28.1 C
Bhubaneswar
Saturday, April 27, 2024
Homeଓଡିଶାଆମ ସୀମା ସୁରକ୍ଷା ଆମ ସ୍ୱାଭିମାନ

ଆମ ସୀମା ସୁରକ୍ଷା ଆମ ସ୍ୱାଭିମାନ

ଭୁବନେଶ୍ୱର : ପରାଧିନ ଭାରତରେ ବି ଓଡ଼ିଆ ଜାତିର ତ୍ୟାଗ ଓ ବଳିଦାନ କାରଣରୁ ୧୯୩୬ ମସିହାରେ ଓଡ଼ିଶା ହୋଇଥିଲା ଦେଶର ପ୍ରଥମ ଭାଷା ଭିତିକ ରାଜ୍ୟ । କୂଳବୃଦ୍ଧ ମଧୂସୁଦନ, ଉତ୍କଳମଣି ଗୋପବନ୍ଧୁ ଦାସ୍‌, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଫକିରମୋହନ ଆଦିଙ୍କ ବଳିଦାନରେ
ଆମେ ଆଜି ସ୍ୱତନ୍ତ୍ର ପ୍ରଦେଶ । ଆମ ସୀମାକୁ ସୁରକ୍ଷିତ ରଖିବା ପାଇଁ ବିଜେପିର ଏହି ରାଜ୍ୟକାର୍ଯ୍ୟକାରୀଣି ବୈଠକ ନିଜର ପ୍ରତିବଦ୍ଧତା ବ୍ୟକ୍ତ କରୁଛି ।
ବିଗତ କିଛି ଦିନରେ ଆମ କୋରାପୁଟ ଜିଲ୍ଲାର କୁଟିଆ ଗ୍ରାମପୁଞ୍ଜ ହେଉ ଅଥବା ଗଞ୍ଜାମ-ଗଜପତି ସୀମାନ୍ତର କିଛି ଗ୍ରାମ ସମୂହ ଅଥବା ବାଲେଶ୍ୱର ଜିଲ୍ଲା ସୀମାନ୍ତ ଓଡିଶା ସୀମା ଅସୁରକ୍ଷାର ବାର୍ତା ଆସିଛି । ଆନ୍ଧ୍ରର ଓଡିଶାର ପବିତ୍ର ଭୂମି ଉପରେ ଲୋଲୁପ ଦୃଷ୍ଟିକୁ ଆମ ଦଳ ଗ୍ରାଉଣ୍ଡ ଜିରୋରରେ ମର୍ମେ ମର୍ମେ ଅନୁଭବ କରିଛି । ଯୋଜନାବଦ୍ଧ ଷଡଯନ୍ତ୍ରର ଅଙ୍ଗ ଭାବରେ ଓଡିଶାର ଭୂମିକୁ ନିଜ ନିଜ କବ୍‌ଜାକୁ ନେବା ପାଇଁ ଦୀର୍ଘ ଦିନରୁ ସ୍ଥାନୀୟ ଓଡିଶାବାସୀ ଜନତାଙ୍କୁ କିପରି ନିଜର କରାୟତ କରିବ ସେଥିପାଇଁ ସେମାନଙ୍କ
ଷଡଯନ୍ତ୍ରର ଅଙ୍ଗେନିଭା ଉଦାହରଣକୁ ଆମ ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିରୋଧିଦଳ ନେତା ପ୍ରଦୀପ୍ତନାୟକଙ୍କ ନେତୃତ୍ୱରେ ଆମେ ଅଙ୍ଗେ ନିଭାଇଲୁ ।
କୋଟିଆ ଗ୍ରାମପୁଞ୍ଜ ଏବଂ ଗଞ୍ଜାମ – ଗଜପତି ସୀମାନ୍ତର ଗ୍ରାମ ସମୂହ ଯେଉଁ ଅଂଚଳରେ ଆନ୍ଧ୍ର ପଂଚାୟତ ନିର୍ବାଚନ କରି ନିଜର ଅଧିକାର ସାବ୍ୟସ୍ତ କରିବାକୁ ଚାହୁଁଛି – ସେ ସବୁ ଅଂଚଳର ଓଡିଶବାସୀଙ୍କର ଓଡିଶା ସହ ଭାବାଗତ ସମ୍ପର୍କ, ଓଡିଆ ଭାଷା ସହ ନିବିଡ ଆତ୍ମସମ୍ପର୍କ ସର୍ବୋପରି ଓଡିଶାର ବରପୁତ୍ର ବିଶେଷ
ଭାବରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହାମନିଷୀ ମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ କେବଳ ଆମକୁ ଅବିଭୂତ କରିନି ବରଂ ଓଡିଶା ଭୂଖଣ୍ଡ ପ୍ରତି ସେମାନଙ୍କ ଭାବାବେଗ ସମ୍ପୂର୍ଣ୍ଣ ବିଜେପି ର ଏହି ରାଜ୍ୟ କାଯ୍ୟକାରିଣୀ ବୈଠକରେ ଆମର ଦୃଢ ମତ । ଗୋଟିଏ ପଟେ ଓଡିଆ ଜନତାଙ୍କୁ କରାୟତ କରିବାକୁ ଆନ୍ଧ୍ରର ଯୋଜନାବଦ୍ଧ ଷଡଯନ୍ତ୍ରର ଅଙ୍ଗ ଭାବରେ
ବିକାଶ କାମ ଏବଂ ଅନ୍ୟପଟରେ ଉପାନ୍ତ ଅପହଁଚ ଇଲାକା କରି ଆମ ସରକାର ଓ ପ୍ରଶାସନ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ସ୍ଥାନୀୟ ଲୋକଙ୍କ ସର୍ବନିମ୍ନ ଆବଶ୍ୟକତା ଯଥା ରାସ୍ତା, ଡାକ୍ତରଖାନା, ସ୍କୁଲ, ପାନୀୟ ଜଳ ତଥା ବିଭିନ୍ନ ଜନମଙ୍ଗଳକାରୀ କରିବାର ଶିଥିଳତା ଯୋଗୁଁ ଓଡିଶା ଲୋକ ନିଜର ଆବଶ୍ୟକତା ପାଇଁ ଆନ୍ଧ୍ର
ସରକାରଙ୍କର ଷଡଯନ୍ତ୍ରପୂର୍ଣ୍ଣ ଓ ଯୋଜନାବଦ୍ଧ କାର୍ଯ୍ୟକ୍ରମର ଲାଭ ନେଇ ଆନ୍ଧ୍ର ମୁହାଁ ହେବାକୁ ବାଧ୍ୟ ବାଧକତା ହେବା ଚିନ୍ତାର ବିଷୟ ବୋଲି ବିଜେପିର ଏହି ରାଜ୍ୟ କାଯ୍ୟକାରିଣୀ ବୈଠକ ମତ ପ୍ରକାଶ କରିଛି । ମାତ୍ର ଦୃଷ୍ଟି ଆଢୁଆଳରେ ରହିଯାଇ ବିବାଦକୁ ଆସିଥିବା ଗଙ୍ଗାବାଡି ପଂଚାୟତ – ଗଞ୍ଜାମ ଜିଲ୍ଲା ଅଥବା ଗଜପତି ଜିଲ୍ଲା ପ୍ରଶାସନର ଭୂମିକା, ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲା ୨୦ ବର୍ଷରୁ ଉର୍ଦ୍ଧ୍ୱ ଶାସନରେ ଗଭୀର ଅଣଦେଖା ଚିତ୍ର ଓଡିଶାବାସୀଙ୍କ ସାମନାରେ ଉଜାଗର ହେବା ଅତ୍ୟନ୍ତ ଜରୁରୀ ବୋଲି ବିଜେପିର ଏହି ରାଜ୍ୟ
କାଯ୍ୟକାରିଣୀ ବୈଠକ ମତ ପୋଷଣ କରୁଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିବାଦରେ ଥିବା ଗଜପତିର ଗଙ୍ଗାବାଡ ପଂଚାୟତର ଗାଁ ଗଞ୍ଜାମ ଓ ଗଜପତି ଉଭୟ ଜିଲ୍ଲା ପ୍ରଶାସନ କାହାର ଦାୟିତ୍ୱ ନେଇ ବିବାଦ ରହିଛି । କିନ୍ତୁ ଉଭୟ ଜିଲ୍ଲାପ୍ରଶାସନ ବିକାଶ କାମ ନକରି ଗଞ୍ଜାମ ପ୍ରଶାସନ ଗଜପତି ଉପରେ ଓ ଗଜପତି ଗଞ୍ଜାମ ପ୍ରଶାସନ ଉପରେ ଦାୟିତ୍ୱ ଲଦି ନିଜ ଦାୟିତ୍ୱ ସାରିଦେବା ଭଳି ପରିସ୍ଥିତି ଉପଜିଛି । ଆମର ଦୁଇ ଜିଲ୍ଲା ପ୍ରଶାସନର ବିବାଦ ଆନ୍ଧ୍ରର ଓଡିଶା ଭୂମି ଉପରେ ଲୋଲୁପ ଦୃଷ୍ଟିକୁ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି । ଆମେ ସ୍ପଷ୍ଟ କରିବାକୁ ଚାହୁଁ ଯେ ଗଞ୍ଜାମ ଓ ଗଜପତି ଜିଲ୍ଲା ପ୍ରଶାସନ ପାଇଁ ଓଡିଶାର ଗୋଟିଏ ଗାଁ ଭିନ୍ନ ଭିନ୍ନ ନାମରେ ନାମିତ ହୋଇଛି । ଏହାର ଭରପୁର ସୁଯୋଗ ନେଇ ନିଜର ନିହିତ ସ୍ୱାର୍ଥ ସାଧନ କରିବାକୁ ସମର୍ଥ ହୋଇଛି ଆନ୍ଧ୍ରପ୍ରଦେଶ ।

ଗଞ୍ଜାମର ରାଜସ୍ୱଗ୍ରାମ ଗୁଡିଖୁଡି ଗଜପତିରେ ସମାନ ଗାଁ ଗୁଡିଖଳା । ଏହି ଗାଁ ଗଞ୍ଜାମ ଜିଲ୍ଲାର ବୁରାତାଲ ପଂଚାୟତ ଏବଂ ପାତ୍ରପୁର ବ୍ଲକରେ ଥିବାବେଳେ ଗଜପତି ଜିଲ୍ଲାର ଗଙ୍ଗାବାଡ ପଂଚାୟତ ଓ ରାୟଗଡା ବ୍ଲକରେ ଆସୁଛି । ସମାନ ଗାଁ ଆନ୍ଧ୍ରପ୍ରଦେଶର ଅଧିକାରୀଙ୍କ ଅନୁସାରେ ବୁଡାବାସୀ ପଂଚାୟତ ଓ ପଲାସା ବ୍ଲକ
ଅଧୀନରେ ଆସୁଛି ମାତ୍ର ଏହି ଗାଁ ଓଡିଶାର ବୋଲି ଅନ୍ତରାଜ୍ୟ ସର୍ବମାନ୍ୟ ନିକସା ସ୍ପଷ୍ଟ କରୁଛି । ଗଞ୍ଜାମ-ଗଜପତି ଅବିଭକ୍ତ ଗଞ୍ଜାମ ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲା । ୨୦ ବର୍ଷର ଶାସନ । ଏ ପରିସ୍ଥିତିରେ ପ୍ରଶାସନିକ ବିବାଦ ଓ ବିକାଶ ଅପହଁଚରେ ଏହି ଅର୍ଥରେ ଲୋକ ହନ୍ତସନ୍ତ ହେଉଛି । ଗଞ୍ଜାମର ପାତ୍ରପୁର ବ୍ଲକ ତୁମ୍ବା ଏବଂ ବୁରାତାଲ ପଂଚାୟତରେ ୧୬ ଗ୍ରାମ ବିବାଦରେ । ଏହା ମାଧ୍ୟମରେ କିଛି ପ୍ରସଙ୍ଗ ଉଠାଉଛି ରାଜ୍ୟ କାଯ୍ୟକାରିଣୀ ବୈଠକ ।

(କ) କାହିଁକି ସେଠାରେ ରାସ୍ତା ନହେବା କାରଣରୁ ଆନ୍ଧ୍ରକୁ ଭଲ ରାସ୍ତା ପାଇଁ ଲୋକ ଆନ୍ଧ୍ର ମୁହାଁ ।

(ଖ) ଆନ୍ଧ୍ର ଚତୁର୍ଦ୍ଦଶ କମିଶନ ଅନୁଦାନରେ ବ୍ୟାପକ କାମ କରିଥିବା ବେଳେ ଓଡିଶାର ପ୍ରଶାସନ ନୀରବଦ୍ରଷ୍ଟା ।

(ଗ) କଳିଙ୍ଗ ଦଳା ଡ୍ୟାମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମହେନ୍ଦ୍ର ତନୟା ନଦୀରେ ଆନ୍ଧ୍ର ତିଆରି କରିଛି । ମାତ୍ର ଏକ ରାଜିନାମା ମାଧ୍ୟମରେ ଓଡିଶା ଜମି ଦେଇଛି ଏବଂ ଉଭୟ ରାଜ୍ୟର ଜଳସେଚନ ପାଇଁ ଉଦ୍ଦିଷ୍ଟ ପ୍ରକଳ୍ପ ଆନ୍ଧ୍ର ମାଲିକାନାରେ ଓଡିଶା ଲୋକଙ୍କୁ ପାଣି ମିଳୁଥିବାର ଭ୍ରମସୃଷ୍ଟି ହୋଇଛି ।

(ଘ) ଡ୍ୟାମ କାରଣରୁ ଓଡିଶା ଭୂଖଣ୍ଡ ଦୁଇ ଭାଗ ହୋଇଛି ଏବଂ ଆନ୍ଧ୍ର ପଟକୁ ଓଡିଶା ତରଫରୁ ଯୋଗାଯୋଗ ନଥିବାରୁ ଲୋକ ବାଧ୍ୟବାଧକତାରେ ଆନ୍ଧ୍ର ଉପରେ ନିର୍ଭରଶୀଳ ।
(ଙ) ଗଙ୍ଗାବାଡ ପଂଚାୟତର ଗାଁ ମାଣିକପାଟଣା ତିତ୍‌ଲି ବାତ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ । ପୁନଃନିର୍ମାଣ
ପାଇଁ ଆସିଥିବା ପ୍ରଚୁର ଏନଡିଆରଏଫ ପାଣ୍ଠି କୁଆଡେ ଗଲା? ସେଥିପାଇଁ ଏମାନେ ଆନ୍ଧ୍ର ମୁହାଁ ।
(ଚ) ଓଡିଶାରେ ଥିବା ସ୍କୁଲରେ ଶିକ୍ଷକ ନାହାନ୍ତି । ଆନ୍ଧ୍ର ପଟେ ବି ଓଡିଆ ସ୍କୁଲ ବିଚ୍ଛିନ୍ନାଂଚଳ ଭାବରେ
ଆନ୍ଧ୍ର କରିଛି । ମାତ୍ର ସେଠି ଓଡିଆ ଶିକ୍ଷକ ଥିବାରୁ ଆମ ପିଲା ଆନ୍ଧ୍ର ସ୍କୁଲରେ ପାଠ ପଢୁଛନ୍ତି ।
(ଛ) ତିତ୍‌ଲିର କେନ୍ଦ୍ରସ୍ଥଳି ମାଣିକପାଟଣାରେ ପ୍ରଥମରୁ ପଂଚମ ପର୍ଯ୍ୟନ୍ତ ଥିବା ସ୍କୁଲରେ ମାତ୍ର ୪୦ ପିଲା
ପଢିବାର ବ୍ୟବସ୍ଥା ।
(ଜ) ୧୦୮ କିମ୍ବା ୧୦୨କୁ ଫୋନ୍ କଲେ ଆନ୍ଧ୍ରରୁ ଆମ୍ବୁଲାନ୍ସ ଆସୁଛି । ଆନ୍ଧ୍ରର ଡାକ୍ତରଖାନା ଓଡିଆ
ଲୋକ ବ୍ୟବହାର ବ୍ୟବହାର କରୁଛନ୍ତି ।
(ଝ) ବିଦ୍ୟୁତ ଖୁଂଟ ଆନ୍ଧ୍ରର । ସୌଭାଗ୍ୟ ଯୋଜନାରେ ଆନ୍ଧ୍ରର ବିଜୁଳି ସଂଯୋଗ । ମୂଳ କଥା ବାଧ୍ୟବାଧକତାରେ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲାର ଲୋକ ଆନ୍ଧ୍ର ମୁହାଁ । ଆମର ଅପାରଗତାର ସୁଯୋଗ ନେଉଛି ଆନ୍ଧ୍ର ।
ଏସବୁ ପ୍ରସଙ୍ଗରେ ବିଜେପିର ଏହି ରାଜ୍ୟ କାଯ୍ୟକାରିଣୀ ଗଭୀର ଚିନ୍ତା ବ୍ୟକ୍ତ କରିବା ସହ ରାଜ୍ୟ ସରକାର ସବୁ ରାଜନୈତିକ ଦଳ ତଥା ଓଡିଆ ଭାଷା ତଥା ସାମାଜିକ ସଙ୍ଗଠନକୁ ସାମିଲ କରି ଏହି ଅଂଚଳର ଭାବଗତ ସମ୍ପର୍କ ଦୃଢ କରିବା ପାଇଁ ପଦକ୍ଷେପ ନେବାକୁ ଆହ୍ୱାନ ଜଣାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking