାଟ ଭିତରକୁ ଆସୁଥିବା ସମସ୍ତ ରାସ୍ତା ବେଆଇନ ଭାବେ ଅବରୋଧ ହୋଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ମହାସଂଘ ସଭାପତି କବିରାଜ ସ୍ୱାଇଁ କହିଛନ୍ତି। ସେ କହିଛନ୍ତି ଦୁଇଦିନ ହେଲା ୧ ନମ୍ବର ପରିବା ହାଟକୁ ଥିବା ରାସ୍ତା ଅବରୋଧ ହୋଇଛି। ରାସ୍ତା ଉପରେ ପୂଜା ପାଇଁ ତ୍ୱରଣ ହୋଇଥିବାରୁ ଗାଡି ଆସିପାରୁନାହିଁ। ଫଳରେ ବହୁ ଦୂରରେ ଗାଡି ସବୁ ରହୁଛି। ସେଠାରୁ ପରିବା ବୋହି ଆଣିବାକୁ ପଡୁଛି। ଏଣୁ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରୁ ସେମାନେ ମହାସଂଘର ଦୃଷ୍ଟି ଆକର୍ଷଣ କରିଥିଲେ। ସମାଧାନ ପାଇଁ ବିପରୀତ ଦିଗରେ ଥିବା ଆବାସିକ ଅଂଚଳ ଦେଇ ଗାଡି ଆଣିବାକୁ ବ୍ୟବସ୍ଥା ହୋଇଥିଲା। କିନ୍ତୁ ଗାଡି ଆସିବା ବେଳେ ସ୍ଥାନୀୟ ବାସିନ୍ଦା ବିରୋଧ କରିଥିଲେ। ଫଳରେ ହାଟ ଭିତରକୁ ପରିବା ପଶିବା ଅସମ୍ଭବ ହୋଇପଡିଛି। ଏନେଇ ମହାସଂଘ ପକ୍ଷରୁ ବିଏମସି ଓ ପୁଲିସକୁ ଅବଗତ କରାଯାଇଥିଲା। କିନ୍ତୁ କିଛି ଲାଭ ହୋଇନଥିଲା। ଏଣୁ କଞ୍ଚା ପରିବା ମହାସଂଘ ଶୁକ୍ରବାରଠାରୁସମଗ୍ର ରାଜଧାନୀରେ ପରିବାର ବ୍ୟବସାୟ ବନ୍ଦ କରିବାକୁ ଚେତାବନୀ ଦେଇଛି। ଏବେ ପାର୍ବଣ ଋତୁ ଚାଲିଛି। ପନିପରିବା ବନ୍ଦ ହୋଇଗଲେ ସହରବାସୀ ଭୟଙ୍କର ସମସ୍ୟାର ସମ୍ମୁଖୀନ ହେବା ଜଳଜଳ ଦିଶୁଚି। କେବଳ ରାଜଧାନୀ ନୁହେଁ, ବରଂ ଏହି ହାଟ ଉପରେ ଉପକଣ୍ଠବାସୀ ନିର୍ଭର କରୁଥିବାରୁ ସେମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଯେଉଁଠି ବି ବିକ୍ରି ହେବ ସେଠାରେ ଦର ହଠାତ ବଢିଯିବା ଆଶଙ୍କା ମଧ୍ୟ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking