34.1 C
Bhubaneswar
Thursday, April 25, 2024
Homeତାମିଲନାଡୁ ନିର୍ବାଚନତାମିଲନାଡୁ ନିର୍ବାଚନ: କ’ଣ ପାଇଁ ମତଦାତା ସୂଚୀରୁ କଟିଲା ଶଶିକଳାଙ୍କ ନାମ

ତାମିଲନାଡୁ ନିର୍ବାଚନ: କ’ଣ ପାଇଁ ମତଦାତା ସୂଚୀରୁ କଟିଲା ଶଶିକଳାଙ୍କ ନାମ

ନୂଆଦିଲ୍ଲୀ: ତାମିଲନାଡୁର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ବିଶ୍ୱସ୍ତ ରହିଆସିଥିବା ବିକେ ଶଶିକଳାଙ୍କ ନାମ ଭୋଟର ଲିଷ୍ଟରୁ ହଟାଇଦିଆଯାଇଛି । ରାଜ୍ୟ ବିଧାନସଭା ପାଇଁ ମଙ୍ଗଳବାର ମତଦାନ ସରିଛି । ଶଶିକଳାଙ୍କ ଓକିଲ ଏନ ରାଜା ଏସ ପାଣ୍ଡିୟନ ଏହି ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି, ଏପରି ଅନ୍ୟାୟରେ ଶଶିକଳା ଦୁଃଖିତ ଅଛନ୍ତି । ଏଥିପାଇଁ ଅଧିକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଶଶିକଳାଙ୍କ ନାମ ଚେନ୍ନାଇର ଥାଉଜଣ୍ଡ ଲାଇଟସ ବିଧାନସଭା କ୍ଷେତ୍ରର ମତଦାତା ସୂଚୀରୁ ହଟାଯାଇଥିଲା । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୪ ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ଶଶିକଳା ଚଳିତ ବର୍ଷ ଜାନୁୟାରୀରେ ଜେଲରୁ ଫେରିଥିଲେ । ଜେଲରୁ ବାହାରକୁ ଆସିବା ପରେ ସେ ସକ୍ରିୟ ରାଜନୀତିରୁ ସନ୍ୟାସ ନେବେ ବୋଲି ଘୋଷଣା କରିଥିଲେ । ପାଣ୍ଡିୟନ କହିଛନ୍ତି ଯେ, ଅଧିକାରୀମାନେ କହିଛନ୍ତି, ଗତ ଲୋକସଭା ନିର୍ବାଚନ ପୂର୍ବରୁ ମତଦାତା ସୂଚୀରେ ସଂଶୋଧନ ସମୟରେ ଶଶିକଳାଙ୍କ ନାମ ୩୧ ଜାନୁୟାରୀ ୨୦୧୯ରେ ହଟାଯାଇଥିଲା । ଏ ସଂପର୍କରେ ସେମାନଙ୍କୁ ଗତ ମାସରେ ଜଣାପଡିଥିଲା ।
ତାମିଲନାଡୁର ୨୩୪ ବିଧାନସଭା ସିଟରେ ମଙ୍ଗଳବାର ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ କେ ପଳାନିସ୍ୱାମୀ, ଡେପୁଟି ସିଏମ ଓ ପନ୍ନୀରସେଲବମ, ଡିଏମକେ ଅଧ୍ୟକ୍ଷ ଏମ କେ ଷ୍ଟାଲିନ, ଏଏମଏମକେ ର ସଂସ୍ଥାପକ ଟିଟିବୀ ଦିନାକରନ ଓ ମକ୍କଲ ନିଧି ମୟମ ଅଧ୍ୟକ୍ଷ କମଲ ହାସନଙ୍କ ଭଳି ନେତାଙ୍କ ସହ ମୋଟ ୩୯୯୮ ପ୍ରାର୍ଥୀ ମଇଦାନରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking