30.1 C
Bhubaneswar
Friday, April 26, 2024
Homeତାମିଲନାଡୁ ନିର୍ବାଚନକମଲହାସନଙ୍କ ସହ ଶୃତି ହାସନ ପରିଦର୍ଶନ କଲେ ପୋଲିଂ ବୁଥ୍

କମଲହାସନଙ୍କ ସହ ଶୃତି ହାସନ ପରିଦର୍ଶନ କଲେ ପୋଲିଂ ବୁଥ୍

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାରର ଲମ୍ବା ସମୟ ପରେ ଗତ ଦିନରେ ତାମିଲନାଡୁର ସମସ୍ତ ୨୩୪ ସିଟରେ ମତଦାନ ହୋଇଛି । ମତଦାନ ପାଇଁ ଅନେକ ସିଲେବ୍ରିଟି ପୋଲିଂ ବୁଥ ଲାଇନରେ ଛିଡା ହୋଇଥିବା ପରିଲକ୍ଷିତ ହୋଇଛି । ସୁପରଷ୍ଟାର କମଲ ହାସନ ସକାଳୁ ସକାଳୁ ଚେନ୍ନାଇର ବୁଥକୁ ଯାଇ ଭୋଟ ଦେଇଛନ୍ତି । ତାଙ୍କ ସହିତ ଦୁଇ ଝିଅ ଶୃତି ହାସନ, ଅକ୍ଷରା ହାସନ ବି ପହଂଚିଥିଲେ । ହେଲେ ବିଜେପି ଶୃତି ହାସନଙ୍କ ବିପକ୍ଷରେ ମାମଲା ରୁଜୁ କରିଛି ଏବଂ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଛି । କମଲ ହାସନ ଯେତେବେଳେ ଚେନ୍ନାଇରେ ଭୋଟ ଦେଇଥିଲେ, ତା ପରେ କୋୟମ୍ବଟୁର ସାଉଥ ବିଧାନସଭା ଯାଇଥିଲେ । କମଲ ହାସନ ସେହି ସିଟରୁ ନିର୍ବାଚନ ଲଢୁଛନ୍ତି । ଜଣେ ପ୍ରାର୍ଥୀ ଭାବରେ ସେ ହାଲଚାଲ ଜାଣିବା ପାଇଁ ପୋଲିଂ ବୁଥରେ ପହଂଚିଥିଲେ । ହେଲେ ବିଜେପି ଅଭିଯୋଗ ଆଣିଛି ଯେ, ଏହି ସ୍ଥାନକୁ ଶୃତି ହାସନ ବି କମଲ ହାସନଙ୍କ ସହ ଯାଇଛନ୍ତି । ଫଳରେ ସେ ନିୟମ ଉଲ୍ଲଂଘନ କରିଛନ୍ତି । ବିଜେପିର କୋୟମ୍ବଟୁର ଜିଲ୍ଲା ଅଧ୍ୟକ୍ଷ ନନ୍ଦାକୁମାର ବିଜେପି ମହିଳା ମୋର୍ଚ୍ଚାର ପ୍ରମୁଖ ଓ କୋୟମ୍ବଟୁର ସାଉଥରୁ ପ୍ରାର୍ଥୀ ବନାଥୀ ଶ୍ରୀନିବାସନ ତରଫରୁ ନିର୍ବାଚନ ଆୟୋଗ ରେ ଅଭିଯୋଗ ହୋଇଛି । ଶ୍ରୃତି ହାସନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି । ଏଠାରେ କହିରଖୁଛୁ, ତାମିଲନାଡୁରେ ୨୩୪ ସିଟରେ ଏକାଥରେ ଭୋଟ ଗ୍ରହଣ ହୋଇଛି । ରାଜ୍ୟରେ ମୋଟ ୭୧.୭୯ ପ୍ରତିଶତ ମତଦାନ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking